24.1 C
Bhubaneswar
Monday, March 23, 2026
Homeଦେଶ ବିଦେଶକାନାଡ଼ାରେ ଭାରତୀୟଙ୍କୁ ହତ୍ୟା

କାନାଡ଼ାରେ ଭାରତୀୟଙ୍କୁ ହତ୍ୟା

ଓଟାୱା: କାନାଡାର ଓଟାୱା ସହର ନିକଟରେ ଜଣେ ଭାରତୀୟ ନାଗରିକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖିଛି। କାନାଡାର ରାଜଧାନୀ ଓଟାୱାରେ ଥିବା ଭାରତୀୟ ହାଇ କମିଶନ କହିଛନ୍ତି ଯେ ଘଟଣାଟି ରକଲ୍ୟାଣ୍ଡରେ ଘଟିଛି। ତଥାପି, ହାଇ କମିଶନ ପୀଡିତଙ୍କ ପରିଚୟ ପ୍ରକାଶ କରି ନଥିଲେ। ‘ଓଟାୱା ନିକଟସ୍ଥ ରକଲ୍ୟାଣ୍ଡରେ ଛୁରାମାଡ଼ରେ ଆହତ ଜଣେ ଭାରତୀୟ ନାଗରିକଙ୍କ ଦୁଃଖଦ ମୃତ୍ୟୁରେ ଆମେ ଗଭୀର ଦୁଃଖିତ। ପୋଲିସ ସୂଚନା ଦେଇଛି ଯେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି, କମିଶନ କହିଛନ୍ତି ଯେ, ‘ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବା ପାଇଁ ଆମେ ସ୍ଥାନୀୟ ସମ୍ପ୍ରଦାୟ ସଂଘ ମାଧ୍ୟମରେ ଶୋକସନ୍ତପ୍ତ ପରିବାର ସହିତ ଯୋଗାଯୋଗରେ ଅଛୁ’। ସିଟିଭି ନ୍ୟୁଜ ଅନୁସାରେ, ଅଣ୍ଟାରିଓ ପ୍ରୋଭିନ୍ସିଆଲ ପୋଲିସ କହିଛି ଯେ ଗୁଳିକାଣ୍ଡଟି ରାତି ପ୍ରାୟ ୩ଟା ସମୟରେ ରକଲ୍ୟାଣ୍ଡର ଲାଲୋଣ୍ଡେ ଷ୍ଟ୍ରିଟ ନିକଟରେ ଘଟିଥିଲା। ଏହି ସ୍ଥାନଟି ଓଟାୱା ସହରରୁ ପ୍ରାୟ ୪୦କିଲୋମିଟର ପୂର୍ବରେ ଅବସ୍ଥିତ। ରିପୋର୍ଟରେ କୁହାଯାଇଛି ଯେ ଅଟକ ବ୍ୟକ୍ତିଙ୍କ ବିରୁଦ୍ଧରେ କ’ଣ ଅଭିଯୋଗ ଆସିଛି ତାହା ପୋଲିସ ଏପର୍ଯ୍ୟନ୍ତ ପ୍ରକାଶ କରିନାହିଁ। ଓପିପି କହିଛି ଯେ ଜନସାଧାରଣଙ୍କ ସୁରକ୍ଷା ପାଇଁ କୌଣସି ଚିନ୍ତା ନାହିଁ। ‘ଯେହେତୁ ଆମେ ତଦନ୍ତର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛୁ, ତେଣୁ ଆଉ କୌଣସି ସୂଚନା ପ୍ରକାଶ କରାଯାଇପାରିବ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking