ନୂଆଦିଲ୍ଲୀ: ପାକିସ୍ତାନ ଉପରେ ଆକାଶ ମିସାଇଲ ମାଡ କରିଛି ଭାରତ । ପାକିସ୍ତାନର ଏୟାର ଡିଫେନ୍ସକୁ ନଷ୍ଟ କରିବା ପାଇଁ ପୁରା ଚେଷ୍ଟା କରିଛନ୍ତି ଭାରତୀୟ ସେନା । ସ୍ଥଳ ସେନା ନୌସେନା ବାୟୁ ସେନା ପୁରାପୁରି ସଜାଗ ରହିଛନ୍ତି । ପାକିସ୍ତାନକୁ ଧୂଳିଚଟାଇଛି ଆକାଶ ମିସାଇଲ । ପାକିସ୍ତାନ ତରଫରୁ ଆରମ୍ଭ କରାଯାଇଥିବା ଯୁଦ୍ଧର ପରିଣତି ଭୋଗୁଛି ନିଜେ । ଭାରତୀୟ ସେନା ପାକିସ୍ତାନର ବିଭିନ୍ନ ସ୍ଥାନରେ ପଶି ଆକ୍ରମଣ କରିବା ଆରମ୍ଭ କରିଛି । ଏହି କ୍ରମରେ ଭାରତୀୟ ସେନା ଲାହୋର, ଇସଲାମାବାଦ ଭଳି ପାକିସ୍ତାନର ବଡ ବଡ ସହରରେ ପଶି ସିଧା ସଳଖ ଭାରତୀୟ ସେନା ଆକ୍ରମଣ କରିବାରେ ଲାଗିଛି । ସେପଟେ ଆମେରିକା ପାକିସ୍ତାନକୁ ପରାମର୍ଶ ଦେଇଛି । ଆମେରିକା ବିଦେଶ ମନ୍ତ୍ରୀ ଓ ଭାରତୀୟ ବିଦେଶ ମନ୍ତ୍ରୀ ଫୋନ ମାଧ୍ୟମରେ ଆଲୋଚନା କରିଛନ୍ତି । ଏଥିରେ ଆମେରିକା ବିଦେଶ ମନ୍ତ୍ରୀ କହିଛନ୍ତି କି, ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ପଛକୁ ହଟିବାକୁ ପରାମର୍ଶ ଦେଇଛନ୍ତି ।