ଭୁବନେଶ୍ୱର: ପୂର୍ୱତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ କିଶୋର ଦାସଙ୍କ ଘରେ ଗୁରୁବାର ଭୋରରୁ ଆୟକର ବିଭାଗ ପକ୍ଷରୁ ଚଢଉ କରାଯାଇଛି । ତାଙ୍କର ୧୯ଟି ସମ୍ପତ୍ତି ଥିବା ସ୍ଥାନରେ ଏକକାଳୀନ ଚଢାଉ କରିଛି । ଆୟକର ବିଭାଗ ପକ୍ଷରୁ ଭୋର ୫ଟାରୁ ଏହି ଚଢାଉ କରାଯାଉଛି । ସୂଚନା ଅନୁଯାୟୀ ସମ୍ବଲପୁର, ଝାରସୁଗୁଡା, ଭୁବନେଶ୍ୱର ଏବଂ ଦିଲ୍ଲୀରେ ୧୯ଟି ସ୍ଥାନରେ ଆଇଟି ଚଢାଉ କରାଯାଇଛି । ଚଢଉରେ ୧୮୦ ଅଧିକାରୀ ସାମିଲ ଅଛନ୍ତି । ୧୨୦ଟି ଆଇଟି ଅଫିସର , ୪୦ ସିଆରପିଏଫ କର୍ମଚାରୀ ଚଢଉ କାଯ୍ୟରେ ନିୟୋଜିତ ଅଛନ୍ତି । ଚଢଉରେ ୬୦ ଗାଡି ସାଇଣ୍ଟିକ ଟିମ ମଧ୍ୟ ରହିଛନ୍ତି ।










