ଯାଜପୁର: ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସଂଘର ଯାଜପୁର ଜିଲ୍ଲା ସମ୍ମିଳନୀ ବ୍ୟାସନଗର ଷ୍ଟାଡିଅମ ରୋଡ଼ସ୍ଥିତ କ୍ରିଷ୍ଣ ଇଣ୍ଟରନାସନାଲ ସ୍କୁଲର ସମ୍ମିଳନୀ କକ୍ଷରେ ବ୍ୟାସନଗର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼ କୁଶ ଚନ୍ଦ୍ର ପ୍ରଧାନ ଙ୍କ ସଂଯୋଜନାରେ ଓ ନିଖିଳ ଉତ୍କଳ ଶିକ୍ଷକ ମହାସଙ୍ଘର ସାଧାରଣ ସମ୍ପାଦକ ଡ଼ ଦୁଷ୍ମନ୍ତ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଭାରତୀୟ ସଂସ୍କୃତି ମହାନ ଓ ଏହାର ଐତିହ ସର୍ବବ୍ୟାପି l ଏହାର ପ୍ରଚାର ଓ ପ୍ରସାର ତଥା ଅନ୍ୟରାଷ୍ଟ୍ର: ରୁଷିଆ, ଚୀନ, ଭିଏତନାମ, କ୍ୟୁବା ଓ ଅନ୍ୟ ରାଷ୍ଟ୍ରମାନଙ୍କ ସହିତ ସାଂସ୍କୃତିକ ଆଦାନ ପ୍ରଦାନ ସାମ୍ପ୍ରତିକ ଜଟିଳ ତଥା ଘଡ଼ିସନ୍ଧି ମୁହୂର୍ତ୍ତରେ ବିଶ୍ୱ ଶାନ୍ତି ପାଇଁ ଅତ୍ୟନ୍ତ ଜରୁରୀ ବୋଲି ଏହି ଜିଲ୍ଲା ସମ୍ମିଳନୀରେ ଯୋଗ ଦେଇଥିବା ଯାଜପୁର ଜିଲ୍ଲାର ସମସ୍ତ ବ୍ଲକ ଓ ମୁନିସିପାଲିଟିରୁ ଆସିଥିବା ସଂସ୍କୃତି ପ୍ରେମୀ କର୍ଣ୍ଣଧାରମାନେ ମତବ୍ୟକ୍ତ କରିଥିଲେ l ଯଦିଓ ସମାଜରେ ଅପସଂସ୍କୃତି ଓ ସବୁ କ୍ଷେତ୍ରରେ ଏକ ଅବକ୍ଷୟ ପରିଲକ୍ଷିତ ହେଉଛି, ଏହାକୁ ଦୃଢତାର ସହ ମୁକାବିଲା କରିବା, ବିଶେଷକରି ଯୁବସମ୍ପ୍ରଦାୟକୁ ଆମ ଭାରତୀୟ ସଂସ୍କୃତିସହ ଅବଗତ କରାଇ ସେମାନଙ୍କ ଆଧ୍ୟାତ୍ମିକ ସଶକ୍ତିକରଣକୁ ଅଗ୍ରାଧିକାର ଦେବା ଜରୁରୀ ବୋଲି ଯୋଗଦେଇଥିବା ମୁଖ୍ୟ ଅତିଥି ବିଜୟ ପଢିଆରି, ସମ୍ମାନିତ ଅତିଥି ରବି ଶତପଥୀ, ଧନଞ୍ଜୟ କେଶରୀ ରାଉତ, ବାବାଜୀ ଚରଣ ଶତପଥୀ ଓ ଯୋଗଦେଇଥିବା ଶତାଧିକ ସଦସ୍ୟ ମାନେ ମତବ୍ୟକ୍ତ କରିଥିଲେ l
ଏହାପରେ ଯାଜପୁର ଜିଲ୍ଲା ପାଇଁ ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସଂଗଠନର କର୍ମକର୍ତା ଚୟନ କରାଯାଇଥିଲା l ସର୍ବସମ୍ମତି କ୍ରମେ ରବି ଶତପଥୀ ସଭାପତି, ଧନଞ୍ଜୟ କେଶରୀ ରାଉତରାୟ କାର୍ଯ୍ୟକାରୀ ସଭାପତି, ପ୍ରଫୁଲ୍ଲ କୁମାର ନାୟକ,ଭାଗ୍ୟଧର ସାହୁ, ଶୁଭମୋହନ ମହାପାତ୍ର,ଦୁର୍ୟୋଧନ ବାରିକ, ଦିଗମ୍ବର ସାହୁ ଓ ସୁରେନ୍ଦ୍ର କୁମାର ରାୟ ଉପସଭାପତି ଭାବେ, ଡ଼ ଦୁଷ୍ମନ୍ତ କୁମାର ନାୟକ ସାଧାରଣ ସମ୍ପାଦକ,କର୍ଣ୍ଣ ଚନ୍ଦ୍ର ଘଡ଼ାଇ ସଂଗଠନ ସମ୍ପାଦକ, କୈଳାସ ବେହେରା, ନୃସିଂହ ବେହେରା, ରଞ୍ଜନ ସାହୁ,ପିତାମ୍ବର ସ୍ୱାଇଁ, ଗଗନ ବିହାରୀ ଜେନା ଓ ଆଲୋକ ଦାସ ଙ୍କୁ ନେଇ ସମ୍ପାଦକ ମଣ୍ଡଳୀ, କୋଷାଧ୍ୟକ୍ଷ ଭାବରେ ଦାମୋଦର ପଣ୍ଡା, କାର୍ଯ୍ୟକାରୀ ସଦସ୍ୟଭାବେ ମଧୁସୂଦନ ମହାପାତ୍ର, ରଘୁନାଥ ବେହେରା,ଆଲୋକ କୁମାର ମହାନ୍ତି,ଡ଼ ମଦନମୋହନ ଜେନା, ଅଶ୍ୱିନୀ କୁମାର ଦାସ,ବିଷ୍ଣୁ ଚରଣ ନାଥ, ଅଧ୍ୟାପକ ବିବେକା ନନ୍ଦ ଜେନା ଓ ଜଗବନ୍ଧୁ ସାହୁଙ୍କୁ ଚୟନ କରାଯାଇଥିଲା l ଏଥି ସହିତ ସଂଗଠନର ମାର୍ଗଦର୍ଶନ ନିମିତ୍ତ ଏକ ଉପଦେଷ୍ଟା ମଣ୍ଡଳୀ: ଡ଼ କୁଶଚନ୍ଦ୍ର ପ୍ରଧାନ,ଉଦୟ ନାରାୟଣ ପରିଡା,ଚନ୍ଦ୍ରମଣି ସାମଲ,ଶ୍ରୀଧର ଦାସ, ନିଶିକାନ୍ତ ମହାପାତ୍ର ଓ ଯୁଧିଷ୍ଠିର ସ୍ୱାଇଁଙ୍କୁ ନେଇ ଗଠନ କରାଯାଇଥିଲା l କ୍ରିଷ୍ଣ ଇଣ୍ଟରନାସନାଲ ସ୍କୁଲର ଶିକ୍ଷୟତ୍ରୀ ପୁଷ୍ପିତା ମହାରଣା, ସ୍ଵାଗତିକା ତ୍ରିପାଠୀ, ସତ୍ୟଭାମା ମଣ୍ଡଳ, ଶୁଭସ୍ମିତା ପ୍ରଧାନ ଓ କଳ୍ପନା ମିଶ୍ର ପରିଚାଳନାରେ ସହଯୋଗ କରିଥିଲେ l ଶେଷରେ ଅଶ୍ୱିନୀ ଦାସ ଦାନ୍ୟବାଦ ଅର୍ପଣ କରିଥିଲେ l










