ଭୁବନେଶ୍ୱର: ଓଡିଶାରେ ଭାରତ ବନ୍ଦର ପ୍ରଭାବ ବିଶେଷ ପଡି ନାହିଁ ଏଭଳି କିଛି କହିଛନ୍ତି, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ।ଆହୁରି କହିଛନ୍ତି, ପ୍ରାୟତଃ ଗାଡି ଘୋଡା ଚାଲୁଛି , ବନ୍ଦର ବିଶଷ ପ୍ରଭାବ ପଡିନାହିଁ । ଟୋକା ପଞ୍ଝାଏ ବୁଲୁଛନ୍ତି, ବନ୍ଦ ପାଇଁ ଯାଉଛନ୍ତି । ଇନସ୍ୟୁରାନ୍ସ ମିଳୁନଥିବାରୁ ସମସ୍ତେ ବନ୍ଦ ହୋଇଯାଉଛନ୍ତି । ସୂଚନାଥାଉକି ଆଜି ଦେଶବ୍ୟାପୀ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଶ୍ରମ କୋଡ ରଦ୍ଧ ଦାବିରେ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ମିଳିତ ମଞ୍ଚ ଧର୍ମଘଟ ଡାକରା ଦେଇଛନ୍ତି । ୨୧ ନଭେମ୍ବର ୨୦୨୫ ରେ ନୂଆ ଶ୍ରମ କୋଡ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାକୁ ବିରୋଧ କରି ଆସୁଛନ୍ତି ବିଭିନ୍ନ ଶ୍ରମିକ ସଂଗଠନ । ସରକାରଙ୍କ “ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍”କୁ ଆଗକୁ ବଢ଼ାଇବା ପାଇଁ ଶ୍ରମିକଙ୍କ ରକ୍ତ ଶୋଷଣ କରି କର୍ପୋରେଟ୍ ଓ ମାଲିକମାନଙ୍କୁ ଅତ୍ୟଧିକ ଲାଭ ଦେବା ଏହାର ଲକ୍ଷ୍ୟ ବୋଲି ଅଭିଯୋଗ କରି ଆସୁଛନ୍ତି ।










