26.1 C
Bhubaneswar
Saturday, October 26, 2024
Homeଖେଳମ୍ୟାଚ ସହ ସିରିଜ ହାରିଲା ଭାରତ

ମ୍ୟାଚ ସହ ସିରିଜ ହାରିଲା ଭାରତ

ନୂଆଦିଲ୍ଲୀ: ୧୧୩ ରନରେ ମ୍ୟାଚ ହରି ସିରିଜ ହାତଛଡା କଲା ଭାରତ। ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ନ୍ୟୁଜିଲାଣ୍ଡ ୨-୦ ରେ ଆଗୁଆ । ଦ୍ବିତୀୟ ଟେଷ୍ଟରେ ବି ହାରିଲା ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ୧୧୩ ରନରେ ପରାସ୍ତ ହୋଇଛି ଭାରତୀୟ କ୍ରିକେଟ୍ ଟିମ୍ । ଦ୍ବିତୀୟ ଇନିଂସରେ ଭାରତ ଆଗରେ ୩୫୯ ରନର ବିଜୟ ଲକ୍ଷ୍ୟ ଥିବା ବେଳେ ଭାରତ ୨୪୫ ରନ୍ କରି ଅଲଆଉଟ୍ ହୋଇଯାଇଛି । ଏହି ପରାଜୟ ସହ ଭାରତ ତିନିଟିକିଆ ଟେଷ୍ଟ ସିରିଜକୁ ନ୍ୟୁଜିଲାଣ୍ଡ ୨-୦ରେ ଜିତି ନେଇଛି । ଜୟସ୍ଵାଲ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ବାକି ସମସ୍ତେ ଫେଲ୍ ମାରିଛନ୍ତି । ନ୍ୟୁଜିଲାଣ୍ଡର ସ୍ପିନ୍ ବୋଲିଂରେ ଭାରତ ଧରାଶାୟୀ ହୋଇଛି । ପ୍ରଥମ ଇନିଂସରେ ଦଳ ୧୫୬ ରନ୍ କରିଥିବା ବେଳେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୨୫୯ ଓ ଦ୍ଵିତୀୟ ଇନିଂସରେ ୨୫୫ ରନ୍ କରିଥିଲା । ପୁଣେରେ କିୱି ଦଳର ସ୍ପିନ୍ ଯାଦୁ ଚାଲିଛି । ୩୫୯ ରନର ବିଜୟ ଲକ୍ଷ୍ୟ ନେଇ ଫିଲ୍ଡକୁ ଓହ୍ଲାଇଥିବା ଭାରତ ପ୍ରଥମ ଇଂନିଂସ ପରି ଦ୍ବିତୀୟ ଇନିଂସରେ ମଧ୍ୟ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଜୟସ୍ବାଲ ୭୭ ରନ୍ କରିଥିବା ବେଳେ ଅନ୍ୟତମ ଓପ୍ନର ତଥା ଅଧିନାୟକ ରୋହିତ ଶର୍ମା ମାତ୍ର ୮ ରନ୍ କରି ଆଉଟ୍ ହୋଇଯାଇଥିଲେ । ରୋହିତଙ୍କ ପରେ କ୍ରିଜକୁ ଆସିଥିବା ଶୁଭମନ ଗିଲ୍ ୩୧ ବଲରୁ ୨୩ ରନ୍ କରିଥିଲେ ବି ବେଶି ସମୟ ତିଷ୍ଟି ପାରି ନଥିଲେ । ଗିଲଙ୍କ ପରେ ପରେ ବିରାଟ ମାତ୍ର ୧୭ ରନ୍ ବ୍ୟାଭିଲିୟନକୁ ଫେରି ଆସିଥିଲେ । ରିଷଭ ପନ୍ତ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିବା ବେଳେ ଓ୍ବାସିଂଟନ ସୁନ୍ଦର ୯ ରନ୍ କରିଥିଲେ । ଶେଷ ଆଡକୁ ରବୀନ୍ଦ୍ର ଜାଡେଜା ୪୨ ରନ୍ କରିଥିଲେ ବି ଅନ୍ୟ କେହି ତାଙ୍କୁ ସାଥ ଦେଇ ନଥିଲେ । ଅଶ୍ବିନୀ ୧୮ ଏବଂ ଆକାଶ ଦୀପ ଏକ ରନ୍ କରି ଆଉଟ ହୋଇଯାଇଥିଲେ । ବୁମ୍ରା ୧୦ ରନ୍ କରି ନଟ ଆଉଟ ରହିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ପୁଣି ଥରେ ସ୍ପିନର ମିଚେଲ ସାଣ୍ଟନରଙ୍କ ଯାଦୁ ଦେଖିବାକୁ ମିଳିଥିଲା । ସେ ୨୯ ରନ୍ ଦେଇ ୬ ଜଣ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଶିକାର କରିଥିଲେ । ପଟେଲ ଦୁଇଟି ଏବଂ ଫିଲିପ୍ସ ଗୋଟିଏ ଓ୍ବିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking