16.1 C
Bhubaneswar
Sunday, December 28, 2025
Homeଓଡିଶାସାମ୍ବାଦିକାଙ୍କ ଉପରକୁ କୁକୁର ଛାଡିବା ଘଟଣା;  ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ରଘୁନନ୍ଦନ

ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡିବା ଘଟଣା;  ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ରଘୁନନ୍ଦନ

କଟକ:  ଖବର ସଂଗ୍ରହ କରିବାକୁ ଯାଇଥିବା ଜଣେ  କର୍ତ୍ତବ୍ୟରତ ମହିଳା ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡିବା ଘଟଣାରେ ଗିରଫକୁ ଏଡାଇବା ପାଇଁ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଏ ସମ୍ପର୍କରେ କ୍ୟାପିଟାଲ୍ ଥାନାରେ ସଂପୃକ୍ତ ମହିଳା ସାମ୍ବାଦିକାଙ୍କ ପକ୍ଷରୁ ବିଜେଡି ନେତା ରଘୁନନ୍ଦନଙ୍କ ବିରୋଧରେ ଏତଲା ଦାୟର କରାଯାଇଥିଲା । ପୁଲିସ୍ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରି ଏକ ମାମଲା ରୁଜୁ କରିଥିଲା । ଏହି ମାମଲାରେ ଗିରଫକୁ ଏଡାଇବାକୁ ଯାଇ ସେ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି । ବିଜେଡି ନେତା ବବି ଦାସଙ୍କ ଆଲିସାନ୍ ଏମ୍‌ଏଲ୍ କ୍ୱାର୍ଟର୍ ଭାଙ୍ଗିବା ଘଟଣା ସମ୍ପର୍କରେ ମହିଳା ସାମ୍ବାଦିକା ଜଣକ ଗତ ଜୁନ୍ ୨୫ ତାରିଖରେ ରଘୁନନ୍ଦନଙ୍କ ବାସଭବନର କଡରୁ ଖବର ସଂଗ୍ରହ କରୁଥିବାବେଳେ ଶ୍ରୀ ଦାସ ତାଙ୍କ କୁକୁର ମହିଳା ସମ୍ବାଦିକାଙ୍କ ଉପରକୁ ଛାଡି ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଏଡି ଘଟଣାକୁ ନେଇ ଥାନାରେ ଏତଲା ରୁଜୁ ପରେ ବହୁ  ସାମ୍ବାଦିକ ସଂଗଠନ ପକ୍ଷରୁ ଏପରି ଘଟଣାକୁ ନିନ୍ଦା କରାଯାଇଥିଲା ବେଳେ ରଘୁନନନ୍ଦଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking