19.1 C
Bhubaneswar
Wednesday, February 11, 2026
Homeଖେଳବାଂଲାଦେଶ ଟି-୨୦ ସିରିଜ୍ ପାଇଁ ଭାରତ ଦଳ ଘୋଷଣା : ସ୍ଥାନ ପାଇଲେ ମୟଙ୍କ ଯାଦବ

ବାଂଲାଦେଶ ଟି-୨୦ ସିରିଜ୍ ପାଇଁ ଭାରତ ଦଳ ଘୋଷଣା : ସ୍ଥାନ ପାଇଲେ ମୟଙ୍କ ଯାଦବ

ନୂଆଦିଲ୍ଲୀ: ବିସିସିଆଇ ବାଂଲାଦେଶ ବିପକ୍ଷ ଆଗାମୀ ଟି-ଟ୍ୱେଣ୍ଟି ଆନ୍ତର୍ଜାତୀୟ ସିରିଜ୍ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି । ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ପାଇଁ ଗତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ସିଜନରେ ଦ୍ରୁତତମ ବୋଲର ମୟଙ୍କ ଯାଦବଙ୍କୁ ବିସିସିଆଇ ଟି-ଟ୍ୱେଣ୍ଟି ଆନ୍ତର୍ଜାତୀୟ ସିରିଜ୍ ପାଇଁ ସ୍ଥାନ ଦେଇଛି । ସ୍କ୍ୱାର୍ଡ ଘୋଷଣାରେ ସ୍ପିନର ବରୁଣ ଚକ୍ରଭାରଥୀ ଏବଂ ୱିକେଟ୍ କିପର ଜିତେଶ ଶର୍ମା ଜାତୀୟ ସେଟଅପକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତେବେ ସଞ୍ଜୁ ସାମସନ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଦଳ ପାଇଁ ପ୍ରଥମ ପସନ୍ଦ ୱିକେଟ୍ କିପର ହେବାର ସମ୍ଭାବନା ରହିଛି । ଏହି ସିରିଜ୍ ମଧ୍ୟରେ ଯେଉଁମାନେ ଅନ୍ତର୍ଜାତୀୟ ଡେବ୍ୟୁ କରିପାରନ୍ତି ସେମାନଙ୍କ ମଧ୍ୟରେ ସ୍ପିନ୍ ବୋଲିଂ ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀ ଏବଂ ପେସର୍ ହର୍ଷିତ ରାଣା ଅଛନ୍ତି । ପ୍ରଥମ ଟି -୨୦ ଅକ୍ଟୋବର ୬ ରେ ଗ୍ୱାଲିଅରରେ ଖେଳାଯିବାକୁ ଥିବାବେଳେ ବାକି ଦୁଇଟି ଅକ୍ଟୋବର ୯ (ନୂଆଦିଲ୍ଲୀ) ଏବଂ ଅକ୍ଟୋବର ୧୨ (ହାଇଦ୍ରାବାଦ) ରେ ଖେଳାଯିବ ।

ଭାରତ ଟି -୨୦ ଟିମ୍
ସୂର୍ଯ୍ୟକୁମାର ଯାଦବ (କ୍ୟାପ୍‌ଟେନ୍‌), ଅଭିଷେକ ଶର୍ମା, ସଞ୍ଜୁ ସାମସନ (ୱିକେଟ୍ କିପର), ରିଙ୍କୁ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା, ରିୟାନ୍ ପରାଗ, ନୀତୀଶ କୁମାର ରେଡ୍ଡୀ, ଶିବମ୍ ଦୁବେ, ୱାଶିଂଟନ୍ ସୁନ୍ଦର, ରବି ବିଷ୍ଣୁ, ବରୁଣ ଚକ୍ରବର୍ତ୍ତୀ, ଜିତେଶ ଶର୍ମା (ୱିକେଟ୍ କିପର), ଅର୍ଶଦୀପ ସିଂ, ରାଣା, ମୟଙ୍କ ଯାଦବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking