17.1 C
Bhubaneswar
Sunday, February 8, 2026
Homeଖେଳଇଂଲଣ୍ଡକୁ ୨ ୱିକେଟ୍‌ରେ ହରାଇଲା ଭାରତ

ଇଂଲଣ୍ଡକୁ ୨ ୱିକେଟ୍‌ରେ ହରାଇଲା ଭାରତ

ଚେନ୍ନାଇ: ଚେନ୍ନାଇର ଏମ୍ ଚିଦାମ୍ବରମ୍ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ୨ୟ ଟି-୨୦ରେ ଇଂଲଣ୍ଡକୁ ୨ ୱିକେଟ୍‌ରେ ପରାସ୍ତ କରିଛି ଭାରତ। ଏହି ବିଜୟ ସହ ଭାରତ ସିରିଜରେ ୨-୦ରେ ଅଗ୍ରଣୀ ହୋଇଯାଇଛି। ଇଂଲଣ୍ଡ ଦ୍ବାରା ରଖାଯାଇଥିବା ୧୬୬ ରନର ଲକ୍ଷ୍ୟକୁ ଭାରତ ୧୯.୨ ଓଭରରେ ୮ ୱିକେଟ୍‌ ହରାଇ ହାସଲ କରିନେଇଥିଲା।

ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ବି ତିଳକ ବର୍ମାଙ୍କ ମ୍ୟାଚ ବିଜୟୀ ୭୨ ରନ ବଳରେ ଭାରତ ବିଜୟ ହାସଲ କରିଥିଲା। ଓ୍ବାସିଂଟନ ସୁନ୍ଦର ୨୬ ରନ କରିଥିଲେ। ତେବେ ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର ସ୍ଥିତିକୁ ସମ୍ଭାଳିଥିଲେ। ଜୋସ୍ ବଟଲର୍ ଦ୍ରୁତଗତିରେ ରନ୍ ସ୍କୋର ଜାରି ରଖିଥିଲେ। ସେ ୩୦ ବଲ୍‌ରେ ୪୫ ରନ୍ ସ୍କୋର କରି ଅକ୍ଷର ପଟେଲଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ସେ ତାଙ୍କ ଇନିଂସରେ ୨ ଚୌକା ଓ ୩ ଛକା ମାରିଥିଲେ। ଏହା ପରେ ୱିକେଟ୍‌ ଖସିବାର ପ୍ରକ୍ରିୟା ପୁଣି ଥରେ ଆରମ୍ଭ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking