25.1 C
Bhubaneswar
Sunday, December 21, 2025
Homeଓଡିଶାଭାରତୀୟ ଖଣିଯନ୍ତ୍ରୀ ସଂଘ ଆଲୋଚନାଚକ୍ର

ଭାରତୀୟ ଖଣିଯନ୍ତ୍ରୀ ସଂଘ ଆଲୋଚନାଚକ୍ର

ଯାଜପୁର : ମାଇନିଂ ଇଞ୍ଜିନିୟର୍ସ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ(ଏମ୍‌ଇଏଆଇ), ଭୁବନେଶ୍ବର-ସୁକିନ୍ଦା ଚାପ୍ଟର ପକ୍ଷରୁ ସ୍ଥାନୀୟ ଟାଟାଷ୍ଟିଲ ସୁକିନ୍ଦା କ୍ରୋମାଇଟ୍‌ ଖଣି କାଟେପୂର୍ତ୍ତି ପ୍ରେକ୍ଷାଳୟରେ ‘ଖଣି କ୍ଷେତ୍ରରେ ପରିବେଶ ଆହ୍ବାନ, ଅନୁଶୀଳନ ଓ ଏହାର ସମାଧାନ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏମ୍‌ଇଏଆଇ ଭୁବନେଶ୍ବର-ସୁକିନ୍ଦା ଚାପ୍ଟର ସମ୍ପାଦକ ଟାଟାଷ୍ଟିଲ(ଏଫ୍‌ଏଏମ୍‌ଡି) ଖଣିମୁଖ୍ୟ ଇଂ ଶମ୍ଭୁନାଥ ଝାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଓଏସ୍‌ପିସିବି) କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରା ମୁଖ୍ୟଅତିଥି ଓ ବରିଷ୍ଠ ପରିବେଶ ଯନ୍ତ୍ରୀ ଇଂ ମଦନମୋହନ ସାହୁ ସମ୍ମାନିତ ଅତିଥି ଭାବେ ପରିବେଶ ପରିଚ‌ାଳନା ନିୟାମକ ଓ ଖଣି ସଂପର୍କିତ ପରିବେଶ ଆହ୍ବାନର ପ୍ରତ୍ୟକ୍ଷ ମୁକାବିଲାରେ ମିଳିତ ଯୋଗଦାନ ଆଧାରରେ ବିଭିନ୍ନ ଦିଗକୁ ନେଇ ଆଲୋଚନା କରିଥିଲେ। ଖଣି ଖନନ କ୍ଷେତ୍ରରେ ମୃତ୍ତିକା କ୍ଷୟ, ବର୍ଜ୍ୟ ପରିଚାଳନା ଓ ଖଣିକାର୍ଯ୍ୟ ଜନିତ ପାରିପାର୍ଶ୍ବିକ ଅଞ୍ଚଳରେ ରହୁଥିବା ଏହାର ପ୍ରଭାବ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଏମ୍‌ଇଏଆଇ ଭୁବନେଶ୍ବର-ସୁକିନ୍ଦା ଚାପ୍ଟର ଅଧ୍ୟକ୍ଷ ଟାଟାଷ୍ଟିଲ(ଏଫ୍‌ଏଏମ୍‌ଡି) ଇଆଇସି ଇଂ ପଙ୍କଜ କୁମାର ସତିଜା ଧାରଣକ୍ଷମ ଖଣି ପରିଚାଳନା ଏକ ବିକଳ୍ପ ନୁହେଁ ବରଂ ସାମାଜିକ ଦାୟିତ୍ବବୋଧ ବୋଲି ବିବୃତି ରଖିଥିଲେ। ବେଦାନ୍ତ-ଫେକର ଖଣିମୁଖ୍ୟ ଇଂ ମୁଥୁମାରି-ମଲାଇଚାମି, ଓଏମ୍‌ସି ବରିଷ୍ଠ ଖଣି ପ୍ରବନ୍ଧକ ଅନନ୍ତ ପ୍ରସାଦ ରାଉତ, ଟାଟାଷ୍ଟିଲ ବରିଷ୍ଠ ଖଣି ପ୍ରବନ୍ଧକ ଇଂ ନିହାର ରଞ୍ଜନ ମିତ୍ର, ବାଲେଶ୍ବର ଆଲଏଜ୍‌ ଖଣି ଉପମହାପ୍ରବନ୍ଧକ ଇଂ ପତିତପାବନ ବାରିକ, ଇମ୍ଫା ପରିବେଶ ପ୍ରବନ୍ଧକ ସମରେନ୍ଦ୍ର ସ୍ବାଇଁ, ଜିନ୍ଦଲ ଖଣି ପ୍ରବନ୍ଧକ ଇଂ ଶକ୍ତି ପ୍ରସାଦ ବିଶ୍ବାଳ ପ୍ରମୁଖ ପ୍ରତିନିଧିତ୍ବ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking