27.1 C
Bhubaneswar
Wednesday, March 25, 2026
Homeଓଡିଶାଖଣିରେ ବେଆଇନ ଟ୍ରକ୍‌ ପ୍ରବେଶରୁ ଉତ୍ତେଜନା ; ଟ୍ରକ୍‌ ମାଲିକ ସଂଘର ଟ୍ରାନ୍ସପୋର୍ଟର ହଟାଓ ଦାବି

ଖଣିରେ ବେଆଇନ ଟ୍ରକ୍‌ ପ୍ରବେଶରୁ ଉତ୍ତେଜନା ; ଟ୍ରକ୍‌ ମାଲିକ ସଂଘର ଟ୍ରାନ୍ସପୋର୍ଟର ହଟାଓ ଦାବି

ଯାଜପୁର : ଯାଜପୁର ଜିଲ୍ଲାର କାଳିଆପାଣି ଥାନା ବାଲେଶ୍ବର ଆଲଏଜ୍ କାଳିଆପାଣି ଇସ୍ପାତ କ୍ରୋମାଇଟ୍‌ ଖଣିରେ ନିୟୋଜିତ ପରିବହନ ଠିକାଦାର ଶ୍ରୀଗଣେଶ ଟ୍ରାନ୍ସପୋର୍ଟର ପକ୍ଷରୁ ବେଆଇନ ଭାବେ ନିଜସ୍ବ କମ୍ପାନିର ଟ୍ରକ୍‌ ପୂରାଇ କ୍ରୋମ୍‌ ପରିବହନ ମସୁଧା କରାଯାଉଥିବା ଧରାପଡ଼ିବା ପରେ ସ୍ଥାନୀୟ ଖଣି ପ୍ରଭାବିତ ଟ୍ରକ୍‌ ମାଲିକ ସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଖଣିରେ ନିୟୋଜିତ ନିର୍ଦ୍ଦିଷ୍ଟ କିଛି ନିରାପତ୍ତାରକ୍ଷୀଙ୍କ ସହ ସଲାସୁତରାରେ ଫାଷ୍ଟ୍‌ କମ୍‌, ଫାଷ୍ଟ୍‌ଲୋଡ୍‌ ନିୟମର ଖୋଲା ଉଲଂଘନ କରାଯାଇ ଗଳାବାଟରେ ଉଦ୍ଦେଶ୍ୟମୂଳକ ଭାବେ ଏହି ବେଆଇନ କାର୍ଯ୍ୟ ଚାଲିଥିବା ଜାଣି ଆଜି ସ୍ଥାନୀୟ ଟ୍ରକ୍‌ ମାଲିକ ସଂଘ ପକ୍ଷରୁ ସମ୍ରାଟ ସାମଲ, ସଞ୍ଜୟ କୁମାର ମହାନ୍ତ, ରମାକାନ୍ତ ପଲେଇ, ଦାମୋଦର ପାତ୍ର, ପିଣ୍ଟୁ ପାତ୍ର, ମୋତିଲାଲ୍‌ ମହାନ୍ତ, ବିଶ୍ବଜିତ ସାମଲ ପ୍ରମୁଖ ଖଣି ଫାଟକରେ ବିକ୍ଷୋଭ ପ୍ରଦର୍ଶନ କରି ସଂପୃକ୍ତ ଟ୍ରାନ୍ସପୋର୍ଟରକୁ କଳାତାଲିକାଭୁକ୍ତ କରିବାକୁ ଦାବି କରିଥିଲେ। ଖଣି ଫାଟକରେ ଟ୍ରାନ୍ସପୋର୍ଟର ହଟାଓ ଦାବିରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟିହେବା ସହ ସେଠାରେ ଘଣ୍ଟାଏ ଧରି ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶରେ ଏଏସ୍‌ଆଇ ସନାତନ ବେହେରା ଓ ପ୍ରଶାନ୍ତ କୁମାର ପଲେଇ, ହାବିଲଦାର କୌସ୍ତୂଭ ସେଠୀ ସଦଳବଳ ଖଣି ଫାଟକରେ ପହଞ୍ଚି ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ପୁଲିସ ଉପସ୍ଥିତିରେ ସେହି ଫାଟକରେ ଖଣିମୁଖ୍ୟ ତଥା ସଭାପତି ଇଂ ସୁଧାଂଶୁ ପାଟ୍‌ନି ଓ ଟ୍ରକ୍‌ ମାଲିକ ସଂଘ ମଧ୍ୟରେ ଆଲୋଚନା ହୋଇଥିଲା। ବେଆଇନ ଭାବେ ଟ୍ରକ୍‌ ପୂରାଇ ବାଲେଶ୍ବର ଆଲଏଜ୍ ଫେରୋକ୍ରୋମ୍‌ କାରଖାନାକୁ ପରିବହନ ଯୋଜନାରେ ସଂପୃକ୍ତ ବୋଝେଇ ଟ୍ରକ୍‌ରୁ କ୍ରୋମ୍‌ ଖଲାସ କରାଯାଇଥିଲା। ଏଥିସହ ଟ୍ରାନ୍ସପୋର୍ଟର ମନମାନିକୁ ବିରୋଧ କରାଯାଇ ଚୁକ୍ତିନାମାରେ ଆଂଶିକ ପରିବର୍ତ୍ତନ ଦାବି କରାଯାଇଥିଲା। ଏଣିକି ଖଣିରୁ ବାଲେଶ୍ବର କାରଖାନା ପାଇଁ ଧାର୍ଯ୍ୟ ସମୟ ୧୨ ଘଣ୍ଟାରୁ ୨୦ ଘଣ୍ଟାକୁ ବୃଦ୍ଧି କରାଯାଇଥିଲା। ପରିବହନ ବାଟରେ ଟ୍ରିପ୍‌ ପିଛା କମୁଥିବା ଓଜନରେ କ୍ରୋମାଇଟ୍‌ ଗ୍ରହଣୀୟ ସୀମା ୫୦ କିଲୋରୁ ଶହେ କିଲୋଗ୍ରାମ୍ ବୃଦ୍ଧି ପ୍ରସ୍ତାବ ରଖାଯାଇଥିଲା। ପାଣିକୋଇଲିରୁ ସଂଘବଦ୍ଧ ଭାବେ କ୍ରୋମ୍‌ ପରିବହନ କଟକଣାକୁ କୋହଳ ଦାବି ହୋଇଥିଲା। ଏଥିସହ ଖଣିର ୱେବ୍ରିଜରେ ନିୟୋଜିତ ଏକାଧିକ କର୍ମଚାରୀ ବେଆଇନ ଭାବେ ଟ୍ରକ୍‌ ମାଲିକଙ୍କ ଠାରୁ ଟ୍ରିପ୍ ପିଛା ଶହେ ଟଙ୍କା ଲେଖାଏଁ ବଟି ଆଦାୟ କରୁଥିବା ନେଇ ଖଣି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଶେଷରେ ଖଣିମୁଖ୍ୟ ଶ୍ରୀ ପାଟ୍‌ନି ଓ ସ୍ଥାନୀୟ ଟ୍ରକ୍‌ ମାଲିକ ସଂଘ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking