17.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶକଂଗ୍ରେସ ପୋଷ୍ଟରରେ ଅସମ୍ପୂର୍ଣ୍ଣ ଭାରତ: ମୁସଲିମ୍ ଲିଗ୍ ଅଛି ବୋଲି ବିଜେପିର ଅଭିଯୋଗ

କଂଗ୍ରେସ ପୋଷ୍ଟରରେ ଅସମ୍ପୂର୍ଣ୍ଣ ଭାରତ: ମୁସଲିମ୍ ଲିଗ୍ ଅଛି ବୋଲି ବିଜେପିର ଅଭିଯୋଗ

ନୂଆଦିଲ୍ଲୀ: କଂଗ୍ରେସ ପୋଷ୍ଟରରେ ଭାରତର ଅସମ୍ପୂର୍ଣ୍ଣ ମ୍ୟାପ୍। ପୋଷ୍ଟରରେ ନାହିଁ କାଶ୍ମୀରର ଅଧା ଭାଗ। କାଶ୍ମୀରକୁ ଦର୍ଶାଯାଇଛି ପାକିସ୍ତାନର ଅଂଶ। କଂଗ୍ରେସର ଏଭଳି ଏକ ପୋଷ୍ଟର ଏବେ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ନେଇ ରାଜନୀତି ଜୋର୍ ଧରିଛି। ଏହି ପୋଷ୍ଟରକୁ ନେଇ ବିଜେପି ଟାର୍ଗେଟ୍ କରିଛି। ବିଜେପି ଆଇଟି ସେଲ୍ ହେଡ୍ ଅମିତ ମାଲବୀୟ ଏହି ପୋଷ୍ଟରକୁ ଏକ୍ସରେ ପୋଷ୍ଟ କରିଛନ୍ତି। କଂଗ୍ରେସ ଦ୍ଵିତୀୟ ମୁସଲିମ୍ ଲିଗ୍ ବୋଲି ଲେଖିଛନ୍ତି। ସୂଚନାନୁଯାୟୀ, କର୍ଣ୍ଣାଟକର ବେଲଗାୱିରେ କଂଗ୍ରେସର ସିଡବ୍ଲୁସି ବୈଠକ ହେବ। ଏହା ପୂର୍ବରୁ ନେତାଙ୍କ ସ୍ଵାଗତ ପାଇଁ ସେଠାରେ ପୋଷ୍ଟର ଏବଂ ବ୍ୟାନର ଲଗାଯାଇଛି। ଯାହାକୁ ନେଇ ଏବେ ବାଦ ବିବାଦ ଆରମ୍ଭ ହୋଇଛି। ପାର୍ଟି କାର୍ଯ୍ୟକର୍ତ୍ତା ବ୍ୟାନର ଏବଂ ଫ୍ଲେକ୍ସରେ ବିକୃତ ଭାରତ ମାନଚିତ୍ରକୁ ଚିତ୍ରଣ କରିଛନ୍ତି। ବେଲଗାୱି ସହରର ପ୍ରବେଶ ଦ୍ଵାରରେ ଲାଗିଥିବା ଏହି ପୋଷ୍ଟରରେ ପିଓକେ ଏବଂ ଅକ୍ସାଇ ଚୀନ୍‌ ଗାଏବ ରହିଛି। ଏହି ପୋଷ୍ଟରକୁ ନେଇ ବିଜେପି କଂଗ୍ରେସକୁ ଟାର୍ଗେଟ୍ କରିଛି। ବିଜେପି ଆଇଟି ସେଲ୍ ହେଡ୍ ଅମିତ ମାଲବୀୟ ଏନେଇ କହିଛନ୍ତି ଯେ, “କଂଗ୍ରେସ କାର୍ଯ୍ୟକ୍ରମରେ ଏଭଳି ହେବା କୌଣସି ନୂଆ କଥା ନୁହେଁ। ଏହା କଂଗ୍ରେସର ତୁଷ୍ଟିକରଣ ରାଜନୀତି। କଂଗ୍ରେସ ହେଉଛି ଦ୍ଵିତୀୟ ମୁସଲିମ୍ ଲିଗ୍ ଏବଂ ସେ ଭାରତକୁ ପୁଣି ଥରେ ବିଭାଜନ କରିବାକୁ ଚାହୁଁଛି।” ସେହିପରି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମଇ ଏହି କାର୍ଯ୍ୟକ୍ରମକୁ ନେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ, “ଏହା ଜନ ବିରୋଧୀ କଂଗ୍ରେସ, ରାଷ୍ଟ୍ର ବିରୋଧୀ କଂଗ୍ରେସ। ଏମାନଙ୍କର ଉତ୍ସବ ପାଳିବାର କୌଣସି ନୈତିକ ଅଧିକାର ନାହିଁ।”

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking