17.1 C
Bhubaneswar
Friday, January 3, 2025
Homeଦେଶ ବିଦେଶଏଲନ ମସ୍କଙ୍କ ସହ ମିଶି କାମ କରିବେ ଭାରତୀୟ ବଂଶୋଦ୍ଭବ ବିବେକ ରାମାସ୍ବାମୀ

ଏଲନ ମସ୍କଙ୍କ ସହ ମିଶି କାମ କରିବେ ଭାରତୀୟ ବଂଶୋଦ୍ଭବ ବିବେକ ରାମାସ୍ବାମୀ

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ହାସଲ ପରେ ଡୋନାଲ୍ଡ ଟ୍ରମ୍ପ ନିଜ ଦଳ ଗଢିବାରେ ଲାଗିପଡିଛନ୍ତି । ଆମେରିକାରେ ନବ-ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥଗ୍ରହଣ ୨୦ ଜାନୁୟାରୀ ୨୦୨୫ରେ ହେବ । କିନ୍ତୁ ଏହା ପୂର୍ବରୁ ସେ ଟେସଲା ତଥା ଏକ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଲନ ମସ୍କଙ୍କ ବଡ ଦାୟିତ୍ବ ପ୍ରଦାନ କରିଛନ୍ତି । ଟ୍ରମ୍ପ ଘୋଷଣା କରିଛନ୍ତି କି ଏଲନ ମସ୍କ ଭାରତୀୟ ବଂଶୋଦ୍ଭବ ବିବେକ ରାମାସ୍ବାମୀଙ୍କ ସହିତ ମିଶି ନୂଆ ସରକାରୀ ଦକ୍ଷତା ବିଭାଗର ନେତୃତ୍ବ ନେବେ । ଏଲନ ମସ୍କ ସାମାଜିକ ଗଣମାଧ୍ୟମ ଏକ୍ସ ଜରିଆରେ ଏହାର ସୂଚନା ଦେଇଛନ୍ତି ।

ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏକ ଅଫିସିଆଲ ବୟାନରେ କହିଛନ୍ତି କି ‘ଏହା ଘୋଷଣା କରି ଖୁସି ଲାଗୁଛି କି ମହାନ ଏଲନ ମସ୍କ ଆମେରିକୀୟ ଦେଶଭକ୍ତ ବିବେକ ରାମାସ୍ବାମୀଙ୍କ ସହ ମିଶି ସରକାରୀ ଦକ୍ଷତା ବିଭାଗର ନେତୃତ୍ବ ନେବେ । ଉଭୟ ମିଶି ଅନାବଶ୍ୟକ ଖର୍ଚ୍ଚ କମ୍ କରିବେ, ବିଜୁଳିଖର୍ଚ୍ଚ କମ୍ କରିବେ ଏବଂ ସଂଘୀୟ ଏଜେନ୍ସିର ପୁର୍ନଗଠନର ମାର୍ଗ ପ୍ରଶସ୍ଥ କରିବେ । ଏହା ସେଭ୍ ଆମେରିକା ଆନ୍ଦୋଳନ ପାଇଁ ଆବଶ୍ୟକ । ମୁଁ ଆଶା କରୁଛି ଏଲନ ମସ୍କ ଏବଂ ବିବେକ ରାମାସ୍ବାମୀ ଦକ୍ଷତା ଉପରେ ଧ୍ୟାନ ଦେବେ ଏବଂ ଆମେରିକୀୟଙ୍କ ଜୀବନକୁ ଉତ୍ତମ କରିବା ପାଇଁ ପଦକ୍ଷେପ ନେବେ । ଖାସ୍ କଥା ହେଉଛି ଆମେ ନିଜ ବାର୍ଷିକ ୬.୫ ଟ୍ରିଲିୟମ୍ ଡଲାରର ସରକାରୀ ଖର୍ଚ୍ଚରେ ଉପଲବ୍ଧ ବଡ ପରିମାଣରେ ଠକେଇକୁ ସମାପ୍ତ କରିଦେବୁ । ସେମାନେ ଆମ ଅର୍ଥବ୍ୟବସ୍ଥାକୁ ମୁକ୍ତ କରିବା ପାଇଁ ମିଶି କାମ କରିବେ । ତାଙ୍କ କାମ ୪ ଜୁଲାଇ ୨୦୨୬ ପୂର୍ବରୁ ସମାପ୍ତ ହୋଇଯିବ । ଏହା ଆମେରିକାକୁ ସ୍ବାଧୀନତା ଘୋଷଣାର ୨୫୦ ତମ ଦିବସରେ ଏକ ଉତ୍ତମ ଉପହାର ହେବ । ସେମାନେ ସଫଳ ହେବେ ବୋଲି ମୋର ପୂର୍ଣ୍ଣ ବିଶ୍ବାସ ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking