ନୂଆଦିଲ୍ଲୀ: ଭାରତ – ୟୁରୋପୀୟ ସଂଘ ମଧ୍ୟରେ ଐତିହାସିକ ଚୁକ୍ତି ସ୍ୱାକ୍ଷରିତ। ଉଭୟ ପକ୍ଷ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ମଦର ଅଫ୍ ଅଲ୍ ଡିଲ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ଏନର୍ଜି ସପ୍ତାହ ୨୦୨୬ରେ ତାଙ୍କ ଅଭିଭାଷଣ ସମୟରେ ଭାରତ ଏବଂ ୟୁରୋପୀୟ ୟୁନିଅନ ମଧ୍ୟରେ ଏକ ପ୍ରମୁଖ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଘୋଷଣା କରିଛନ୍ତି। କାଲି ଐତିହାସିକ ଚୁକ୍ତି ହୋଇଥିବା ଘୋଷଣା କରିଛନ୍ତି ମୋଦି। ମୋଦି କହିଛନ୍ତି ଯେ ଭାରତ ଓ ୟୁରୋପ ଲୋକଙ୍କ ପାଇଁ ଏହା ବଡ ସୁଯୋଗ ଆଣିବ। ବିଶ୍ୱର ଦୁଇ ବଡ ଅର୍ଥବ୍ୟବସ୍ଥା ମଧ୍ୟରେ ଭଲ ପାର୍ଟନରସିପ୍ର ଉଦାହରଣଲ ଏହି ଚୁକ୍ତି। ଏହି ଚୁକ୍ତି ବିଶ୍ୱ ଜିଡିପିର ୨୫ ପ୍ରତିଶତ ଓ ବିଶ୍ୱ ବାଣିଜ୍ୟର ଏକ ତୃତୀୟାଂଶ। ଏହି ଌଶଗ୍ଧ;ିଲ୍ ଦ୍ୱାରା ଉତ୍ପାଦନ କ୍ଷେତ୍ରରେ ଆହୁରି ବୃଦ୍ଧି ଘଟିବ। ସର୍ଭିସ୍ ସେକ୍ଟରର ବି ଆହୁରି ବିସ୍ତାର ହେବ । ସେ ଆହୁରି କହିଛନ୍ତି ଯେ ଭାରତରେ ନିବେଶ କରିବା ପାଇଁ ବ୍ୟବସାୟୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢିବ।










