19.1 C
Bhubaneswar
Monday, December 8, 2025
Homeଓଡିଶାକଂଗ୍ରେସ ଭବନରେ ସ୍ୱାଧୀନତା ଦିବସ ସମାରୋହ

କଂଗ୍ରେସ ଭବନରେ ସ୍ୱାଧୀନତା ଦିବସ ସମାରୋହ

ପୁଞ୍ଜିପତିଙ୍କ କବଳରୁ ଦେଶ ଓ ରାଜ୍ୟକୁ ରକ୍ଷା କରିବାକୁ ହେବ : ଭକ୍ତ

ଭୁବନେଶ୍ୱର: ବୈଦେଶିକ ଉପନିଶେଦବାଦୀ ଇଂରେଜ ଶାସନରୁ ଦେଶକୁ ମୁକ୍ତ କରିବା ପାଇଁ ହଜାର ହଜାର ଭାରତୀୟଙ୍କ ବଳିଦାନ ଏବଂ ମହାତ୍ମା ଗାନ୍ଧୀଙ୍କ ବିଶ୍ୱ ବିଖ୍ୟାତ ଅହିଂସା ସଂଗ୍ରାମ ଯୋଗୁଁ ୧୫ ଅଗଷ୍ଟ ୧୯୪୭ ମସିହାରେ ଆମ ମହାନ ଦେଶ ଭାରତ ସ୍ୱାଧୀନତା ପାଇଥିଲା । ଆଜି ଦେଶ ୭୯ ତମ ସ୍ୱାଧୀନତା ଦିବସ ମହା ଆଡମ୍ବରରେ ପାଳନ କରୁଛି । ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନଠାରେ ଆଜି ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । କଂଗ୍ରେସ ସେବାଦଳ ପକ୍ଷରୁ ଏହି ଭବ୍ୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଏବଂ ଏହାକୁ ପରିଚାଳନା କରିଥିଲେ ରାଜ୍ୟ ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ ଥିବା ସମସ୍ତ କଂଗ୍ରେସ ନେତୃବୃନ୍ଦ, କର୍ମକର୍ତ୍ତା ଏବଂ ସାଧାରଣ ଜନତାଙ୍କୁ ଉଦବୋଧନ ଦେଇଥିଲେ ।

ତାଙ୍କ ଅଭିଭାଷଣରେ ପିସିସି ସଭାପତି ଶ୍ରୀ ଦାସ କହିଥିଲେ, ଦେଶର ସ୍ୱାଧୀନତା ପାଇଁ ଆମ ପୂର୍ବପୁରୁଷ କେତେ ଯେ ବଳିଦାନ କରିଛନ୍ତି, ଶହୀଦ ହୋଇଛନ୍ତି ତାହା ଅବର୍ଣ୍ଣନୀୟ । ଏହି ସଂଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ପଣ୍ଡିତ ନେହେରୁ, ସର୍ଦାର ପଟେଲ ଏବଂ ବହୁ ପୂଜନୀୟ ନେତୃ ସ୍ଥାନୀୟ ସଂଗ୍ରାମୀଙ୍କ ତ୍ୟାଗ ନିହିତ ଅଛି । ଏଥି ସହିତ ଆଦିବାସୀ, ଦଳିତ ମଧ୍ୟ ସ୍ୱାଧୀନତା ପାଇଁ ବହୁ ତ୍ୟାଗ କରିଛନ୍ତି ତଥା ଶହୀଦ ହୋଇଛନ୍ତି ଓ ଇଂରେଜର ଅମାନୁଷିକ ଅତ୍ୟାଚାରର ଶିକାର ହୋଇଛନ୍ତି, ଯାହା ଆଜି ଇତିହାସ ପୃଷ୍ଠାରେ ନାହିଁ । ଆଜି ଆମ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ମନେ ପକାଇବାର ଦିନ । ଆଜି ଭାରତ ବର୍ଷରେ ଗଣତାନ୍ତ୍ରିକ ବ୍ୟବସ୍ଥା ଭୁଶୁଡି ପଡିଛି । ସମସ୍ତ ଗଣତାନ୍ତ୍ରିକ ଅନୁଷ୍ଠାନ ଆଜି ସ୍ଵେଛାଚାରର ଶିକାର । ସମସ୍ତ ଶାସକୀୟ ଅନୁଷ୍ଠାନ ସରକାରଙ୍କ ହାତବାରିସୀ ସାଜି ଗଣତନ୍ତ୍ରର ମୂଲ୍ୟବୋଧକୁ କ୍ଷତ ବିକ୍ଷତ କରି ଦେଇଛନ୍ତି । ସେନାବାହିନୀ ଯାହାକୁ ଦେଶର ସମସ୍ତ ଜନତା ହୃଦୟରୁ ସମ୍ମାନ କରନ୍ତି, ସେଇ ସେନାବାହିନୀ ନାମରେ ସରକାରୀ ଦଳ ନିଜ ରାଜନୈତିକ ଅଭିସନ୍ଧି ହାସଲ କରିବାକୁ ଚେଷ୍ଟା କରୁଛି । ଏପରିକି ସ୍ୱୟଂଶାସିତ ନିର୍ବାଚନ ଆୟୋଗ ମଧ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହୋଇ ନିର୍ବାଚନରେ ଜିତିବା ପାଇଁ ସହାୟତା କରୁଛି, ଯାହା ଲୋକସଭା ବିରୋଧୀ ଦଳ ନେତା ତଥ୍ୟ ପ୍ରମାଣ ସହ ଦେଶବାସୀଙ୍କ ଆଗରେ ଆୟୋଗ କିଭଳି ଭୋଟ ଚୋରୀ କରୁଛନ୍ତି, ତାହା ପ୍ରମାଣିତ କରିଛନ୍ତି । ଏହା ଠାରୁ ବଳି ଜଘନ୍ୟ ଅପରାଧ କଣ ହୋଇପାରେ ବୋଲି ସଭାପତି ଶ୍ରୀ ଦାସ ପ୍ରଶ୍ନ ପଚାରିଛନ୍ତି । ପ୍ରଦେଶର ସମସ୍ତ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇ କହିଲେ ଯେ ଆମେ ସେଇ ମହାନ କଂଗ୍ରେସ ଦଳର କର୍ମୀ ଯେଉଁ ଦଳ ନିଜ ଅକ୍ଲାନ୍ତ ପରିଶ୍ରମ ଓ ତ୍ୟାଗ ଦ୍ୱାରା ବ୍ରିଟିଶକୁ ବିତାଡିତ କରି ଦେଶକୁ ସ୍ୱାଧୀନ କରିଥିଲା । ଆଜି ମାନନୀୟ ରାହୁଳ ଗାନ୍ଧୀଙ୍କ ନେତୃତ୍ୱରେ ପୁଣି ଥରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଦେଶକୁ ସ୍ବେଛାଚାରୀ ଓ ପୁଞ୍ଜିପତିଙ୍କ କବଳରୁ ସ୍ୱାଧୀନ କରିବାକୁ ପଡ଼ିବ । ଜଙ୍ଗଲ, ଜମି ଏବଂ ଆଦିବାସୀଙ୍କୁ ଦଳି ଚକଟି ଆମ ରାଜ୍ୟର ଦୁର୍ମୁଲ୍ୟ ଖଣି ଖାଦାନକୁ ପୁଞ୍ଜିପତିଙ୍କ ହାତରେ ସରକାର ଟେକି ଦେଉଛି । ତାହାକୁ ମୁକ୍ତ କରିବାର ଘୋର ଆବଶ୍ୟକତା ରହିଛି । ନ ହେଲେ ପୁଣି ଆମେ ଦାସତ୍ତ୍ୱ ଜୀବନ କାଟିବାକୁ ବାଧ୍ୟ ହେବା । କଂଗ୍ରେସର ମୂଳ ମନ୍ତ୍ର ଅହିଂସା, ଗଣତନ୍ତ୍ର ଏବଂ ସ୍ୱାଧୀନତା । ଦେଶରେ କଂଗ୍ରେସ ଥିବା ଯାଏ ଏହାକୁ ଧ୍ବଂସ ହେବାକୁ କଦାପି ଦେବା ନାହିଁ ।

ସଭାପତିଙ୍କ ଅଭିଭାଷଣ ଉପରାନ୍ତେ ସେବାଦଳ ପକ୍ଷରୁ ମନ୍ତ୍ରମୁଗ୍ଧ ଜାତୀୟ ସଙ୍ଗୀତ ଗାନ କରା ଯାଇଥିଲା। ପରେ ମିଷ୍ଟାନ୍ନ ବଣ୍ଟନ କରା ଯାଇଥିଲା । କଂଗ୍ରେସ ଭବନଠାରେ ଆୟୋଜିତ ଆଜିର ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ସମେତ ଜୟଦେବ ଜେନା, ଅନନ୍ତ ପ୍ରସାଦ ସେଠି, ଶରତ ରାଉତ, ସମୀର ରାଉତରାୟ, ଶିବାନନ୍ଦ ରାୟ, ସୁରେଶ କୁମାର ରାଉତରାୟ, ଯୁଧିଷ୍ଟିର ଜେନା, ଲଲାଟେନ୍ଦୁ ମହାପାତ୍ର, ଶୁଭେନ୍ଦୁ ମହାନ୍ତି, ସିଦ୍ଧାର୍ଥ ସ୍ୱରୂପ ଦାଶ, ବିଶ୍ୱଜିତ୍ ଦାଶ, କିଶୋର ଜେନା, ପୃଥ୍ବୀ ବଲ୍ଲଭ ପଟ୍ଟନାୟକ, ଅରବିନ୍ଦ ଦାସ, ସିପ୍ରା ମଲ୍ଲିକ, ଜୟଶ୍ରୀ ପଟ୍ଟନାୟକ, ସସ୍ମିତା ପଣ୍ଡା, ବୀରେନ ମୋହନ ପଟ୍ଟନାୟକ, ରଞ୍ଜିତ ପାତ୍ର, ରଜନୀ ମହାନ୍ତି, ମନୋରଞ୍ଜନ ଦାଶ, ଦୀପକ କୁମାର ମହାପାତ୍ର, ବିଭୁ ମିଶ୍ର, ପ୍ରଶାନ୍ତ ଶତପଥୀ, ହଳଧର ସେଠୀ, ଚିନ୍ମୟ ସୁନ୍ଦର ଦାସ, ଜ୍ୟୋତିଷ ସାହୁ, ଶ୍ରିୟାସ୍ମିତା ପଣ୍ଡା, ଜାନକୀ ମଲ୍ଲିକ, ପ୍ରଣତି ମିଶ୍ର, ସୁଶାନ୍ତ ତ୍ରିପାଠୀ, ମନୋରଞ୍ଜନ ରାଉତରାୟ, ଲିଙ୍ଗରାଜ ସାହୁ, ଜିଆ ଉଲ୍ ହକ, ଦୀପକ ସାହୁ, ଜୟକୃଷ୍ଣ ସୁବୁଦ୍ଧି, ଜୟକୃଷ୍ଣ ମଲିଆ, ତରୁଣ ମିଶ୍ର, ବାଙ୍କନିଧି ବେହେରା, ହିମାଂଶୁ ଲେଙ୍କା, ଶ୍ରୀନିବାସ ରାଉତରାୟ, ଆଲୋକ ନନ୍ଦ, ରାଜକିଶୋର ବାରିକ, ନଜିବୁର ରେହେମାନ, ଶଶି ଭୂଷଣ ପଣ୍ଡା, ଅମିତା ବିଶ୍ଵାଳ, ଅନିତା ବିଶ୍ଵାଳ, ମାନସ ଆଚାର୍ଯ୍ୟ, ଲକ୍ଷ୍ମୀଧର ନାୟକ, ମନୋଜ ସାହୁ, ସୁଧାଂଶୁ ମହାନ୍ତି, ବିଜୟ ଦ୍ବିବେଦୀ, ନଳିନୀକାନ୍ତ ନାୟକ, କୈଳାଶ ସାହୁ, ବିପିନ ବିହାରୀ ମହାନ୍ତି, ମୋତୀରାଜ ଡୁଙ୍ଗଡୁଙ୍ଗ, ଆତ୍ମାରାମ ପତି, ମହମ୍ମଦ ସାହାଦୁଲ୍ଲା, ସୁବ୍ରତ ମହାପାତ୍ର, ବିନୋଦିନୀ ଦୀପ, ଜ୍ୟୋତି ମହାନ୍ତି, ପ୍ରଶାନ୍ତ ଚମ୍ପତି, ମାନସ ମଲ୍ଲିକ, ବିଜୟ ପ୍ରଧାନ, ସଙ୍କୁନା କହଁର, ଜୟନ୍ତ ଭୋଇ, ରାମକୃଷ୍ଣ ପରିଡ଼ା, ଭାଗିରଥି ବେହେରା, ସରୋଜ ପରିଡ଼ା, ମଧୁସୂଦନ ତ୍ରିପାଠୀ, ଶିବ ଶଙ୍କର ବେହେରା, ଉଷାରାଣୀ ବେହେରା, ଖଗେଶ୍ବର ମଲ୍ଲିକ, ନଳିନୀ ବେହେରା, ରତ୍ନାକର ବେହେରା, କୃଷ୍ଣ ପ୍ରଧାନ, ମିତ୍ରଭାନୁ ମହାପାତ୍ର, ଅଜିତ ଜେନା, ମଣ୍ଟୁ ମଲ୍ଲିକ, ଭିକାରୀ ସେଠି, ଦେବେନ୍ଦ୍ର ଦାସ, ପ୍ରକାଶ ମହାନ୍ତି ପ୍ରମୁଖ ବହୁ ଛାତ୍ର, ଯୁବ, ମହିଳା, ସେବାଦଳର କର୍ମୀ ଏବଂ ବିଭିନ୍ନ ବିଭାଗ ଓ ପ୍ରକୋଷ୍ଠର ବିଭିନ୍ନ କର୍ମକର୍ତ୍ତା ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking