20.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶ‘ଇଣ୍ଡିଆ' ମେଣ୍ଟ ଭାଙ୍ଗିଦେବା ଉଚିତ୍‌: ଓମାର

‘ଇଣ୍ଡିଆ’ ମେଣ୍ଟ ଭାଙ୍ଗିଦେବା ଉଚିତ୍‌: ଓମାର

ଶ୍ରୀନଗର: ଦିଲ୍ଲୀ ନିର୍ବାଚନରେ ଆପ୍‌-କଂଗ୍ରେସ ମୁହାଁମୁହିଁ ହେବା ପ୍ରସଙ୍ଗରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା। ଓମାରଙ୍କ କହିବାନୁସାରେ ଯଦି କେବଳ ଲୋକସଭା ନିର୍ବାଚନ ପାଇଁ ମେଣ୍ଟ ହୋଇଥିଲା,ଏବଂ ବର୍ତ୍ତମାନ ସମୟରେ ଏହି ମେଣ୍ଟର ଆଉ ଆବଶ୍ୟକତା ନଥିବା ନେଇ ଚିନ୍ତା କରାଯାଉଛି ତେବେ ଅବିଳମ୍ବେ ଏହାକୁ ଭାଙ୍ଗିଦେବା ଉଚିତ୍‌।

ଓମାରଙ୍କ କହିବାନୁସାରେ ଦିଲ୍ଲୀ ନିର୍ବାଚନରେ ଯେହେତୁ ତାଙ୍କ ଦଳ ନ୍ୟାସନାଲ କନ୍‌ଫରେନ୍ସ (ଏନ୍‌ସି) ଅଂଶଗ୍ରହଣ କରୁନାହିଁ, ତେଣୁ ଆପ୍‌-କଂଗ୍ରେସ ବିବାଦ ପ୍ରସଙ୍ଗରେ ତାଙ୍କର କିମ୍ବା ତାଙ୍କ ଦଳର କିଛି କହିବାର ନାହିଁ। କିନ୍ତୁ ଯେତେବେଳେ ଇଣ୍ଡିଆ ମେଣ୍ଟ କଥା ଉଠୁଛି ଏବଂ ଏହି ମେଣ୍ଟର ଦୁଇ ଅଂଶୀଦାର ଦଳଙ୍କ ମଧ୍ୟରେ ବିବାଦକୁ ନେଇ ଚର୍ଚ୍ଚା ହେଉଛି ସେତେବେଳେ ଏହି ମେଣ୍ଟର ଅନ୍ୟତମ ଅଂଶୀଦାର ଦଳ ଭାବେ ଏନ୍‌ସି ନିଜ ପକ୍ଷ ମଧ୍ୟ ରଖିବା ଉଚିତ୍‌। ଦୁଇ ସହଯୋଗୀ ଦଳଙ୍କ ମଧ୍ୟରେ ଏପ୍ରକାର ବିବାଦ ସୃଷ୍ଟି ହେବା ଅତ୍ୟନ୍ତ ଖରାପ ବିଷୟ। ଦିଲ୍ଲୀରେ ବିଜେପିକୁ କିପରି ହରାଇବାକୁ ହେବ, ସେକଥା ଆମ୍ ଆଦମୀ ପାର୍ଟି, କଂଗ୍ରେସ ଓ ନିର୍ବାଚନ ଲଢ଼ୁଥିବା ଅନ୍ୟ ଦଳଗୁଡ଼ିକ ଚିନ୍ତା କରିବେ। କିନ୍ତୁ ତାଙ୍କ ଜ୍ଞାତସାରରେ ଇଣ୍ଡିଆ ମେଣ୍ଟର କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନଥିଲା। ଦୁର୍ଭାଗ୍ୟଭଶତଃ ଲୋକସଭା ନିର୍ବାଚନ ପରେ ମେଣ୍ଟର କୌଣସି ବୈଠକ ଅନୁଷ୍ଠିତ ହେଲା ନାହିଁ, ତେଣୁ ମେଣ୍ଟର ନେତୃତ୍ୱ, ଏଜେଣ୍ଡା କିମ୍ବା ଅସ୍ଥିତ୍ୱ ବିଷୟରେ କୌଣସି ସ୍ପଷ୍ଟତା ନାହିଁ।

ଦିଲ୍ଲୀ ବିଧାନସଭା ନିର୍ବଚନ ପାଖେଇ ଆସୁଥିବା ବେଳେ ‘ଇଣ୍ଡିଆ’ ମେଣ୍ଟରେ ଦଳଗତ ମତଭେଦ ଜୋର ଧରିଛି। ବିଶେଷକରି ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ଏବଂ କଂଗ୍ରେସ ମଧ୍ୟରେ ଅସନ୍ତୋଷ ବଢ଼ିବଢ଼ି ଚାଲିଛି। ପ୍ରଥମେ ଇଣ୍ଡିଆ ମେଣ୍ଟର ଦୁଇ ସହଯୋଗୀ କଂଗ୍ରେସ ଓ ଆପ୍ ପରସ୍ପର ବିରୋଧରେ ଲଢ଼ିବାକୁ ଘୋଷଣା କରିଥିଲେ। ଏବେ ବିରୋଧୀ ମେଣ୍ଟର ଅନ୍ୟ ସହଯୋଗୀ ଦଳମାନେ କଂଗ୍ରେସକୁ ଏକପାଖିଆ କରି ଦିଲ୍ଲୀ ନିର୍ବାଚନରେ ଆମ୍ ଆଦମୀ ପାର୍ଟିକୁ ସମର୍ଥନ ଘୋଷଣା କରିଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀ ମେଣ୍ଟର ଅନ୍ୟତମ ସହଯୋଗୀ ତଥା ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏପରି ମତବ୍ୟକ୍ତ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking