30.1 C
Bhubaneswar
Monday, July 8, 2024
Homeଦେଶ ବିଦେଶହାତ୍ରାସରେ ଦଳାଚକଟା ଘଟଣା ; ପୀଡିତଙ୍କ ପରିବାରକୁ ଭେଟିଲେ ରାହୁଲ

ହାତ୍ରାସରେ ଦଳାଚକଟା ଘଟଣା ; ପୀଡିତଙ୍କ ପରିବାରକୁ ଭେଟିଲେ ରାହୁଲ

ଉତ୍ତରପ୍ରଦେଶ: ହାତ୍ରାସରେ ପହଞ୍ଚିଛନ୍ତି ବିରୋଧୀ ଦଳର ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଆଲିଗଡଠାରେ ପହଞ୍ଚି ଧାର୍ମିକ ସମାବେଶ ବେଳେ ହୋଇଥିବା ଦଳାଚକଟା ଘଟଣାର ପୀଡିତଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆଲୋଚନା କରିଛନ୍ତି । ହାତ୍ରାସ ଘଟଣାରେ ୧୨୧ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଥିଲେ । ଏସମ୍ପର୍କରେ ଅନୁଧ୍ୟାନ ପାଇଁ ଯାଇଛନ୍ତି ରାହୁଲ ଗାନ୍ଧୀ । ପୀଡିତଙ୍କ ପରିବାରକୁ ଭେଟିବା ପରେ ରାହୁଲ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏହା ଏକ ଦୁଃଖଦ ଘଟଣା । ଅନେକ ପରିବାର କ୍ଷତି ସହିଛନ୍ତି ଯାହା କେହି ପୂରଣ କରିପାରିବେ ନାହିଁ । ଅନେକଙ୍କ ଲୋକଙ୍କ ମୂଲ୍ୟବାନ ଜୀବନ ଅକାଳରେ ଚାଲିଯାଇଛି । ସେଠାରେ ପ୍ରଶାସନ ଭୁଲ ଯୋଗୁଁ ଏଭଳି ଘଟଣା ଘଟିଛି । ପୀଡିତଙ୍କ ପରିବାରକୁ କ୍ଷତିପୂରଣ ସଠିକ୍‍ ଭାବେ ମିଳିବା ଉଚିତ୍‍ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ କ୍ଷତିପୂରଣ ଦେବାକୁ ମୁଁ ବିନମ୍ର ଭାବରେ ଅନୁରୋଧ କରୁଛି । କ୍ଷତିପୂରଣ ଯଥାଶୀଘ୍ର ଦିଆଯିବା ଉଚିତ୍‍ ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking