27.1 C
Bhubaneswar
Sunday, March 22, 2026
Homeଦେଶ ବିଦେଶବଢ଼ିଲା ଟ୍ରେନ୍ ଭଡ଼ା; ଜୁଲାଇ ୧ରୁ ଲାଗୁହେବ

ବଢ଼ିଲା ଟ୍ରେନ୍ ଭଡ଼ା; ଜୁଲାଇ ୧ରୁ ଲାଗୁହେବ

ନୂଆଦିଲ୍ଲୀ: ୧ ଜୁଲାଇରୁ ରେଳଯାତ୍ରା ମହଙ୍ଗା ହେବ। ନନ୍‌-ଏସି ମେଲ୍‌/ ଏକ୍ସପ୍ରେସ୍ ଟ୍ରେନ୍ ଭଡ଼ା ପ୍ରତି କିଲୋମିଟର ୧ ପଇସା ଏବଂ ଏସି ଶ୍ରେଣୀ (ଯେପରିକି ଏସି ୨-ସ୍ତରୀୟ, ଏସି ୩-ସ୍ତରୀୟ)ର ଭଡ଼ା ପ୍ରତି କିଲୋମିଟରରେ ୨ ପଇସା ବୃଦ୍ଧି ପାଇପାରେ। ଏପରି ଏକ ସୂଚନା ହସ୍ତଗତ ହୋଇଛି। ରିପୋର୍ଟ ଅନୁସାରେ ରେଳଭଡାଜନିତ ଏସମସ୍ତ ପରିବର୍ତ୍ତନ ୧ ଜୁଲାଇରୁ ଲାଗୁ ହେବା ଅର୍ଥାତ୍ ଏହି ବର୍ଦ୍ଧିତ ନିୟମ କାର୍ଯ୍ୟକାରୀ ହେବ। ଏହି ତାରିଖ ପରେ ଟିକେଟ୍ ବୁକ୍ କରାଯିବା କ୍ଷେତ୍ରରେ ନୂତନ ଦର ଅନୁସାରେ ଅର୍ଥ ପୈଠ କରିବାକୁ ହେବ। ପ୍ରକାଶ, ଭାରତୀୟ ରେଳବାଇ ଶେଷ ଥର ପାଇଁ ୨୦୨୦ରେ ଯାତ୍ରୀଭଡ଼ା ବୃଦ୍ଧି କରିଥିଲା। କେନ୍ଦ୍ର ସରକାର ଗତ ୫ ବର୍ଷ ଧରି ରେଳବାଇ ଟିକେଟ୍ ମୂଲ୍ୟ ପରିବର୍ତ୍ତନ କରି ନଥିଲେ। ସୁତରାଂ ସମୟ ସହ ସମାନୁପାତରେ ବଢ଼ୁଥିବା ରେଳବାଇର ବର୍ଦ୍ଧିତ ଖର୍ଚ୍ଚ ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ତଥାପି, ଏହି ବୃଦ୍ଧି ବହୁତ କମ୍ ଯାହା ଦ୍ୱାରା ସାଧାରଣ ଯାତ୍ରୀଙ୍କ ଉପରେ ଅଧିକ ବୋଝ ପଡ଼ିବ ନାହିଁ ବୋଲି କୁହାଯାଉଛି। ରେଳ ମନ୍ତ୍ରଣାଳୟର ସୂତ୍ର ଅନୁସାରେ, ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ରେଳବାଇର ଆର୍ôଥକ ଅବସ୍ଥାକୁ ଉନ୍ନତ କରିବା ଏବଂ ଯାତ୍ରୀମାନଙ୍କୁ ଉତ୍ତମ ସେବା ପ୍ରଦାନ କରିବା।

ଅନ୍ୟପକ୍ଷେ ଏହି ବର୍ଦ୍ଧିତ ଭଡ଼ା ମସ୍ତ ଟ୍ରେନ୍‌ରେ ପ୍ରଯୁଜ୍ୟ ହେବ ନାହିଁ ବୋଲି ରେଳବାଇ ସ୍ପଷ୍ଟ କରିଛି। ଦ୍ୱିତୀୟ ଶ୍ରେଣୀରେ ୫୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା ପାଇଁ କୌଣସି ବୃଦ୍ଧି ହୋଇନାହିଁ। ଅର୍ଥାତ୍‌, କମ୍ ଦୂରତା ଯାତ୍ରା କରୁଥିବା ଅଧିକାଂଶ ଯାତ୍ରୀଙ୍କୁ ପୂର୍ବ ପରି ସମାନ ଭଡ଼ା ଦେବାକୁ ପଡ଼ିବ। ଯଦି ଦୂରତା ୫୦୦ କିଲୋମିଟରରୁ ଅଧିକ ହୁଏ, ତେବେ ଯାତ୍ରୀଙ୍କୁ ପ୍ରତି କିଲୋମିଟରରେ ଅଧ ପଇସା ଦେବାକୁ ପଡ଼ିବ। ସହରାଞ୍ଚଳ (ଉପନଗର) ଟ୍ରେନ୍ ଏବଂ ମାସିକ ସିଜିନ୍ ଟିକେଟ୍ ଭଡ଼ାରେ କୌଣସି ପରିବର୍ତ୍ତନ ହୋଇନାହିଁ, ଯାହା ଦୈନିକ ଯାତ୍ରୀଙ୍କୁ ଆଶ୍ୱସ୍ତି ଦେବ। ଯଦିଓ ଭଡ଼ାରେ ଏହି ପରିବର୍ତ୍ତନ ସାମାନ୍ୟ ମନେହୁଏ, କିନ୍ତୁ ଦୀର୍ଘ ଦୂରତା ଏବଂ ବାରମ୍ବାର ଯାତ୍ରା କ୍ଷେତ୍ରରେ ଏହା ବହୁତ ଅଧିକ ରହିଛି। ଏଥିସହିତ ରଳବାଇ ତତ୍କାଳ ଟିକେଟ୍ ବୁକିଂ ପାଇଁ ଥିବା ନିୟମରେ ମଧ୍ୟ ପରିବର୍ତ୍ତନ କରିଛି। ୨୦୨୫ ଜୁଲାଇ ୧ରୁ ତତ୍କାଳ ଟିକେଟ୍ ପାଇଁ ଆଧାର ପ୍ରମାଣୀକରଣ ବାଧ୍ୟତାମୂଳକ ହେବ। ଯାହାଦ୍ୱାରା ଏଜେଣ୍ଟଙ୍କ ପରିବର୍ତ୍ତେ ପ୍ରକୃତ ଯାତ୍ରୀଙ୍କୁ ଟିକେଟ୍ ମିଳିପାରିବ। ଏହା ସହିତ, ଜୁଲାଇ ୧୫ ଠାରୁ ଯାତ୍ରୀମାନଙ୍କୁ ଆଧାର ଜରିଆରେ ଓଟିପି ଯାଞ୍ଚ କରିବାକୁ ପଡିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking