26.1 C
Bhubaneswar
Saturday, January 17, 2026
Homeଓଡିଶାଅଶ୍ଳୀଳ ନୃତ୍ୟ: ସବ୍ କଲେକ୍ଟର ସସ୍‌ପେଣ୍ଡ

ଅଶ୍ଳୀଳ ନୃତ୍ୟ: ସବ୍ କଲେକ୍ଟର ସସ୍‌ପେଣ୍ଡ

ବଲାଙ୍ଗିର: ଛତିଶଗଡ଼ ଷ୍ଟେଜ୍‌ରେ ଅଶ୍ଳୀଳ ନୃତ୍ୟ ମାମଲାରେ ସବ୍ କଲେକ୍ଟର ସସ୍‌ପେଣ୍ଡ । ମେନପୁରର ସବ କଲେକ୍ଟର ତୁଳସୀଦାସ ମାରକାନା ସସ୍‌ପେଣ୍ଡ । ପୂର୍ବରୁ ଏହି ଘଟଣାରେ ୧୪ ଆୟୋଜକଙ୍କୁ ଗିରଫ କରାଯାଇଥିଲା । ସୂଚନାଯୋଗ୍ୟ, ଛତିଶଗଡ଼ ଉରମାଳରେ ଓଡ଼ିଶାର ବନଦୁର୍ଗା ଗଣନାଟ୍ୟରେ ୯ ତାରିଖ ଯାତ୍ରା ପେଣ୍ଡାଲରେ ଆଇଟମ୍‌ ଗର୍ଲ ନିଶା ମହାରଣା ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଭଳି ଅଶ୍ଳୀଳ ନୃତ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଗରିଆବନ୍ଧ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେବା ସହ ମୈନପୁର ଉପଜିଲ୍ଲାପାଳଙ୍କୁ ବଦଳି କରିଥିଲେଏହି ଘଟଣାରେ ୧୭ ଜଣ ଆୟୋଜକଙ୍କୁ ଗିରଫ କରାଯାଇଥିବା ବେଳେ ୩ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଥିଲେ । ଦେବଭୋଗ ପୋଲିସ ନୃତ୍ୟଶିଳ୍ପୀ ସୁଚିତ୍ରା ଜେନାଙ୍କୁ ମଧ୍ୟ ହେପାଜତକୁ ନେଇଥିଲା । ବଲାଙ୍ଗୀର ସଦର ପୋଲିସ ଷ୍ଟେସନରେ ନିଶା ମହାରଣାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ମାମଲା ରୁଜୁ ପରେ ପୋଲିସ ଏବେ ନିଶା ମହାରଣାଙ୍କୁ ଖୋଜୁଛିଏହି ସମୟରେରେ ଆଗୁଆ ଜାମିନ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ନିଶା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking