30.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶବନ୍ୟାପାଣିରେ ଲ୍ୟାଣ୍ଡ୍ କଲା ଭାରତୀୟ ବାୟୁସେନା ହେଲିକପ୍ଟର

ବନ୍ୟାପାଣିରେ ଲ୍ୟାଣ୍ଡ୍ କଲା ଭାରତୀୟ ବାୟୁସେନା ହେଲିକପ୍ଟର

ପାଟନା:  ବିହାରର ମୁଜାଫରପୁର ଅଞ୍ଚଳ ସମ୍ପ୍ରତି ବନ୍ୟା ପ୍ରଭାବିତ ରହିଥିବା ବେଳେ ବୁଧବାର ଏକ ବାୟୁସେନା ବିମାନ (ହେଲିକପ୍ଟର)କୁ ଜରୁରି ପରିସ୍ଥିତିରେ ଏହି ବନ୍ୟାପାଣିରେ ହିଁ ଜରୁରୀ ଅବତରଣ କରିବାକୁ ପଡିଛି । ବୈଷୟିକ କାରଣରୁ ହେଲିକପ୍ଟରଟି ପାଣିରେ ଅବତରଣ କରିଛି ବୋଲି ବାୟୁସେନା ଅଧିକାରୀ ଏକ ବିବୃତି ଜାରି କରିଛନ୍ତି । ଏଥିରେ ସେ ବିମାନରେ ଥିବା ଦୁଇ ଜଣ ପାଇଲଟଙ୍କ ସମେତ ତିନି ଜଣ ଲୋକ ଦୁର୍ଘଟଣା ପରେ ସୁରକ୍ଷିତ ଅଛନ୍ତି ବୋଲି ଦର୍ଶାଇଛନ୍ତି । ତେବେ ଦୁର୍ଘଟଣା କିପରି ହେଲା ଏବଂ ଏଥିପାଇଁ କିଏ ଦାୟୀ ତାହାର ତଦନ୍ତ ଜାରି ରହିଛି ।  ଏହି ଅଘଟଣ ଅରାଇ ସ୍ଥିତ ଘନଶ୍ୟାମପୁର ଠାରେ ଘଟିଥିବା ବେଳେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରକୁ ବାହାରକୁ ଅଣାଯାଇଥିବା ସେ କହିଛନ୍ତି ।

ବାୟୁସେନା ଅନୁଯାୟୀ, ଏହି ହେଲିକପ୍ଟରଟି ବିହାରର ସୀତାମଢ଼ି ଜିଲ୍ଲାରେ ବନ୍ୟା ପୀଡିତଙ୍କୁ ଖାଦ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀ ବିତରଣ କରିବା ପରେ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି । ସେହିପରି ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖ୍ୟ ସଚିବ ପ୍ରତ୍ୟୟ ଅମୃତ ଗଣମାଧ୍ୟମକୁ କହିଛନ୍ତି ଯେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିଛି । ସେ କହିଛନ୍ତି ଯେ ହେଲିକପ୍ଟରର ଇଞ୍ଜିନ ଫେଲ୍ ହୋଇଯାଇଥିଲା । ଏହା ପରେ ପାଇଲଟ ବନ୍ୟାପାଣିରେ ଜରୁରୀ ଅବତରଣ କରିଥିଲେ । କୁହାଯାଉଛି ଯେ ଇଞ୍ଜିନ ଫେଲ୍ ହେବା ପରେ ହେଲିକପ୍ଟରର ଫ୍ୟାନ୍ (ରୋଟର୍ସ) ବନ୍ଦ ହୋଇଯାଇଥିଲା ।

ସୂଚନାଯୋଗ୍ୟ, ବିହାରରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି । ବାସ୍ତବରେ ନେପାଳରେ ପ୍ରବଳ ବର୍ଷା ଏବଂ ବନ୍ୟା ପରେ ୨୯ ସେପ୍ଟେମ୍ବରରେ ଭେରପୁରର କୋସି ବ୍ୟାରେଜ୍‌ରୁ ୬,୬୧,୨୯୫ କ୍ୟୁସେକ୍ ଜଳ ଛଡ଼ାଯାଇଥିଲା । ଏହି କାରଣରୁ ବିହାର ଏବଂ ଉତ୍ତରାପ୍ରଦେଶର ଅନେକ ଜିଲ୍ଲାରେ ବନ୍ୟା ସଙ୍କଟ ଦେଖାଦେଇଛି । ବିଶେଷକରି ବିହାରର କୋସି ଏବଂ ଅନ୍ୟ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁଥିପାଇଁ ଚମ୍ପାରଣର ବେଟିଆରେ ଥିବା ରିଙ୍ଗ ଡ୍ୟାମ୍ ଭାଙ୍ଗିଯାଇଛି । ପୂର୍ବରୁ ବନ୍ୟାପାଣି ଯୋଗୁ ବାଗାହା ଡ୍ୟାମ୍ ମଧ୍ୟ ଭାଙ୍ଗିଯାଇଥିଲା । ସେନା ଏଠାରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଲୋକଙ୍କୁ ରିଲିଫ କ୍ୟାମ୍ପକୁ ନିଆଯାଉଛି । ଏସବୁ କାର୍ଯ୍ୟରେ ଭାରତୀୟ ବାୟୁସେନା ନିୟୋଜିତ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking