ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାଦ ଉତ୍ତେଜନା ମଧ୍ୟରେ ବଢିଲା ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସୁରକ୍ଷା । ଅପରେସନ ସିନ୍ଦୂର ପରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି । ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଏବେ ଏକ ସ୍ୱତନ୍ତ୍ର ବୁଲେଟ୍ ପ୍ରୁଫ୍ କାରରେ ଯାତ୍ରା କରିବେ । ଗୃହ ମନ୍ତ୍ରଣାଳୟ ଏବେ ତାଙ୍କ ସୁରକ୍ଷାକୁ ବଢାଇବା ସହ ସ୍ୱତନ୍ତ୍ର ବୁଲେଟ ପ୍ରୁଫ୍ ଗାଡି ପ୍ରଦାନ କରିଛି । ଜୟଶଙ୍କରଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବୃଦ୍ଧଇ କରାଯାଇଛି । ଏସ୍ ଜୟଶଙ୍କରଙ୍କୁ ପୂର୍ବରୁ ଗୃହ ବିଭାଗ ପକ୍ଷରୁ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଇଛି । ସିଆରପିଏଫ୍ କମାଣ୍ଡୋମାନେ ବୈଦେଶିକ ମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଇ ଦିଅନ୍ତି ।