19.1 C
Bhubaneswar
Tuesday, December 24, 2024
Homeଓଡିଶାମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କଲେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତି ଶ୍ରେଷ୍ଠ...

ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କଲେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ: ବିଜେଡି

ଭୁବନେଶ୍ୱର : ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ବିଜୁ ଜନତା ଦଳ ତରଫରୁ ମହାସମାରୋହରେ ପାଳନ ଅବସରରେ ହୋ, ଭୂମିଜ୍‌, ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ପାଇଁ ମତ ପ୍ରକାଶ ପାଇଛି । ଏହି ଅବସରରେ ଭୁବନେଶ୍ୱର ଉତ୍ତର ବିଧାୟକ ତଥା ଜିଲ୍ଲା
ସଭାପତି ସୁଶାନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ମୈତ୍ରୀ ବିହାରରେ ଆୟୋଜିତ ଜୟନ୍ତୀ ସମାବେଶ ବେଶ ଯାକଜମକରେ ପାଳନ ସହ ଭଗବାନ ବିର୍ସା ମୁଣ୍ଡାଙ୍କ ସାହସିକତା ଓ ଦେଶାତ୍ମବୋଧର ସ୍ମୃତିଚାରଣ କରାଯାଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଆଦିବାସୀ ସମାଜ ପ୍ରତି ଥିବା ଭଲପାଇବା ଓ ପ୍ରତିବଦ୍ଧତା ଲାଗି ବିଜୁ ଜନତା ଦଳ ସରକାର ଶିକ୍ଷା, ସ୍ୱାସ୍ୟ୍ଥ ଓ ଆଦିବାସୀ ଐତିହ୍ୟ ଓ ସଂସ୍କୃତିର ସଂରକ୍ଷଣ ଏବଂ ବିକାଶ ଲାଗି ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ଦେଶରେ ପ୍ରଥମଥର ପାଇଁ ୨୩ଟି ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି ଆଦିବାସୀ ମାନଙ୍କର ସାମଗ୍ରୀକ ବିକାଶକୁ ତ୍ୱରାନ୍ୱିତ କରିପାରିଥିଲେ ।

ରାଉରକେଲାରେ ବିଶ୍ୱର ସର୍ବବୃହତ ହକି ଷ୍ଟାଡ଼ିୟମ ଭଗବାନ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ ହେବା ସହ ୩ଟି ସରକାରୀ ମେଡ଼ିକାଲ କଲେଜକୁ ପଣ୍ଡିତ ରଘୁନାଥ ମୁର୍ମୁ, ରେଣ୍ଡୋ ମାଝୀ ଓ ସହୀଦ ଲକ୍ଷ୍ମଣ ନାୟକଙ୍କ ନାମରେ ନାମିତ ହୋଇପାରିଛି ଏବଂ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାର ବିକାଶ ପାଇଁ ୫-ଟି ସ୍କୁଲ ଓ ହଷ୍ଟେଲ ନିର୍ମାଣ କରାଯାଇଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଭଗବାନ ବିର୍ସା ମୁଣ୍ଡା କହୁଥିବା ମୁଣ୍ଡାରୀ ଭାଷା ସମେତ ହୋ, ଭୂମିଜ୍‌, କୁଇ ଓ ସଉରା ଭଳି ଅନେକ ଆଦିବାସୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ଦୀର୍ଘଦିନରୁ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କେନ୍ଦ୍ର ନିକଟରେ ବାରମ୍ବାର ଦାବି କରିଆସୁଛନ୍ତି । ତେଣୁ କେନ୍ଦ୍ର ସରକାର କାଳବିଳମ୍ବ ନ କରି ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ଏହି ଅବସରରେ ଅତିଥିମାନେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଏବଂ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଏହି ସମାବେଶରେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କଅଁର, ବିଜେଡି ନେତା ମନ୍ମଥ ରାଉତରାୟ, ବିଜୁ ଜନତା ଦଳ ଗଣମାଧ୍ୟମ ସଂଯୋଜକ ଡଃ ପ୍ରିୟବ୍ରତ ମାଝୀ, କର୍ପୋରେଟର ପ୍ରେମାନନ୍ଦ ଜେନା, ଅଚ୍ୟୁତାନନ୍ଦ ସ୍ୱାଇଁ, ଭାରତୀ ସିଂ, ପୂର୍ବତନ କର୍ପୋରେଟର ବାସନ୍ତୀ ସିଂ, ଯୁବନେତା ଭୋଳାନାଥ ମହାରଣା, ଅବଳା ସ୍ୱାଇଁ, ତୁଷାର ଦାସ, ଲକ୍ଷ୍ମୀଧର ପାତ୍ର, ମିଟୁ ପରିଡ଼ା, ଚଗଲା ଜେନା, ସୁଧାକର ମାଝୀ, ସଲକନା କିସ୍କୁ, ଈଲା ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking