ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ବନ୍ଦ । କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଏହି ଭାରତ ବନ୍ଦ ଡାକରା ଦିଆଯାଇଛି । ଯାହାର ପ୍ରଭାବ ମଧ୍ୟ ପଡିବ ବିଶେଷ କରି ବ୍ୟାଙ୍କ ସେବା ପ୍ରଭାବିତ ହେବାର ଆଶଙ୍କା ରହିଛି । ତା ସହ ପରିବହନ ସେବା ମଧ୍ୟ ବାଧାପ୍ରାପ୍ତ ହୋଇପାରେ । ସରକାରୀ କାର୍ଯ୍ୟାଳୟ ଗୁଡିକ ମଧ୍ୟ ବାଧାପ୍ରାପ୍ତ ହୋଇପାରେ ଯେହେତୁ ବିଭିନ୍ନ କୃଷକ ସଂଗଠନ ଗୁଡିକ ଏହାକୁ ସମର୍ଥନ କରିଛନ୍ତି, ତେଣୁ ପ୍ରଭାବ ପଡିବା ନେଇ କୁହାଯାଉଛି । କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି କେନ୍ଦ୍ର ସରକାରଙ୍କ ବିରୋଧରେ ଦେଶବ୍ୟାପୀ ହରତାଳ ଏବଂ ଧର୍ମଘଟ କରିବେ ବିଭିନ୍ନ ଶ୍ରମିକ ସଂଗଠନ । ଦେଶର ୧୦ଟି ଟ୍ରେଡ ୟୁନିଅନ ସଂସ୍ଥା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଚାଷୀ ସଂଗଠନ ସମର୍ଥନରେ ଅନେକ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ , ଚାଷୀ ବିରୋଧୀ ଏବଂ କର୍ପୋରେଟ ସମର୍ଥନ ଏହି ନୀତି ବିରୋଧରେ ବନ୍ଦ ଡାକରା ଦେଇଛନ୍ତି ଏହି ଶ୍ରମିକ ସଂଗଠନ । ଅଂଶଗ୍ରହଣ କରୁଥିବା ପ୍ରମୁଖ ଟ୍ରେଡ ୟୁନିଅନ ଗୁଡିକ ମଧ୍ୟରେ ରହିଛନ୍ତି ସିଆଇଟିଉ, ଏଆଇଟିୟୁସି, ଆଇଏନଟିୟୁସି, ଏଚଏନଏସ, ଏଆଇସିସିଟିୟୁ ଏବଂ ୟୁଟିୟୁସି । ଏହି ବନ୍ଦର ପ୍ରଭାବ ଅନେକ ରାଜ୍ୟରେ ମଧ୍ୟ ପଡିବ । ଜନଜୀବନ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି । ବ୍ୟାଙ୍କ ପରିବହନ ସେବା, ସରକାରୀ କାର୍ଯ୍ୟାଳୟ ଗୁଡିକ ପ୍ରଭାବିତ ହେବାର ଆଶଙ୍କା ରହିଛି । ଏହି ବନ୍ଦ ପାଳନରେ ୩୦ କୋଟିରୁ ଅଧିକ ଶ୍ରମିକ ସାମିଲ ହେବେ ବୋଲି ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଦାବି କରାଯାଉଛି । କେନ୍ଦ୍ର ଶ୍ରମ ସଂସ୍କାର ଏବଂ ଆର୍ଥିକ ନୀତିକୁ ବିରୋଧ କରି ଏହି ବନ୍ଦ ଆୟୋଜନ କରାଯାଉଥିବା କହିଛନ୍ତି ଶ୍ରମିକ ସଂଗଠନ । କୃଷକ ସଂଗଠନଗୁଡିକର ସମର୍ଥନ ଆହୁରି ପ୍ରଭାବିତ କରିବ ବୋଲି କହିଛନ୍ତି ଶ୍ରମିକ ସଂଗଠନ ।










