31.1 C
Bhubaneswar
Monday, March 23, 2026
Homeଦେଶ ବିଦେଶବଡ଼ପଣ ଦେଖାଇଲା ଭାରତ: ପାକିସ୍ତାନ୍‌କୁ ଦେଲା ପ୍ରାକ୍ ବନ୍ୟା ସୂଚନା

ବଡ଼ପଣ ଦେଖାଇଲା ଭାରତ: ପାକିସ୍ତାନ୍‌କୁ ଦେଲା ପ୍ରାକ୍ ବନ୍ୟା ସୂଚନା

ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ିଥିବା ଉତ୍ତେଜନା ଏବେ ବି ଜାରି ରହିଛି । ପାକିସ୍ତାନର ନେତା, ମନ୍ତ୍ରୀମାନେ ବାରମ୍ବାର ଭାରତ ବିରୋଧରେ ବୟାନ ବାଜି କରିବା ଜାରି ରଖିଛନ୍ତି । ଏପରିକି ପାକିସ୍ତାନର କିଛି ରାଜନେତା, ଏପରିକି ପାକିସ୍ତାନ ସେନା ମୁଖ୍ୟ ମଧ୍ୟ ଭାରତକୁ ପରମାଣୁ ଧମକ ଦେବାରେ ଲାଗିଛନ୍ତି । ଏସବୁ ସତ୍ତ୍ୱେ ଭାରତ କିନ୍ତୁ ପାକିସ୍ତାନ ପ୍ରତି ବଡ଼ପଣ ଦେଖାଇଛି । ରିପୋର୍ଟ ଅନୁସାରେ ଭାରତ ପକ୍ଷରୁ ପାକିସ୍ତାନକୁ ପ୍ରାକ୍ ବନ୍ୟା ସମ୍ପର୍କୀତ ସୂଚନା ଦିଆଯାଇଛି । ଜମ୍ମୁ କାଶ୍ମୀରରେ ଜଳପ୍ରଳୟକୁ ଦୃଷ୍ଟିରେ ରଖି ପାକିସ୍ତାନକୁ ଆଗୁଆ ସତର୍କ କରିବା ପାଇଁ ନୂଆଦିଲ୍ଲୀ ପକ୍ଷରୁ ଇସଲାମାବାଦ୍‌କୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ପର୍କରେ ଜଣାଇଦିଆଯାଇଛି ।

ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପକ୍ଷରୁ ସିନ୍ଧୁ ଜଳ ଚୁକ୍ତିନାମାକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି । ସେତେବେଳେ କୁହାଯାଇଥିଲା ଯେ ଭାରତ ଆଉ ଏହି ଚୁକ୍ତିନାମାରେ ଅନୁବନ୍ଧିତ ନୁହେଁ । ସୁତରାଂ ଜଳବାୟୁ ପରିବର୍ତ୍ତନ ତଥା ବନ୍ୟା ସମ୍ପର୍କୀତ ପୂର୍ବାଭାସ ସମ୍ପର୍କରେ ଭାରତ ଆଉ ପାକିସ୍ତାନକୁ ଆଗୁଆ ଜଣାଇବାକୁ ବାଧ୍ୟ ନୁହେଁ । ତେବେ ଭାରତ କେବଳ ପାକିସ୍ତାନର ନୀରିହ ଲୋକଙ୍କ ଦୁଃଖ ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି ମାନବୀୟ ଦୃଷ୍ଟକୋଣରୁ ଆଗୁଆ ସତର୍କ ସୂଚନା ଦେଇଛି । ସରକାରୀ ସୂଚନା ଅନୁଯାୟୀ, ଭାରତୀୟ ଉଚ୍ଚାୟୋଗ ଇସ୍‌ଲାମାବାଦକୁ ଜଣାଇଥିଲା ଯେ୍ ଜମ୍ମୁର ତାୱି ନଦୀରେ ପ୍ରବଳ ବନ୍ୟା ଆସିବାର ସମ୍ଭାବନା ଅଛି, ଯାହା ପାକିସ୍ତାନରେ ମଧ୍ୟ ଗମ୍ଭୀର ପ୍ରଭାବ ପକାଇପାରେ । ଭାରତର ଏହି ଚେତାବନୀ ପରେ, ପାକ୍ ପ୍ରଶାସନ ମଧ୍ୟ ଏକ ସତର୍କତା ଜାରି କରିଛି ।

ସିନ୍ଧୁ ନଦୀ ଅବବାହିକାର ନଦୀଗୁଡ଼ିକ ଭାରତ ଏବଂ ପାକିସ୍ତାନ ଦେଇ ପ୍ରବାହିତ ହୁଏ । ତେଣୁ ଏଠାରେ ବନ୍ୟା ହେଲେ ପାକିସ୍ତାନ ମଧ୍ୟ ଭୟଙ୍କର ଭାବେ ପ୍ରଭାବିତ ହେବ । ଅନ୍ୟପକ୍ଷେ ଭାରତ ପାକିସ୍ତାନକୁ ସ୍ପଷ୍ଟ ସଙ୍କେତ ଦେଇଛି ଯେ, ଯେପର୍ଯ୍ୟନ୍ତ ସେ ସୀମାପାର ଆତଙ୍କବାଦ ବନ୍ଦ କରିବା ପାଇଁ ଗମ୍ଭୀର ପଦକ୍ଷେପ ନନିଏ, ସେପର୍ଯ୍ୟନ୍ତ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରହିବ । ସମସ୍ୟାରେ ପଡ଼ିଥିବା ପାକିସ୍ତାନ ଏହି ସମସ୍ୟାର ସମାଧାନ ପାଇଁ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଅଦାଲତର ଆଶ୍ରୟ ନେଇଥିଲା, କିନ୍ତୁ ଭାରତ ସ୍ପଷ୍ଟ କରିଦେଇଛି ଯେ ଏହି ମାମଲା କେବଳ ଦ୍ୱିପାକ୍ଷିକ ଆଲୋଚନାର ବିଷୟ ଏବଂ ଏହା କୌଣସି ଅନ୍ତର୍ଜାତୀୟ ଅଦାଲତର ନିଷ୍ପତ୍ତି ଗ୍ରହଣ କରିବାକୁ ବାଧ୍ୟ ନୁହେଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking