ନୂଆଦିଲ୍ଲୀ: ଆଜି ସଂସଦରେ ବଜେଟ ୨୦୨୬-୨୭ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ । ଲଗାତାର ନବମ ଥର ପାଇଁ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ । ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ସଂସଦରେ ତଥ୍ୟ ରଖିଲେ ନିର୍ମଳା ସୀତାରଣ । ଭାରତକୁ ବାୟୋଫାର୍ମା ହବ କରିବାକୁ ବଡ ଘୋଷଣା କରିଛନ୍ତି । ବାୟୋଫାର୍ମା ଉଦ୍ୟୋଗ ପାଇଁ ୧୦ ହଜାର କୋଟି ନିବେଶ କରାଯାଇଛି । ୫ ବର୍ଷରେ ବ୍ୟୟ କରିବା ନେଇ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି । ବାରଣାସୀ ଓ ପାଟନାରେ ଜାହାଜ ମରାମତି ଇକୋ ସିଷ୍ଟମ ହେବ । ୭ଟି ହାଇସ୍ପିଡ ରେଲୱେ କରିଡର ନିର୍ମାଣ ହେବ । ବାରଣାସୀ- ସିଲିଗୁଡା, ଦିଲ୍ଲୀ- ବାରଣାସୀ, ମୁମ୍ବାଇ- ପୁନେ, ହାଇଦ୍ରାବାଦ- ଚେନ୍ନାଇ ହାଇସ୍ପିଡ ରେଲୱେ କରିଡର ନିର୍ମାଣ ହେବ । ଛୋଟ ସହରରେ ତୀର୍ଥସ୍ଥଳକୁ ବିକଶିତ କରାଯିବ । ୫ ବର୍ଷରେ ୨୦ ନୂଆ ଜଳପଥ ନିର୍ମାଣ କରିବୁ ।










