27.1 C
Bhubaneswar
Tuesday, March 31, 2026
Homeଖେଳପ୍ରଥମ ଟି-୨୦ : ଶ୍ରୀଲଙ୍କାକୁ ୪୩ ରନରେ ହରାଇଲା ଭାରତ

ପ୍ରଥମ ଟି-୨୦ : ଶ୍ରୀଲଙ୍କାକୁ ୪୩ ରନରେ ହରାଇଲା ଭାରତ

କଲମ୍ବୋ : ଶ୍ରୀଲଙ୍କାର ପାଲ୍ଲେକେଲେ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚରେ ଶ୍ରଲଙ୍କାକୁ ୪୩ ରନରେ ପରାସ୍ତ କରିଛି ଭାରତ । ଭାରତ ପକ୍ଷରୁ ୨୧୪ ରନର ଲକ୍ଷ୍ୟ ରଖାଯାଇଥିବାବେଳେ ଶ୍ରୀଲଙ୍କା ୧୯.୨ ଓଭରରେ ୧୭୦ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ପ୍ରଥୁମ ନିଶଙ୍କା ୭୯ ରନ ଓ କୁଶଲ ମେଣ୍ଡିସ ୪୫ ରନ କରିଥିଲେ । କିନ୍ତୁ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ ।

ଘରୋଇ ଶ୍ରୀଲଙ୍କା ଦଳର ଅଧିନାୟକ ଚାରିଥ୍ ଆଶାଲଙ୍କା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟିମ୍ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲା। ଧାର୍ଯ୍ୟ ୨୦ ଓଭରରେ ଟିମ୍ ଇଣ୍ଡିଆ ୭ ୱିକେଟ ହରାଇ ୨୧୩ ରନ୍ କରିଥିଲା। ଫଳରେ ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୨୧୪ ରନ୍ ରହିଥିଲା। ଟିମ୍ ଇଣ୍ଡିଆ ପକ୍ଷରୁ ଶୁଭମନ ଗିଲ୍ ୩୪ ରନ୍ କରିଥିବାବେଳେ ଯଶସ୍ୱୀ ଜୟସ୍ବାଲ ୪୦ ରନ୍ କରିଥିଲେ। ସେହିପରି ସୂର୍ଯ୍ୟକୁମାର ଯାଦବ ୫୮ ରନ୍, ଋଷଭ ପନ୍ତ ୪୯ ରନ୍ , ହାର୍ଦ୍ଦିକ ପାଣ୍ଡ୍ୟା ୯ ରନ୍, ରିୟାନ ପରାଗ ୭ ରନ୍, ରିଙ୍କୁ ସିଂ ୧ ରନ୍ , ଅକ୍ଷର ପଟେଲ ୧୦ ରନ୍ ,ଏବଂ ରବି ବିଶ୍ନୋଇ ୧ ରନ୍ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking