ଭୁବନେଶ୍ୱର : ଆଜି ପ୍ରବାସୀ ଭାରତୀୟ ଦିବସର ୨ୟ ଦିନ । ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ସାମିଲ ହୋଇଛନ୍ତି ମୋଦି , ଜୁଏଲ ଓରାମ , ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କଲେ ରାଜ୍ୟପାଳ , ମୁଖ୍ୟମନ୍ତ୍ରୀ । ପ୍ରବାସୀ ଭାରତୀୟ ଏକ୍ସପ୍ରେସ ଜନତା ମଇଦାନରୁ ଭିସିରେ ଶୁଭାରମ୍ଭ କଲେ ମୋଦି ା ପ୍ରବାସୀ ଭାରତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନିଜର ଉଦବୋଧନ ରଖିଛନ୍ତି କହିଛନ୍ତି, କିଛି ଦିନ ପରେ କୁମ୍ଭମେଳା ହେବାକୁ ଯାଉଛି । ଦେଶରେ ସବୁଛି ଏବେ ଉତ୍ସବର ମାହୋଲ । ଓଡିଶା କଳା ଓ ସଂସ୍କୃତିରେ ଭରପୁର । ଖଣ୍ଡଗିରି , ଉଦୟଗିରି , କୋଣାର୍କ ଦେଖିଲେ ଗର୍ୱ ଅନୁଭବ ହୁଏ । ଧଉଳି ଶାନ୍ତିର ପ୍ରତୀକ । ସମୁଦ୍ର ଯାତ୍ରା କରି ଲୋକେ ବଣିଜ କରିବାକୁ ଯାଉଥିଲେ । ସେଥିପାଇଁ ଏହାକୁ ସ୍ମରଣ କରି ବାଲିଯାତ୍ରା ହୁଏ । ମୋଦି ଆହୁରି କହିଛନ୍ତି , ଆପଣଙ୍କ ପାଇଁ ବିଦେଶରେ ମୁଁ ଗର୍ୱ ଅନୁଭବ କରେ । ଓଡିଶାବାସୀଙ୍କ ଭଲପାଇବାକୁ ଭୁଲି ହେବନି । ଅର୍ଥନୀତିରେ ଦଶମରୁ ପଞ୍ଚମ ସ୍ଥାନକୁ ଉଠିଛୁ । ଭାରତ ବିଶ୍ୱରେ ପଞ୍ଚମ ବୃହତ ଅର୍ଥନୀତି ହୋଇଛି । ଖୁବଶୀଘ୍ର ବିଶ୍ୱ ଅର୍ଥନୀତିରେ ତୃତୀୟ ସ୍ଥାନକୁ ଉତୀଣ୍ଣ ହେବ । ଏକବିଂଶ ଶତାବ୍ଦୀରେ ଭାରତର ବିକାଶ ଅଦ୍ଭୁତପୂର୍ୱ । ଆଜି ଭାରତ ଫାଇଟର ଜେଟ ନିର୍ମାଣ କରୁଛି । ଭାରତର କଥାକୁ ଆଜି ପୂରାବିଶ୍ୱ ଶୁଣୁଛି ।