30.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶବାଂଲାଦେଶରେ ସଂଖ୍ୟାଲଘୁଙ୍କ ସୁରକ୍ଷା ନେଇ ଉଦ୍‌ବେଗ ଜଣାଇଲା ଭାରତ

ବାଂଲାଦେଶରେ ସଂଖ୍ୟାଲଘୁଙ୍କ ସୁରକ୍ଷା ନେଇ ଉଦ୍‌ବେଗ ଜଣାଇଲା ଭାରତ

ନୂଆଦିଲ୍ଲୀ: ବାଂଲାଦେଶରେ ସଂଖ୍ୟାଲଘୁମାନଙ୍କ ନିରାପତ୍ତାକୁ ନେଇ ଭାରତ ସୋମବାର ଚିନ୍ତାବ୍ୟକ୍ତ କରିଛି। ପଡୋଶୀଙ୍କ ସହ ସକାରାତ୍ମକ, ଗଠନମୂଳକ ଏବଂ ପରସ୍ପର ଲାଭକାରୀ ସମ୍ପର୍କ ଭାରତ ଚାହେଁ। ଢାକାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ବିଦେଶ ସଚିବ ବିକ୍ରମ ମିସ୍ରି ଏହା କହିଛନ୍ତି। ଅଗଷ୍ଟ ୫ରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା କ୍ଷମତାଚ୍ୟୁତ ହୋଇ ଭାରତ ପଳାଇଆସିବା ପରେ ବାଂଲାଦେଶ ସହ ଭାରତର ଏହା ପ୍ରଥମ ଉଚ୍ଚସ୍ତରୀୟ ଅଧିକାରୀସ୍ତରୀୟ ବୈଠକ।

ଶ୍ରୀ ମିସ୍ରି ବାଂଲାଦେଶ ପ୍ରତିପକ୍ଷ ମହମ୍ମଦ ଜଶିମ୍ ଉଦ୍ଦିନଙ୍କୁ ସାକ୍ଷାତ କରିବା ସହ ବାଂଲାଦେଶରେ ବସବାସ କରୁଥିବା ସଂଖ୍ୟାଲଘୁମାନଙ୍କ ସୁରକ୍ଷା ଓ କଲ୍ୟାଣ ସମ୍ପର୍କରେ ଭାରତର ଉଦ୍‌ବେଗ ଜଣାଇଛନ୍ତି। ନିକଟରେ ସାଂସ୍କୃତିକ, ଧର୍ମୀୟ ଏବଂ କୂଟନୈତିକ ସମ୍ପତ୍ତି ଉପରେ ଘଟିଥିବା ଦୁଃଖଦାୟକ ଆକ୍ରମଣ ସମ୍ପର୍କରେ ମଧ୍ୟ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଦ୍ୱିପାକ୍ଷିକ ସମ୍ପର୍କରେ ସୁଧାର ଆଣିବା ନିମନ୍ତେ ବୈଠକରେ ସହମତି ହୋଇଥିବା ମିସ୍ରି କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking