ନୂଆଦିଲ୍ଲୀ: ବୁଧବାର ଦିନ ପାକିସ୍ତାନ ବିଏସଏଫ ଯବାନ ପୂର୍ଣ୍ଣମ କୁମାର ଶାଙ୍କୁ ଫେରାଇ ଦେବା ପରେ , ଭାରତ ପ୍ରାୟ ଦୁଇ ସପ୍ତାହ ଧରି ଅଟକ ଥିବା ଜଣେ ପାକିସ୍ତାନୀ ରେଞ୍ଜର୍ସ ଟ୍ରୁପରଙ୍କୁ ମଧ୍ୟ ମୁକ୍ତ କରିଛି। ଅମୃତସର ନିକଟସ୍ଥ ଅଟାରୀ-ୱାଘା ସୀମାରେ ଏହି ବିନିମୟ ଘଟିଥିଲା ।
India has also handed over a Pakistani Rangers personnel who had strayed into Rajasthan https://t.co/2kZALOrsNR
— Bharti Jain (@bhartijainTOI) May 14, 2025
ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାର ଅନ୍ତର୍ଜାତୀୟ ସୀମା ନିକଟରେ ବିଏସଏଫ କର୍ମଚାରୀମାନେ ପାକିସ୍ତାନୀ ରେଞ୍ଜରଙ୍କୁ ଗିରଫ କରିଥିଲେ । ୨୨ ଏପ୍ରିଲରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ଭାରତ “ଅପରେସନ୍ ସିନ୍ଦୂର” ମାଧ୍ୟମରେ ନେଇଥିଲା । ଗତ ଶନିବାର ଦିନ ଅସ୍ତ୍ରବିରତି ଚୁକ୍ତିନାମା ଘୋଷଣା କରାଯାଇଥିଲା । ଯେଉଁଥିରେ ଉଭୟ ପକ୍ଷ ସ୍ଥଳ, ଆକାଶ ଏବଂ ଜଳରେ ସମସ୍ତ ସାମରିକ କାର୍ଯ୍ୟକଳାପ ବନ୍ଦ କରିବାକୁ ରାଜି ହୋଇଥିଲେ ।










