14.1 C
Bhubaneswar
Tuesday, January 13, 2026
Homeଖେଳଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ: ବ୍ୟାଟିଂ କରିବ ଭାରତ

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ: ବ୍ୟାଟିଂ କରିବ ଭାରତ

ରାଞ୍ଚି: ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଆଜି ପ୍ରଥମ ଦିନିକିଆ । ଟସ୍ ଜିତିଲା ଦକ୍ଷିଣ ଆଫ୍ରିକା । ଟସ୍ ଜିତି ଫିଲ୍ଡିଂ କରିବାକୁ ଦକ୍ଷିଣ ଆଫ୍ରିକା ନିଷ୍ପତ୍ତି ନେଇଛି । ଏହି ମ୍ୟାଚ ରାଞ୍ଚିର ଜେଏସସିଏ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ରୋହିତ ଶର୍ମା ଏବଂ ବିରାଟ କୋହଲି ମଧ୍ୟ ଖେଳୁଛନ୍ତି। ସେମାନେ ଶେଷ ଥର ପାଇଁ ନଅ ମାସ ପୂର୍ବେ ଭାରତରେ ଏକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ରୋହିତଙ୍କ ସହ ଇନିଂସ ଓପନ୍ କରିବେ ଜୟସ୍ୱାଲ୍ । ଚୂଡାନ୍ତ ଏକାଦଶରେ ନାହାନ୍ତି ପନ୍ତ, ୩ ସ୍ପିନର ଓ ୩ ସିମର ସାମିଲ୍ । ଆଇପିଏଲ୍ ହିରୋ ଋତୁରାଜ ଗାଏକ୍ୱାର୍ଡଙ୍କୁ ପୁଣି ସୁଯୋଗ ମିଳିଛି । ଏଡେନ୍ ମାର୍କରାମ ଘୋଷଣା କରିଛନ୍ତି ଯେ କେଶବ ମହାରାଜ ଏବଂ ଟେଷ୍ଟ ଅଧିନାୟକ ତେମ୍ବା ବାଭୁମାଙ୍କୁ ବିଶ୍ରାମ ଦିଆଯାଇଛି, ସେମାନେ ଏହି ମ୍ୟାଚ ଖେଳୁ ନାହାନ୍ତି

ଉଭୟ ଦଳର ପ୍ଲେଇଂ-୧୧

ଭାରତ: ରୋହିତ ଶର୍ମା, ଯଶସ୍ୱୀ ଜୟସୱାଲ, ବିରାଟ କୋହଲି, ରିତୁରାଜ ଗାଇକୱାଡ, କେଏଲ ରାହୁଲ (ଅଧିନାୟକ ଏବଂ ୱିକେଟକିପର), ୱାଶିଂଟନ ସୁନ୍ଦର, ରବିନ୍ଦ୍ର ଜାଡେଜା, ହର୍ଷିତ ରାଣା, କୁଲଦୀପ ଯାଦବ, ଅର୍ଶଦୀପ ସିଂ ଏବଂ ପ୍ରସାଦ କୃଷ୍ଣ

ଦକ୍ଷିଣ ଆଫ୍ରିକା: ରିଆନ ରିକେଲଟନ, କ୍ୱିଣ୍ଟନ ଡି କକ୍, ଏଡେନ ମାର୍କରାମ (ଅଧିନାୟକ), ମାଥ୍ୟୁ ବ୍ରେଟ୍କି, ଟନି ଡି ଜର୍ଜି, ଡିୱାଲ୍ଡ ବ୍ରୁଇସ୍, ମାର୍କୋ ଜନସନ୍, କରବିନ୍ ବୋସ୍, ପ୍ରାନେଲାନ୍ ସୁବ୍ରାୟନ୍, ନନ୍ଦ୍ରେ ବର୍ଗର୍ ଏବଂ ଓଟନିଏଲ୍ ବାର୍ଟମ୍ୟାନ୍

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking