32.1 C
Bhubaneswar
Wednesday, September 18, 2024
Homeସ୍ୱାଧୀନତା ଦିବସ- ୨୦୨୪ସ୍ୱାଧୀନତା ଦିବସ : ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ଆମ କର୍ତ୍ତବ୍ୟ

ସ୍ୱାଧୀନତା ଦିବସ : ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ଆମ କର୍ତ୍ତବ୍ୟ

ନୂଆଦିଲ୍ଲୀ : ଅପେକ୍ଷା ଆଉ ମାତ୍ର କିଛି ଦିନକୁ । ଅଗଷ୍ଟ ୧୫ କହିଲେ ସଭିଙ୍କ ମନରେ ଖେଳି ଯାଇ ଥାଏ ଆନନ୍ଦର ଲହରୀ । ଆଉ କିଛି ଦିନ ପରେ ଦେଶ ପାଳିବ ତାର ୭୮ତମ ସ୍ୱାଧୀନତା ଦିବସ , ଭାରତ ଛାତିରେ ଉଡିବ ତ୍ରିରଙ୍ଗା ପତାକା । ସ୍ୱାଧୀନ ଆକାଶରେ ଖେଳିଯିବ ଗୌରବର ଜୟ ଗାନ ଆଉ ଜାତୀୟ ସଂଗୀତରେ ବିଭୋର ହେବ ସାରା ଦେଶ । ଗୀତ ଗାଇଲାବେଳେ ଗର୍ବରେ ଫୁଲି ଉଠିବ ସବୁ ଭାରତୀୟଙ୍କର ଛାତି । ହାତରେ ତ୍ରିରଙ୍ଗା ମନରେ ଦେଶପ୍ରୀତି ନେଇ ସ୍ୱାଧୀନତା ଦିବସ ପାଳନ କରିବା ସାରା ଭାରତ। ସବୁଠି ଖେଳି ଉଠିବ ଦେଶପ୍ରେମର ରଙ୍ଗ ଆଉ ଦେଶ ଭକ୍ତିର ଜୟ ଜୟ କାର। ଓଡ଼ିଶରୁ ଆନ୍ଦ୍ର , ଆସାମ ରୁ ଉତ୍ତର ପ୍ରଦେଶ ଓ କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସବୁଠି ଉତ୍ସବ ମୁଖର ହୋଇପଡିବ ପରିବେଶ ଭାରତ ମତା ର ଜୟ ଗାନ କରିବା ସହିତ ଲୋକେ ପତାକା ଧରି ବିହାରିଯିବେ ଘରୁ, ଆଉ ମୁକ୍ତ ବିହଙ୍ଗ ପରି ଖୁସିରେ ଗାଇବେ ଦେଶ ପ୍ରେମର ଗୀତ । ସଖାଳୁ ସଖାଳୁ ଫୁଲ ଓ ଜାତୀୟ ପତାକା ଧରି ପିଲା ବାହାରିଯିବେ ସ୍କୁଲ। ଜାତୀୟ ସଂଗୀତ ସହ ସ୍ଲୋଗାନ ରେ ଫାଟି ପଡିବ ସ୍କୁଲର ପରିସର । ବିଭିନ୍ନ ଦେଶରେ ଜନ୍ମ ନେଇଥିବା ଅନେକ ବରପୁତ୍ରମାନଙ୍କ ତ୍ୟାଗ ଓ ବଳିଦାନ ଯୋଗୁ ସେମାନଙ୍କ ଦେଶ ଗୋଟିଏ ଗୋଟିଏ ବିକଶିତ ତଥା ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହୋଇଛି। ସେହିପରି ପରାଧୀନ ଭାରତରେ ଜନ୍ମ ନେଇଥିବା ଅନେକ ବରପୁତ୍ରମାନଙ୍କ ତ୍ୟାଗ ଓ ବଳିଦାନ ଯୋଗୁ ବର୍ତ୍ତମାନର ସ୍ବାଧୀନ ଭାରତ ଓ ତା’ର ୧୪୦ କୋଟି ଅମୃତ ସନ୍ତାନ ଏକ ଐତିହାସିକ ମୁହୂର୍ତ୍ତକୁ ସାମ୍ନା କରିବାକୁ ଯାଉଛନ୍ତି । ଆମ ରାଷ୍ଟ୍ରର ଧ୍ୱଜା ତଥା ଆମେ ଧରୁଥିବା ତ୍ରିରଙ୍ଗାର ପରିଭାଷାକୁ ବିଶ୍ଳେଷଣ କଲେ, ଏହା ଆମର ମହାନ୍‌ ଗଣତନ୍ତ୍ର ରାଷ୍ଟ୍ରର ମର୍ଯ୍ୟାଦା ଓ ଗରିମାକୁ ସ୍ପଷ୍ଟ ଭାବରେ ପ୍ରତିପାଦନ କରେ। ଆଜକୁ ୭୫ ବର୍ଷ ହେଲା ଏହି ମହାନ୍‌ ରାଷ୍ଟ୍ରୀୟ ଧ୍ୱଜା ଭାରତୀୟଙ୍କୁ ଦେଶଭକ୍ତି,ରାଷ୍ଟ୍ରୀୟ ଗୌରବ ଓ ସ୍ବଚ୍ଛ ଶାସନ ଆଦିର ସଚେତନତା ବାର୍ତ୍ତା ଦେବା ସହିତ ପ୍ରତ୍ୟେକ ଲୋକଙ୍କ ଭାବନା ଏବଂ ମାନସିକତାରେ ଏକ ନିଆରା ତଥା ସ୍ବତନ୍ତ୍ର ସ୍ଥାନ ଦଖଲ କରିଛି। ତ୍ରିରଙ୍ଗାର ମଝି ଧଳା ରଙ୍ଗ ଉପରେ ଅଶୋକ ଚକ୍ରରେ ଥିବା ୨୪ଟି ଅର ବା ଅଖ ଆମକୁ ଚବିଶଟି ସନ୍ଦେଶ ପ୍ରଦାନ କରିବା ସହିତ ବିକାଶଶୀଳ ହେବାପାଇଁ ପ୍ରେରଣା ଦେଇଥାଏ। ପ୍ରଥମ ଅଖର ସନ୍ଦେଶ ହେଲା ଠିକ୍‌-ଏକ ସରଳ ଜୀବନ ବଞ୍ଚିବାକୁ ପ୍ରବର୍ତ୍ତାଇ ଥାଏ। ଦ୍ୱିତୀୟଟି ସ୍ବାସ୍ଥ୍ୟ – ଯାହା ଶରୀର ଓ ମନକୁ ସୁସ୍ଥ ରହିବାକୁ ପ୍ରେରଣା ଦେଇଥାଏ। ତୃତୀୟଟି ଶାନ୍ତି – ଦେଶରେ ଶାନ୍ତି ବଜାୟ ରଖିବା, ଚତୁର୍ଥଟି ବଳିଦାନ- ଦେଶ ତଥା ସମାଜ ପାଇଁ କୌଣସି ସମସ୍ୟା ଲାଗି ପ୍ରସ୍ତୁତ ହେବା। ପଞ୍ଚମଟି ନୈତିକତା – ବୃତ୍ତିଗତ ଓ ବ୍ୟକ୍ତିଗତ ଜୀବନରେ ନୈତିକତା ବଜାୟ ରଖିବା। ଷଷ୍ଠଟି ସେବା – ଆବଶ୍ୟକ ବେଳେ ସମାଜର ସେବା କରିବାକୁ ପ୍ରସ୍ତୁତ ହେବା, ସପ୍ତମଟି କ୍ଷମା- ଜୀବେ ଦୟା ମନୋବୃତ୍ତି ପୋଷଣ କରିବା। ଅଷ୍ଟମଟି ପ୍ରେମ- ସମସ୍ତଙ୍କୁ ଭଲ ପାଇବା ସହ ସମ୍ବେଦନଶୀଳ ହେବା। ନବମଟି ବନ୍ଧୁତାର ବାର୍ତ୍ତା ବହନ କରେ ଅର୍ଥାତ୍‌ ସମସ୍ତ ନାଗରିକଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ କରିବା। ଦଶମଟି ଭ୍ରାତୃତ୍ୱ ବା ଭାଇଚାରା ବଜାୟ ରଖିବା। ଏକାଦଶଟି ସଂଗଠନ- ଜାତିର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା। ଦ୍ୱାଦଶଟି କଲ୍ୟାଣ- ସମାଜର କଲ୍ୟାଣ କାର୍ଯ୍ୟରେ ବଦ୍ଧପରିକର ହେବା। ତ୍ରୟୋଦଶଟି ସମୃଦ୍ଧତା ଅର୍ଥାତ୍‌ ଦେଶ ବିକାଶରେ ସକ୍ରିୟ ଅଂଶଗ୍ରହଣ କରିବା। ଚତୁଦ୍ଦର୍ଶଟି ଶିଳ୍ପ- ଦେଶର ଶିଳ୍ପ ପ୍ରଗତିକୁ ଆଗକୁ ନେବା। ପଞ୍ଚଦଶଟି ସୁରକ୍ଷା- ଦେଶ ସୁରକ୍ଷା ପାଇଁ ସର୍ବଦା ପ୍ରସ୍ତୁତ ହେବା। ଷୋଡ଼ଶଟି ସଚେତନତା- ଗୁଜବକୁ ବିଶ୍ୱାସ ନ କରି ସତ୍ୟ ପ୍ରତି ସଚେତନ ହେବା। ସପ୍ତଦଶଟି ସମାନତା-ସମାନତା ଆଧାରରେ ସମାଜ ପ୍ରତିଷ୍ଠା କରିବା। ଅଷ୍ଟାଦଶଟି ସୂଚିତ କରେ ଅର୍ଥ- ଯାହାର ବ୍ୟବହାର ସବୁଠାରୁ ଅଧିକ। ଊନବିଂଶଟି ନୀତି – ଦେଶର ନୀତି ପ୍ରତି ବିଶ୍ୱାସ କରିବା। ବିଂଶତମ ସନ୍ଦେଶଟି ହେଉଛି ନ୍ୟାୟ- ସମସ୍ତଙ୍କ ପାଇଁ ସମାନ ନ୍ୟାୟ ପ୍ରଦାନ। ଏକବିଂଶ ଅଖଟି ସୂଚିତ କରେ ସହଯୋଗ-ଏକତା ହିଁ ବଳ ଅର୍ଥାତ୍‌ ମିଳିମିଶି କାମ କରିବା। ବାଇଶତମ ଅଖଟି କର୍ତ୍ତବ୍ୟ- କର୍ତ୍ତବ୍ୟକୁ ସଚ୍ଚୋଟ ରୂପେ ପାଳନ କରିବା। ତେଇଶତମ ଅଖଟି ସୂଚାଏ ଅଧିକାର- ବୃତ୍ତିଗତ ଓ ବ୍ୟକ୍ତିଗତ ଅଧିକାରକୁ ଅପବ୍ୟବହାର ନ କରିବା। ଶେଷ ତଥା ଚବିଶତମ ଅଖଟି ସନ୍ଦେଶ ଦିଏ ଜ୍ଞାନ- ପୁସ୍ତକ ବାହାରେ ଜ୍ଞାନ ଆହରଣ କରିବା।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking