21.1 C
Bhubaneswar
Thursday, December 26, 2024
Homeଦେଶ ବିଦେଶକାନାଡା ରାଷ୍ଟ୍ରଦୂତଙ୍କୁ ସମନ ପଠାଇଲା ଭାରତ

କାନାଡା ରାଷ୍ଟ୍ରଦୂତଙ୍କୁ ସମନ ପଠାଇଲା ଭାରତ

ନୂଆଦିଲ୍ଲୀ: ଦିନକୁ ଦିନ ବିଗୁଡୁଛି ଭାରତ ଓ କାନାଡା ସମ୍ପର୍କ । ନିଜ୍ଜର ହତ୍ୟା ମାମଲାକୁ ନେଇ ଉଭୟ ଦେଶ ମଧ୍ୟରେ ବିବାଦ ବଢ଼ୁଛି । ଗୋଟିଏ ପରେ ଗୋଟିଏ ସଂଗୀନ ଅଭିଯୋଗ ଆଣିଚାଲିଛି କାନ୍ନାଡ଼ା। ଏହା ପରେ କାନାଡାକୁ ଏବେ ଶକ୍ତ ଜବାବ ଦେଇଛି ଭାରତ । ଏପରକି କାନାଡା ରାଷ୍ଟ୍ରଦୂତଙ୍କୁ ସମନ ମଧ୍ୟ ଦେଇଛି ଭାରତ ।

ଏହା ଭିତରେ ଭାରତ କାନାଡା ବିରୋଧରେ ନୂଆ ଓ ସଗୀଂନ ଅଭିଯୋଗ ଆଣୁଥିବାର ସୂଚନା ରହିଛି । ଭାରତୀୟ ବୈଦେଶିକ ମନ୍ତ୍ରାଳୟ କହିଛି କାନାଡରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କ ଫୋନକୁ ଟ୍ୟାପିଂ କରାଯାଇଛି। ସେମାନଙ୍କ ଗତିବିଧିକୁ ସନ୍ଦେହ ଦୃଷ୍ଟିରେ ଦେଖା ଯାଉଛି । ମାନସିକ ନିର୍ଯ୍ୟାତନା ଦେବା ଯୋଗୁଁ ରାଷ୍ଟ୍ରଦୂତମାନେ ଖୁବ୍ ଭୟର ମାହୋଲରେ କାମ କରୁଛନ୍ତି । ଟ୍ରୁଡୋ ସରକାର ଅର୍ନ୍ତଜାତୀୟ ଗଣମାଧ୍ୟମରେ ଭୁଲ, ମିଛ ଏବଂ ପ୍ରାୟୋଜିତ ଖବର ପ୍ରସାରଣ କରୁଥିବା କହି ଭାରତ ଏବେ ଅଭିଯୋଗ ଆଣିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking