27.1 C
Bhubaneswar
Sunday, February 22, 2026
Homeଦେଶ ବିଦେଶଭାରତ-ଚୀନ୍ ସମ୍ପର୍କ ଆହୁରି ଦୃଢ ହେବ: ମୋଦି

ଭାରତ-ଚୀନ୍ ସମ୍ପର୍କ ଆହୁରି ଦୃଢ ହେବ: ମୋଦି

ଚୀନ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ପରେ ଶନିବାର ଚୀନରେ ପହଞ୍ଚିଛନ୍ତି। ସେ ୩୧ ଅଗଷ୍ଟରୁ ୧ ସେପ୍ଟେମ୍ବର ପର୍ଯ୍ୟନ୍ତ ତିଆନଜିନ୍ ସହରରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ଯୋଗ ଦେଉଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ମୋଦି ଏସସିଓ ବ୍ୟତୀତ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ଆଲୋଚନାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା ଦୁଇ ଦେଶ ମଧ୍ୟରେ ସମ୍ପର୍କ ଦୃଢ ହେବ। ଏଥି ସହିତ ସେ କହିଛନ୍ତି ଯେ ଅନେକ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇଛି । ପରସ୍ପରକୁ ସମ୍ମାନ ଓ ବିଶ୍ୱାସ ଦ୍ୱାରା ଆଗକୁ ବଢିବୁ । ସୀମା ମ୍ୟାନେଜମେଣ୍ଟ ଓ ମାନସରୋବର ଯାତ୍ରାକୁ ନେଇ ସହମତି ମିଳିଛି । ସୀମାରେ ଶାନ୍ତି ଓ ସ୍ଥିରତା ଆସିଛି । ମାନସରୋବର ଯାତ୍ରା ପୁଣି ଆରମ୍ଭ ହୋଇଛି । ଦୁଇ ଦେଶ ମଧ୍ୟରେ ସିଧା ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ୨୮୦ କୋଟି ଲୋକଙ୍କ ହିତ ପରସ୍ପର ସହ ଜଡିତ । କୈଳାସ ମାନସରୋବର ଯାତ୍ରା ପୁନଃ ଆରମ୍ଭ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଜିନପିଙ୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ସାକ୍ଷାତ ସମୟରେ ଜିନପିଙ୍ଗଙ୍କ ସହ ହୋଇଥିବା ଆଲୋଚନା ଉପରେ ନିଜର ମତାମତ ପ୍ରକାଶ କରିଛନ୍ତି

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking