29.1 C
Bhubaneswar
Friday, October 4, 2024
Homeଦେଶ ବିଦେଶପାକିସ୍ତାନରେ ଏସସିଓ ଶିଖର ସମ୍ମିଳନୀରେ ଭାଗ ନେବ ଭାରତ

ପାକିସ୍ତାନରେ ଏସସିଓ ଶିଖର ସମ୍ମିଳନୀରେ ଭାଗ ନେବ ଭାରତ

ନୂଆଦିଲ୍ଲୀ: ପାକିସ୍ତାନରେ ହେବାକୁ ଥିବା ଏସସିଓ ଶିଖର ସମ୍ମିଳନୀରେ ଭାଗ ନେବ ଭାରତ । ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଭାରତ ପକ୍ଷରୁ ଏହି ବୈଠକରେ ସାମିଲ ହେବେ । ୨୦୨୪ ଅକ୍ଟୋବର ୧୫-୧୬ରେ ରାଜଧାନୀ ଇସଲାମାବାଦରେ ଏହି ବୈଠକ ଅନୁଷ୍ଠିତ ହେବ । ଶୁକ୍ରବାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର୍ ଜୈସୱାଲ ଏହି ସୂଚନା ଦେଇଛନ୍ତି । ବୈଦେଶିକ ମନ୍ତ୍ରୀ ଡ.ଜୟଶଙ୍କର ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଅଛନ୍ତି । ସେଠାରେ ସେ ଶ୍ରୀଲଙ୍କାର ରାଷ୍ଟ୍ରପତି ତଥା ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଛନ୍ତି । ଏହି ସମୟରେ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୈସୱାଲ ।

ତେବେ ଇସଲାମବାଦ ଗସ୍ତ ପାକିସ୍ତାନ ସହ ଭାରତର ସମ୍ପର୍କ ସୁଦୃଢ କରିବା ଉପରେ ସେ କହିଛନ୍ତି ଯେ, ବୈଦେଶିକ ମନ୍ତ୍ରୀଙ୍କ ଇସଲାମାବାଦ ଗସ୍ତ ଏସସିଓ ସମ୍ବନ୍ଧରେ । ଏହା ଠାରୁ ଅଧିକ କିଛି ଚିନ୍ତା କରିବା ଉଚିତ୍ ନୁହେଁ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଆଜିକାଲି ପଡୋଶୀ ପ୍ରଥମ ନୀତିରେ କାର୍ଯ୍ୟ ଚାଲିଛି ଏବଂ ଆମେ ଏହି ନୀତିରେ ଆଗକୁ ବଢୁଛୁ । ଅକ୍ଟୋବର ୭ ରୁ ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଭାରତ ଗସ୍ତ କରୁଛନ୍ତି । ସେ ଦିଲ୍ଲୀ, ମୁମ୍ବାଇ ଏବଂ ବେଙ୍ଗାଲୁରୁ ଗସ୍ତରେ ଆସିବେ । ଏହା ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ ହେବ । ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ୬ ଅକ୍ଟୋବର ସନ୍ଧ୍ୟାରେ ଭାରତରେ ପହଞ୍ଚିବେ ଏବଂ ୭ ଅକ୍ଟୋବରରୁ ରାଜକୀୟ ଗସ୍ତ ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking