ନୂଆଦିଲ୍ଲୀ: ଏସିଆ କପ ପାଇଁ BCCI ପକ୍ଷରୁ ଭାରତୀୟ ଦଳ ଘୋଷଣା କରାଯାଇଛି । । ସୂର୍ଯ୍ୟକୁମାର ଯାଦବ ଦଳର ଅଧିନାୟକ ହେବେ । ଶୁଭମନ ଗିଲଙ୍କୁ ଉପ- ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି ।ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଦଳ ଘୋଷଣା କରାଯାଇଛି । ଦଳରେ ଶୁଭମନ ଗୀଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅର୍ଶଦୀପ ସିଂ, ଯଶପ୍ରୀତ ବୁମ୍ରା, ଅଭିଷେକ ଶର୍ମା , ତିଲକ ଭର୍ମା , ଶିବମ ଦୁବେ,ଆକ୍ସାର ପଟେଲ, ଜିତେଶ ଶର୍ମା, ବରୁଣ ଚକ୍ରୁବ, ହର୍ଶିତ ରାଣା ଏବଂ ରିଙ୍କୁ ସିଂ ସାମିଲ ଅଛନ୍ତି । ଜସପ୍ରୀତ ବୁମରା ଏସିଆ କପରେ ଟିମ୍ ଇଣ୍ଡିଆର ମୁଖ୍ୟ ବୋଲର ଭୂମିକା ନିର୍ବାହ କରିବେ। ଧଳା ବଲ୍ ଫର୍ମାଟରେ ନିରନ୍ତର ଚମତ୍କାର ପ୍ରଦର୍ଶନ କରୁଥିବା ଶ୍ରେୟସ ଆୟରଙ୍କୁ ଦଳରେ ସ୍ଥାନ ମିଳିନାହିଁ ଏବଂ ମହମ୍ମଦ ସିରାଜଙ୍କୁ ମଧ୍ୟ ବାଦ୍ ଦିଆଯାଇଛି।









