28.1 C
Bhubaneswar
Saturday, May 10, 2025
Homeଦେଶ ବିଦେଶପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ କଲା ଭାରତ

ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ କଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ନାଗରିକଙ୍କ ପାଇଁ ଭିସା ବାତିଲ କଲା ଭାରତ । ଯେଉଁ ପାକିସ୍ତାନୀମାନେ ଭାରତରେ ଅଛନ୍ତି, ସେମାନେ ୭୨ ଘଣ୍ଟା ମଧ୍ୟରେ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ । ମେଡିକାଲ ଭିସାରେ ଥିଲେ ଆସନ୍ତା ୨୯ରୁ ରଦ୍ଦ ହୋଇଯିବ ଭିସା । ଭିସା ଅବଧି ଶେଷ ହେବା ପୂର୍ବରୁ ନିଜ ଦେଶକୁ ଫେରିଯିବାକୁ ନିର୍ଦ୍ଦେଶ ଜାରି କଲେ କେନ୍ଦ୍ର ସରକାର । ସମସ୍ତ ପାକିସ୍ତାନୀଙ୍କୁ ୩ ଦିନ ଭିତରେ ଭାରତ ଛାଡିବାକୁ ନିର୍ଦ୍ଦେଶ ମିଳିଛି । ଭିସା କେବଳ ୨୭ ଏପ୍ରିଲ ଯାଏଁ ମାନ୍ୟ ରହିଛି । ପାକ୍ ନାଗରିକଙ୍କ ମେଡିକାଲ ଭିସା ୨୯ ଏପ୍ରିଲ ଯାଏଁ ମାନ୍ୟ ରହିଛି । ଭାରତ ଗତକାଲି ଅଟାରୀ- ୱାଘା ସୀମା ବନ୍ଦ କରିଦେଇଥିଲା । ଆଜି ପାକିସ୍ତାନ ୱାଘା ସୀମା ବନ୍ଦ କରିଦିଆଯାଇଛି । ସେହିପରି ପାକିସ୍ତାନ ନିଜର ଆକାଶ ମାର୍ଗ ଭାରତ ପାଇଁ ବନ୍ଦ କରିଛି । ଭାରତକୁ ଆସୁଥିବା କର୍ମସିଆଲ ବିମାନ ପାଇଁ ନିଜର ଏୟାର ସ୍ପେସ ବନ୍ଦ କରିଦିଆଯାଇଛି ।

ସେହିପରି ଭାରତୀୟ ନାଗରିକଙ୍କୁ ପାକିସ୍ତାନ ଗସ୍ତ ନ କରିବାକୁ ପରାମର୍ଶ । ଯେଉଁମାନେ ପାକିସ୍ତାନରେ ଅଛନ୍ତି ସେମାନଙ୍କୁ ଫେରି ଆସିବାକୁ ନିର୍ଦ୍ଦେଶ ଦେଇଛି ବୈଦେଶିକ ମନ୍ତ୍ରଣାଳୟ । ପହଲଗାମରେ ଆକ୍ରମଣ କରିଥିବା ଆତଙ୍କବାଦୀ ଓ ଷଡ଼ଯନ୍ତ୍ରକାରୀଙ୍କୁ, ସେମାନଙ୍କ କଳ୍ପନାଠାରୁ ଅଧିକ ଦଣ୍ଡ ଦିଆଯିବ । ବିହାର ମଧୁବନୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱକୁ ଶୁଣାଇଲେ ବାର୍ତ୍ତା । ପହଲଗାମ୍ ଆତଙ୍କବାଦୀ ହମଲା ପରେ ପ୍ରଥମ ଥର ମୋଦି ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି । ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିପକ୍ଷରେ ୫ଟି ବଡ କୂଟନୈତିକ ପଦକ୍ଷେପ ନେଇଛି । ଭାରତ ପାକିସ୍ତାନ ସହିତ ସିନ୍ଧୁ ଜଳ ଚୁକ୍ତିକୁ ଶେଷ କରିଛି । ପାକିସ୍ତାନ ସହ ବାତିଲ ହୋଇଛି ୧୯୬୦ ସିନ୍ଧୁ ଜଳ ଚୁକ୍ତି । ସୀମାପାର ଆତଙ୍କବାଦ ବନ୍ଦ ନହେବା ଯାଏଁ ସିନ୍ଧୁ ଜଳ ଚୁକ୍ତି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର । ସେହିପରି ୱାଘା-ଅଟ୍ଟାରୀ ସୀମା ତୁରନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ପାକିସ୍ତାନୀ ନାଗରିକଙ୍କୁ ଭିସା ବାତିଲ ହେଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking