18.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶଋଷିଆରୁ କମୁଥିବା ତୈଳ ବିପଣନକୁ ବଢାଇବ ଭାରତ

ଋଷିଆରୁ କମୁଥିବା ତୈଳ ବିପଣନକୁ ବଢାଇବ ଭାରତ

ନୂଆଦିଲ୍ଲୀ: ଭାରତୀୟ ତୈଳ ରିଫାଇନରମାନେ ଆସନ୍ତା ମାସଗୁଡ଼ିକରେ ଅଶୋଧିତ ତୈଳ କ୍ରୟ ପାଇଁ କମ୍ ପରିମାଣରେ ଟେଣ୍ଡର ଜାରି କରିବାକୁ ଯାଉଛନ୍ତି। ସୋମବାର ବିଭିନ୍ନ ତୈଳ ବିପଣନ କମ୍ପାନୀ ଏନେଇ ସୂଚନା ପ୍ରଦାନ କରିଛନ୍ତି। ଖବର ମୁତାବକ, ରୁଷର ତୈଳ ଉତ୍ତୋଳନକାରୀ କମ୍ପାନୀ ଗୁଡିକ ଉପରୁ ଯୁଦ୍ଧ ପାଇଁ ଲାଗିଥିବା କଟକଣା ହଟିବାକୁ ଯାଉଛି। ଏଣୁ ଋଷକୁ ଆଉ ଅନ୍ୟଦେଶ ଗୁଡିକ ସହ ତୈଳ ଯୋଗାଣରେ ଅସୁବିଧା ନଥିବାରୁ ଭାରତୀୟ ତୈଳ କମ୍ପାନୀ ମାନେ ଏହିପରି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଭାରତୀୟ ରାଷ୍ଟ୍ରାୟତ୍ତ ରିଫାଇନାରୀଗୁଡ଼ିକ କିଛି ବର୍ଷ ହେବ ସ୍ପଟ ଟେଣ୍ଡର ଜାରି କରିବା ପ୍ରାୟତଃ ବନ୍ଦ କରି ଦେଇଥିଲେ। କାରଣ ରୁଷିଆରୁ ରିହାତି ଦରରେ ଭାରତୀୟ କମ୍ପାନୀ ଗୁଡିକ ତୈଳ ମିଳୁଥିଲା।

୨୦୨୨ ମସିହାରେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ପାଶ୍ଚାତ୍ୟ ଦେଶ ଗୁଡିକ ରୁଷିଆ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ତେବେ ଗତ ଜାନୁଆରୀରେ ଆମେରିକାର ବିତ୍ତ ବିଭାଗ ମସ୍କୋର ୧୮୩ଟି ତୈଳ ପରିବହନ ଜାହାଜ ଉପରେ କଠୋର ପ୍ରତିବନ୍ଧକ ଲଗାଇଥିଲା। ଏହା ପରେ ଇଣ୍ଡିଆନ ଅଏଲ କର୍ପୋରେସନ ଏବଂ ଭାରତ ପେଟ୍ରୋଲିୟମ କର୍ପୋରେସନ ଭଳି ଭାରତୀୟ କମ୍ପାନୀଗୁଡ଼ିକ ରୁଷିଆରୁ ତୈଳ ଯୋଗାଣକୁ ବଦଳାଇ ସ୍ପଟ ବଜାରର ଆଶ୍ରୟ ନେଇଥିଲେ। ବିଭିନ୍ନ ରିଫାଇନାରିମାନେ ଖବର ସରବରାହ ସଂସ୍ଥା ରୟଟର୍ସକୁ କହିଛନ୍ତି ଯେ, ବ୍ୟବସାୟୀମାନେ ପୁଣି ଅଣ-ପ୍ରତିବନ୍ଧିତ ଟ୍ୟାଙ୍କର ଜରିଆରେ ରୁଷିଆନ ତୈଳ ବିକ୍ରି କରିବା ଆରମ୍ଭ କରିଛନ୍ତି। ତେଣୁ ସେମାନେ ଏବେ କମ୍ ସ୍ପଟ ଟେଣ୍ଡର ଜାରି କରିବାକୁ ଯୋଜନା କରିଛନ୍ତି। ମାର୍ଚ୍ଚ ମାସରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ତୈଳ ଆମଦାନୀକାରୀ ଦେଶ ଭାବେ ରୁଷିଆରୁ ତୈଳ ଆମଦାନୀକୁ ବୃଦ୍ଧି କରିଛି। ତୈଲ ଆମଦାନୀରେ ତିନି ମାସର ହ୍ରାସ ପରେ ଚଳିତ ମାସରେ ଏଥିରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଦୁଇଦେଶ ମଧ୍ୟରେ କାର୍ଗୋ ପରିବହନ ପୁନର୍ବାର ଆରମ୍ଭ ହୋଇଛି। ଋଷିଆ ତୁର୍କୀକୁ ଯୋଗାଉଥିବା ତୈଳକୁ ଫୁଣି ଭାରତକୁ ଯୋଗାଇବ ବୋଲି ଘୋଷଣା କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking