27.1 C
Bhubaneswar
Sunday, February 22, 2026
Homeସ୍ୱାଧୀନତା ଦିବସ-2025ଦେଶ ପାଳିଲା ସ୍ୱାଧୀନତା ଦିବସ

ଦେଶ ପାଳିଲା ସ୍ୱାଧୀନତା ଦିବସ

ନୂଆଦିଲ୍ଲୀ: ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ଏହି ଦିନ ପଲ୍ଲୀରୁ ଦିଲ୍ଲୀ ସବୁଠି ଛୁଟିଛି ଦେଶପ୍ରେମର ସୁଅ । ସ୍ୱାଧୀନତା ଦିବସ ପାଇଁ ସାରା ଦେଶ ଉତ୍ସବମୁଖର । ଦୀର୍ଘଦିନ ଇଂରେଜ ଶାସନ ଅଧିନରେ ରହିବା ପରେ ୧୯୪୭ ମସିହା ଅଗଷ୍ଟ ୧୪ ମଧ୍ୟରାତ୍ରରେ ଦେଶ ମୁକ୍ତି ପାଇଲା। ଏନେଇ ଅନେକ ଦେଶଭକ୍ତ ସେମାନଙ୍କ ରକ୍ତ ବୁହାଇଛନ୍ତି। ସ୍ୱାଧୀନତା ଦିବସ ସମସ୍ତଙ୍କ ପାଇଁ ଗର୍ବ, ଗୌରବ ଓ ଭାବାବେଗର ପ୍ରତୀକ । ଆମେ ଭାରତୀୟ ଆଉ ଭାରତ ଆମର ଏହି ଭାବନା ସହିତ ହାତରେ ତ୍ରିରଙ୍ଗା ମନରେ ଦେଶପ୍ରେମ ଆଉ ଆଖିରେ ସ୍ୱାଧୀନତାର ଉଲ୍ଲାସ ସହିତ ଗୌରବାନ୍ୱିତ ହୋଇପଡିବେ ପ୍ରତ୍ୟେକ ଭାରତୀୟ ।

ଘର ,ଗାଁ,ସହର ସବୁଠି ଗୋଟିଏ ଗୀତ ଜନଗଣମନ , ସବୁଠି ଗୋଟିଏ ଭାବ ଜାତୀୟତା ଭାବ ,ସବୁଠି ଗୋଟିଏ ଉତ୍ସବ ସ୍ୱାଧୀନତା । ଜୟ ହିନ୍ଦ ନାରା ସହିତ ଦେଶ ମନାଇବ ୭9 ତମ ସ୍ୱାଧୀନତା ଦିବସ | ଲାଲକିଲ୍ଲା ଏଇଠାରୁ ହିଁ ଆରମ୍ଭ ହୋଇଛି ସ୍ୱାଧୀନ ଭାରତର ସ୍ବପ୍ନ । ଗୋଟିଏ ତ୍ରିରଙ୍ଗା ତଳେ ଜାତୀୟ ଏକତା ଏବଂ ସଙ୍ଘତି ର ଶପଥ ନେଇଛନ୍ତି କୋଟି କୋଟି ଭାରତୀୟ । ଜାତି , ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏକତା ହିଁ ଦେଶପ୍ରେମର ମୂଳ ମନ୍ତ୍ର । ଏହା ହିଁ ହେଉଛି ଭାରତୀୟତା । ହିନ୍ଦୁ , ମୁସଲିମ୍ ,ଶିଖ ସବୁ ଧର୍ମର ଲୋକଙ୍କର ଏଇ ଭାରତ, ଯାହାର ମୁକ ସଖି ହୋଉଛି ଏଇ ଲାଲକିଲ୍ଲା ।

ଭାରତର ସ୍ୱାଧୀନତା ଦିବସ‌ ଏକ ଭାରତୀୟ ଜାତୀୟ ଦିବସ ଅଟେ । ୧୯୪୭ ମସିହାରେ ଭାରତ ଫିରିଙ୍ଗି ଶାସନରୁ ମୁକ୍ତ ହୋଇ ସ୍ୱତନ୍ତ୍ର ଗଣରାଜ୍ୟରେ ପରିଣତ ହୋଇଥିଲା । ତେଣୁ ଏହି ଦିନକୁ ମନେପକାଇବା ପାଇଁ ପ୍ରତିବର୍ଷ ପନ୍ଦର ଅଗଷ୍ଟକୁ ଭାରତର ସ୍ୱାଧୀନତା ଦିବସ ଭାବରେ ପାଳନ କରାଯାଇଥାଏ । ଏହା ଭାରତର ଏକ ପ୍ରଧାନ ଜାତୀୟ ଦିବସ । ଦେଶ ସାରା, ଏହି ଦିନ ପତାକା ଉତ୍ତୋଳନ କରଯାଇଥାଏ ଓ ଉତ୍ସବମାନ ଅୟୋଜନ କରାଯାଇଥାଏ । ଦୀର୍ଘଦିନ ଇଂରେଜ ଶାସନ ଅଧିନରେ ରହିବା ପରେ ୧୯୪୭ ମସିହା ଅଗଷ୍ଟ ୧୪ ମଧ୍ୟରାତ୍ରରେ ଦେଶ ମୁକ୍ତି ପାଇଲା। ଏନେଇ ଅନେକ ଦେଶଭକ୍ତ ସେମାନଙ୍କ ରକ୍ତ ବୁହାଇଛନ୍ତି। ପ୍ରତ୍ୟେକ ସ୍ୱାଧୀନତା ସଂଗ୍ରାମୀ ନିଜ ନିଜ ଉପାୟରେ ଭାରତର ସ୍ୱାଧୀନତା ପାଇଁ ସହଯୋଗ କରିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking