37.1 C
Bhubaneswar
Sunday, June 1, 2025
Homeଦେଶ ବିଦେଶପାକିସ୍ତାନରେ ପଶିଲା ଭାରତ

ପାକିସ୍ତାନରେ ପଶିଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ତରଫରୁ ଆରମ୍ଭ କରାଯାଇଥିବା ଯୁଦ୍ଧର ପରିଣତି ଭୋଗୁଛି ନିଜେ । ଭାରତୀୟ ସେନା ପାକିସ୍ତାନର ବିଭିନ୍ନ ସ୍ଥାନରେ ପଶି ଆକ୍ରମଣ କରିବା ଆରମ୍ଭ କରିଛି । ଏହି କ୍ରମରେ ଭାରତୀୟ ସେନା ଲାହୋର, ଇସଲାମାବାଦ ଭଳି ପାକିସ୍ତାନର ବଡ ବଡ ସହରରେ ପଶି ସିଧା ସଳଖ ଭାରତୀୟ ସେନା ଆକ୍ରମଣ କରିବାରେ ଲାଗିଛି । ସେପଟେ ଆମେରିକା ପାକିସ୍ତାନକୁ ପରାମର୍ଶ ଦେଇଛି । ଆମେରିକା ବିଦେଶ ମନ୍ତ୍ରୀ ଓ ଭାରତୀୟ ବିଦେଶ ମନ୍ତ୍ରୀ ଫୋନ ମାଧ୍ୟମରେ ଆଲୋଚନା କରିଛନ୍ତି । ଏଥିରେ ଆମେରିକା ବିଦେଶ ମନ୍ତ୍ରୀ କହିଛନ୍ତି କି, ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ପଛକୁ ହଟିବାକୁ ପରାମର୍ଶ ଦେଇଛନ୍ତି । ପାକିସ୍ତାନର ୯ଟି ସହରରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିବା ପାକିସ୍ତାନୀ ସେନା ଦାବି କରିଛି। ପାକିସ୍ତାନ ସେନା ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ୍‌ ଅହମଦ ସରିଫ୍‌ କହିଛନ୍ତି, ଲାହୋର, ରାୱଲପିଣ୍ଡି, ଗୁଜରନୱାଲା, ଚକୱାଲ, ଆଟ୍ଟକ, ବାହାବଲପୁର, ମିଆଁୱାଲି, ଛୋର୍‌ ଓ କରାଚୀରେ ଅନେକ ସ୍ଥାନରେ ବିସ୍ଫୋରଣ ହୋଇଛି। ପାକିସ୍ତାନୀ ସେନା ମଧ୍ୟ ପ୍ରାୟ ୫୦ଟି ‌ଡ୍ରୋନ୍‌ ଖସାଇ ଦେଇଥିବା ସେ ଦାବି କରିଛନ୍ତି। ପାକିସ୍ତାନ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏଚ୍‌କ୍ୟୁ-୯ ଓ ଏଚ୍‌କ୍ୟୁ-୧୬ ଏୟାର ଡିଫେନ୍ସ ଲଞ୍ଚର୍‌ ଆକ୍ରମଣ ଯେଗୁଁ ନଷ୍ଟ ହୋଇଥିବା ପାକ୍‌ କର୍ତ୍ତୃପକ୍ଷ ସ୍ବୀକାର କରିଛନ୍ତି।

ଡ୍ରୋନ୍‌ ବ୍ୟବହାର କରି ଏହି ବିସ୍ଫୋରଣ କରାଯାଇଛି ବୋଲି ପାକିସ୍ତାନ କହିଛି। ସାଧାରଣ ଲୋକଙ୍କୁ ଘରେ ରହିବାପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ସୁରକ୍ଷାକର୍ମୀ ପ୍ରଭାବିତ ଅଞ୍ଚଳ‌ରେ ଅପରେସନ୍‌ ଜାରି ରଖିଛନ୍ତି। ଆଜି ଲାହୋରରେ ସାଇରନ୍‌ ବାଜିବା ଏବଂ ୱାଲଟନ୍‌ ବିମାନବନ୍ଦର ନିକଟରେ ପ୍ରଚଣ୍ଡ ବିସ୍ଫୋରଣ ହେବାପରେ ଲୋକମାନେ ପ୍ରାଣ ବିକଳରେ ଘରୁ ବାହାରକୁ ଚାଲି ଆସିଥିଲେ। ଲୋକମାନେ ଭୟ‌ରେ ଦୌଡ଼ୁଥିବା ଭିଡିଓ ମଧ୍ୟ ଭାଇରାଲ୍‌ ହୋଇଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking