25.1 C
Bhubaneswar
Tuesday, March 24, 2026
Homeଖେଳଶୁଟ୍‌ଆଉଟ୍‌ରେ ହାରିଲା ଭାରତ

ଶୁଟ୍‌ଆଉଟ୍‌ରେ ହାରିଲା ଭାରତ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଟିମ୍ ଜର୍ମାନୀର ବିପକ୍ଷ ଟେଷ୍ଟ ସିରିଜ୍‌ରେ ପରାଜିତ ହୋଇଛି। ଭାରତୀୟ ଟିମ୍ ଗୁରୁବାର ନୂଆଦିଲ୍ଲୀ ମେଜର ଧ୍ୟାନଚାନ୍ଦ ନାସ୍‌ନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ ତଥା ଅନ୍ତିମ ହକି ଟେଷ୍ଟରେ ବିଶ୍ୱ ଚାମ୍ପିଅନ୍ ଜର୍ମାନୀକୁ ୫-୩ ଗୋଲ୍‌ରେ ହରାଇଥିବା ସତ୍ତ୍ୱେ ଟେଷ୍ଟ ସିରିଜ୍ ହରାଇଛି। ଗୁରୁବାର ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତ ୫-୩ରେ ବିଜୟୀ ହେବାପରେ ସିରିଜ୍ ୧-୧ରେ ବରାବର ହୋଇଥିଲା।

ବିଜେତା ନିର୍ଣ୍ଣୟ ପାଇଁ ଶୁଟ୍‌ଆଉଟ୍ ହୋଇଥିଲା। ଏଥିରେ ଜର୍ମାନୀ ୩-୧ରେ ବିଜୟ ହାସଲ କରିଛି। ଶୁଟ୍‌ଆଉଟ୍‌ରେ ହରମନ୍‌ପ୍ରୀତ୍ ସିଂହ, ଅଭିଷେକ, ମହମ୍ମଦ ରାହିଲ ଗୋଲ୍ କରିପାରି ନଥିଲେ। ତେବେ ଭାରତୀୟ ଟିମ୍‌ରେ ଡେବ୍ୟୁ କରିଥିବା ଆଦିତ୍ୟ ଅର୍ଜୁନ ଲାଲାଗେ ଗୋଲ୍ ଦେଇଥିଲେ। ଭାରତୀୟ ଗୋଲ୍‌କିପର୍ କୃଷ୍ଣ ବାହାର ପାଠକ ଶୁଟ୍‌ଆଉଟ୍‌ରେ ଦୁଇଟି ଗୋଲ୍ ସେଭ୍ କରିଥିଲେ ମଧ୍ୟ ଟିମ୍‌କୁ ପରାଜୟରୁ ବଞ୍ଚାଇ ପାରିନଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking