33.3 C
Bhubaneswar
Monday, May 19, 2025
Homeଦେଶ ବିଦେଶପହଲଗାମ ଆତଙ୍କୀ ଆକ୍ରମଣର ମୁହଁଭଙ୍ଗା ଜବାବ ଦେଇଛି ଭାରତ: ୧୦୦ ଆତଙ୍କୀ ସଫା

ପହଲଗାମ ଆତଙ୍କୀ ଆକ୍ରମଣର ମୁହଁଭଙ୍ଗା ଜବାବ ଦେଇଛି ଭାରତ: ୧୦୦ ଆତଙ୍କୀ ସଫା

ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ଆକ୍ରମଣର ମୁହଁଭଙ୍ଗା ଜବାବ ଦେଇଛି ଭାରତ । ଅପରେସନ ସିନ୍ଦୂରରେ ପାକିସ୍ତାନରେ ପଶି ପ୍ରତିଶୋଧ ନେଇଛନ୍ତି ଭାରତୀୟ ସେନା । ତେବେ ଅପରେସନ୍ ଭିତରେ ଗୁରୁବାର ସର୍ବ ଦଳୀୟ ବୈଠକ ବସିଛି । ଯେଉଁଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ‘ଅପରେସନ ସିନ୍ଦୂରରେ ୧୦୦ ଆତଙ୍କବାଦୀ ନିପାତ ହୋଇଛନ୍ତି ଏବଂ ସବୁ ତଥ୍ୟ ସାର୍ବଜନୀନ କରିହେବନି ।’ ୨୫ ମିନିଟର ସର୍ଜିକାଲ୍ ଷ୍ଟ୍ରାଇକରେ SCALP ମିସାଇଲ୍ ଏବଂ HAMMER ସ୍ମାର୍ଟ ବୋମା ଭଳି ହତିଆର ବ୍ୟବହାର କରି ପାକିସ୍ତାନ ଏବଂ POKର ୯ ଟି ଆତଙ୍କୀ ସ୍ଥାନକୁ ଧୂଳିସାତ୍ କରିଛି ଭାରତ । ପହଲଗାମ୍ ଆତଙ୍କୀ ଆକ୍ରମଣରେ ସଧବାଙ୍କ ମୁଣ୍ଡରୁ ସିନ୍ଦୂର ପୋଛିଥିବା ଆତଙ୍କୀଙ୍କୁ ଅପରେସନ୍ ସିନ୍ଦୂର ମାଧ୍ୟମରେ ଯେସାକୁ ତେସା ଜବାବ୍ ଦେଇଛି ଭାରତ ।

ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ୧୫ ଦିନ ପରେ ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (PoK)ରେ ଥିବା ୯ଟି ଆତଙ୍କବାଦୀ ଠିକଣା ଉପରେ ମଙ୍ଗଳବାର ମଧ୍ୟରାତ୍ରି ୧:୩୦ରେ ‘ଅପରେସନ ସିନ୍ଦୁର’ ଅଧୀନରେ ଏୟାର ଷ୍ଟ୍ରାଇକ କରିଛି। ଏହି ଆକ୍ରମଣ ବହାଓ୍ୱାଲପୁର, ମୁରିଦ୍‌କେ, ବାଘ, କୋଟଲି ଏବଂ ମୁଜାଫରାବାଦରେ ଥିବା ଆତଙ୍କବାଦୀ ଠିକଣାଗୁଡ଼ିକୁ ଟାର୍ଗେଟ କରାଯାଇଥିଲା।

ଯେଉଁଠାରୁ ଭାରତ ବିରୋଧରେ ଆତଙ୍କବାଦୀ ଆକ୍ରମଣର ଯୋଜନା ଏବଂ କାର୍ଯ୍ୟକାରୀ କରାଯାଉଥିଲା। ପାକିସ୍ତାନର ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ବହାଓ୍ୱାଲପୁରରେ ଏୟାର ଷ୍ଟ୍ରାଇକ ପରେ 100 ଜଣଙ୍କର ମୃତ୍ୟୁ ହୋଇଛି। ଖବର ସରବରାହ ସଂସ୍ଥା ଏଏନଆଇ ସୂତ୍ରରୁ ଜଣାପଡ଼ିଛି ଯେ, ଏହି ଆକ୍ରମଣରେ ଜୈଶ-ଏ-ମହମ୍ମଦର ୪ଟି, ଲସ୍କର-ଏ-ତୋଇବାର ୩ଟି ଏବଂ ହିଜବୁଲ ମୁଜାହିଦ୍ଦିନର ୨ଟି ଆତଙ୍କବାଦୀ ଠିକଣାକୁ ନଷ୍ଟ କରାଯାଇଛି। ପାକିସ୍ତାନର ଇଣ୍ଟର-ସର୍ଭିସେସ ପବ୍ଲିକ ରିଲେସନ୍ସ (ISPR) ନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଆହମଦ ଶରୀଫ ଚୌଧୁରୀ କହିଛନ୍ତି ଯେ, ଭାରତ ପାକିସ୍ତାନ ଉପରେ ୨୪ଟି ମିସାଇଲ ନିକ୍ଷେପ କରିଛି। ଏଏନଆଇ ସୂତ୍ରରୁ ଜଣାପଡ଼ିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାତିସାରା ଉଜାଗର ରହି ‘ଅପରେସନ ସିନ୍ଦୁର’କୁ ଅତି ନିକଟରୁ ନିରୀକ୍ଷଣ କରୁଥିଲେ।

ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଏହି ଆକ୍ରମଣ ସୁନିୟନ୍ତ୍ରିତ ଏବଂ ଅଣ-ଉତ୍ତେଜକ ଥିଲା। କାରଣ ଏହି ଆକ୍ରମଣରେ କୌଣସି ପାକିସ୍ତାନୀ ସାମରିକ ସ୍ଥାନକୁ ଟାର୍ଗେଟ କରାଯାଇ ନଥିଲା। ଭାରତୀୟ ସେନା ଏହାକୁ ପହଲଗାମ ଆକ୍ରମଣ ବିପକ୍ଷରେ ‘ନ୍ୟାୟ ପରିବେଷିତ’ ବୋଲି ଘୋଷଣା କରିଛି। ଏହାସହ ସାମାଜିକ ଗଣମାଧ୍ୟମ ଏକ୍ସରେ ‘ଅପରେସନ ସିନ୍ଦୁର’ର ଏକ ଫଟୋ ସେୟାର କରିବା ସହ କ୍ୟାପସନରେ, “ଜୟ ହିନ୍ଦ!” ବୋଲି ଉଲ୍ଲେଖ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking