26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶବିବାଦୀୟ ସୀମାରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଭାରତ-ଚୀନ୍ ରାଜି

ବିବାଦୀୟ ସୀମାରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଭାରତ-ଚୀନ୍ ରାଜି

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ସେମାନଙ୍କ ବିବାଦୀୟ ସୀମାରୁ ନିଜ ନିଜର ସେନା ପ୍ରତ୍ୟାହାର କରିବାପାଇଁ ଜରୁରୀ ଭିତ୍ତିରେ କାମ କରିବାପାଇଁ ରାଜି ଅଛନ୍ତି ବୋଲି ଭାରତ ସରକାର ଆଜି କହିଛନ୍ତି । ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଗୁରୁବାର ତାଙ୍କ ଚୀନ୍ ପ୍ରତିପକ୍ଷ ୱାଙ୍ଗ୍ ସିଙ୍କୁ ଭେଟିବାପରେ ଏହି ଗୁରୁତ୍ୱପୂର୍ଣ୍ଣ ବୟାନ ଆସିଛି ।

ଲାଓସ୍‌ରେ (ଏସୋସିଏସନ୍ ଅଫ୍ ସାଉଥଇଷ୍ଟ ଏସିଆନ ନେସନ୍ସ ମିଟିଂ) ଅବସରରେ ଜୟଶଙ୍କର ଏବଂ ୱାଙ୍ଗ୍‌ଙ୍କ କଥାବାର୍ତ୍ତା ସମୟରେ ଉଭୟ ବାସ୍ତବ ସୀମା ରେଖା ନିକଟରେ ବିବାଦୀୟ କ୍ଷେତ୍ରରୁ ତୁରନ୍ତ ସୈନ୍ୟ ପ୍ରତ୍ୟାହାର ଦିଗରେ କାମ କରିବାପାଇଁ ରାଜି ହୋଇଛନ୍ତି । ଉଭୟ ଭାରତ ଏବଂ ଚୀନ୍ ଉତ୍ତର ଏବଂ ଦକ୍ଷିଣ ପାଙ୍ଗଙ୍ଗ୍ ସୋ, ଗୋଗ୍ରା ଏବଂ ଗଲୱାନ ଉପତ୍ୟକାର କିଛି ଅଞ୍ଚଳରୁ ନିଜ ନିଜ ସେନା ପ୍ରତ୍ୟାହାର କରି ସାରିଛନ୍ତି । ଉଭୟ ରାଷ୍ଟ୍ରରୁ ହଜାର ହଜାର ସେନା ସଦସ୍ୟ ଏବେ ବି ବିବାଦୀୟ ସୀମାରେ ମୁତୟନ ହୋଇଛନ୍ତି ।

ଉଭୟ ରାଷ୍ଟ୍ରର ବିଦେଶ ମନ୍ତ୍ରୀ, ସମ୍ପୂର୍ଣ୍ଣ ଭାବେ ବିବାଦ ଶେଷ କରିବା ଦିଗରେ କାର୍ଯ୍ୟ କରିବାକୁ ରାଜି ଅଛନ୍ତି । ଭାରତ ପକ୍ଷରୁ ଜାରି ହୋଇଥିବା ଏକ ବିବୃତି ଅନୁଯାୟୀ ଦୁଇ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ସ୍ୱାଭାବିକ କରିବାପାଇଁ ସୀମାରେ ଶାନ୍ତି ଫେରାଇବା ଅତ୍ୟନ୍ତ ଆବଶ୍ୟକ । ଜୟଶଙ୍କର ଲାଓସ୍ କାର୍ଯ୍ୟକ୍ରମରେ କହିଛନ୍ତି ଯେ ସୀମା ପ୍ରସଙ୍ଗ ଗତ ୪ ବର୍ଷ ଧରି ଭାରତ-ଚୀନ୍ ସମ୍ପର୍କ ଉପରେ ଏକ କଳାଛାଇ ଭଳି ରହିଛି । ଉଭୟ ପକ୍ଷ ଏହି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ଏଥିରେ ସଫଳତା ମିଳିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking