ନୂଆଦିଲ୍ଲୀ: ସଂସଦରେ ବଜେଟ ୨୦୨୬ – ୨୭ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ନବମ ଥର ପାଇଁ ବଜେଟ ଆଗତ କରିଛନ୍ତି ନିର୍ମଳା ସୀତାରମଣ । ଅପରିବର୍ତ୍ତିତ ରହିଲା ଆୟକର ସ୍ଲାବ । ଆୟକର ସ୍ଲାବରେ କୌଣସି ପରିବର୍ତ୍ତନ କରିନାହାନ୍ତି ଅର୍ଥମନ୍ତ୍ରୀ । ସୀତାରମଣ କହିଛନ୍ତି ଯେ ଏଥର ଆୟକର ସ୍ଲାବରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଅର୍ଥମନ୍ତ୍ରୀ କହିଛନ୍ତି ଯେ ୨୦୨୬-୨୭ ବଜେଟରେ ଆର୍ଥିକ ନିଅଣ୍ଟ ଜିଡିପିର ୪.୩% ହେବ ବୋଲି ଆକଳନ କରାଯାଇଛି । ୨୦୨୫-୨୬ରେ ଏହା ୪.୪% ଥିଲା, ଅର୍ଥାତ୍ ନିଅଣ୍ଟ ସାମାନ୍ୟ ହ୍ରାସ ପାଇବ । ନୂତନ ଆୟକର ଆଇନ ୧ ଏପ୍ରିଲ୍, ୨୦୨୬ ରୁ କାର୍ଯ୍ୟକାରୀ ହେବ । ସାଧାରଣ ଲୋକ ଯେପରି ସରଳୀକୃତ ଫର୍ମ ପୂରଣ କରିପାରିବେ ସେଥିପାଇଁ ଏହାକୁ ପୁନଃ ଡିଜାଇନ୍ କରାଯାଇଛି । ଅନ୍ୟପଟେ ସେ କହିଛନ୍ତି ଯେ ବେସାମରିକ ବିମାନ ଅଂଶ ତିଆରି କରିବା ପାଇଁ ସାମଗ୍ରୀ ଆମଦାନୀ ଉପରେ କୌଣସି ଟିକସ ନାହିଁ । ମାଇକ୍ରୋୱେଭ୍ ଓଭନ୍ ତିଆରି ପାଇଁ ଯନ୍ତ୍ରାଂଶ ଆମଦାନୀ ଉପରେ ଛାଡ଼ ରହିବ । ବ୍ୟକ୍ତିଗତ ବ୍ୟବହାର ପାଇଁ ଆମଦାନୀ ହେଉଥିବା ସମସ୍ତ ସାମଗ୍ରୀ ଉପରେ ଶୁଳ୍କ ୨୦% ରୁ ୧୦% କୁ ହ୍ରାସ କରାଯାଇଛି । ୧୭ଟି କର୍କଟ ଔଷଧ ଉପରେ କଷ୍ଟମ ଡ୍ୟୁଟି ଛାଡ଼ ଦିଆଯିବ ।










