22.1 C
Bhubaneswar
Friday, February 6, 2026
Homeଓଡିଶାବଢ଼ିଲା ବାତ୍ୟା ସମ୍ଭାବନା

ବଢ଼ିଲା ବାତ୍ୟା ସମ୍ଭାବନା

ଭୁବନେଶ୍ୱର: ଗତ ମାସରେ ମୋନ୍ଥା ଡରାଇଥିଲା। ଚଳିତ ମାସରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଭାରତୀୟ ପାଣିପାଗ ବିଭାଗ ପୁଣି ବାତ୍ୟା ଆକଳନ କରିବା ପରେ ଭୟ ବଢ଼ିଛି। ଆଇଏମ୍‌ଡି କହିଛି, ମାଲାକ୍କା ସମୁଦ୍ର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସୃଷ୍ଟି ଲଘୁଚାପ ଆଜି ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ଆସନ୍ତାକାଲି ଅର୍ଥାତ ସୋମବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ହେବ ଅବପାତ। ପରବର୍ତ୍ତୀ ୪୮ ଘଣ୍ଟାର ଅଧିକ ଘନୀଭୂତ ହେବ। ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି ଜାରି ରଖିବ ଅବପାତ। ଅଧିକ ଘନୀଭୂତ ହୋଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା। ସାଇକ୍ଲୋନର ଗତିପଥ ଓ ପ୍ରଭାବ ନେଇ କୌଣସି ଆକଳନ କରିନି ପାଣିପାଗ ବିଭାଗ। କିନ୍ତୁ ସମାବ୍ୟ ବାତ୍ୟା ପ୍ରଭାବରେ ୨୫ ତାରିଖରୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପବନର ବେଗ ବଢ଼ିବ। ୨୫ ସନ୍ଧ୍ୟାରୁ ପବନର ବେଗ ଘଣ୍ଟାପ୍ରତି ରହିବ ୫୦-୬୦ କିଲୋମିଟର। ୨୬ ସକାଳୁ ୬୦ରୁ ୭୦ କିଲୋମିଟର ଓ ସର୍ବାଧିକ ୮୦ କିମି ଏବଂ ୨୭ ସକାଳୁ ୧୦୦ କିମି ରହିପାରେ ପବନ ବେଗ। ଅନ୍ୟପକ୍ଷକ୍ଷରେ ସମ୍ଭାବ୍ୟ ବାତ୍ୟା ମୁକାବିଲାକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି କହିଛନ୍ତି ଯେ ବାତ୍ୟାକୁ ନେଇ ବିଭାଗ ସତର୍କ ରହିଛି। ମୁକାବିଲା ପାଇଁ ମଧ୍ୟ ପ୍ରସ୍ତୁତ ରହିଛି।

ବଙ୍ଗୋପସାଗରରେ ବାତ୍ୟା ହେବା ନିଶ୍ଚିତ। ଏଥିପାଇଁ ପାଗ ଅନୁକୂଳ ରହିଛି। ମାଲାକ୍କା ଓ ସଂଗଲ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଲଘୁଚାପ ସକ୍ରିୟ ଥିବା ବେଳେ ଶ୍ରୀଲଙ୍କା ତଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆଉ ଗୋଟିଏ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ପାଣିପାଗ ବିଜ୍ଞାନୀଙ୍କ ମତରେ, ୨ଟି ସିଷ୍ଟମରୁ ଗୋଟିଏ ଦୁର୍ବଳ ପଡ଼ିବ ଓ ଅନ୍ୟଟି ଘନୀଭୂତ ହୋଇ ଆଗକୁ ବଢ଼ିବ। ସେଥିପାଇଁ ଏବେଠୁ ବାତ୍ୟା ଗତିପଥ ଓ ପ୍ରଭାବ ନେଇ ସ୍ପଷ୍ଟ ସଙ୍କେତ ଆସୁନାହିଁ। ସମ୍ଭାବ୍ୟ ବାତ୍ୟା ତାମିଲନାଡୁ କିମ୍ବା ଦକ୍ଷିଣ ଆନ୍ଧ୍ର ଉପକୂଳକୁ ହିଟ୍ କରିପାରେ। କାରଣ ତାମିଲନାଡୁ ପାଖରେ ଥଣ୍ଡା ପ୍ରକୋପ ନାହିଁ। ତାମିଲନାଡୁ ଉପରକୁ ଆସିଲେ ଦୁର୍ବଳ ପଡ଼ିବ। କାରଣ କୋଲକାତା କିମ୍ବା ବାଂଲାଦେଶ ମୁହାଁ ହେଲେ ଥଣ୍ଡା ପ୍ରକୋପରୁ ସମୁଦ୍ରରେ ଶକ୍ତିହୀନ ହୋଇପାରେ ସମ୍ଭାବ୍ୟ ସାଇକ୍ଲୋନ।୨୬-୨୭ ତାରିଖ ବେଳକୁ ସ୍ପଷ୍ଟତା ଆସିପାରେ। ୩୦ ପୂର୍ବରୁ କୌଣସି ଉପକୂଳକୁ ହିଟ୍ କରିବ ନାହିଁ। ଅନ୍ୟପଟେ ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ପଡ଼ିନପାରେ। କିନ୍ତୁ ବର୍ଷା କରାଇପାରେ। ପାଣିପାଗ ବିଭାଗର ପୂର୍ବ ରେକର୍ଡ କହୁଛି, ଓଡ଼ିଶାକୁ ନଭେମ୍ବର-ଡିସେମ୍ବରରେ ବାତ୍ୟା କେବେ ଆସିନି। ତଥାପି ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ଓ ରାଜ୍ୟସ୍ୱ ବିଭାଗ ସତର୍କ ଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି। ଅନ୍ୟପଟେ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଚାଷୀ ଜମିରୁ ଧାନ କାଟି ଆଣିବା ସହ ଅମଳ କରି ସାଇତି ରଖିଲେଣି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking