27.1 C
Bhubaneswar
Sunday, July 27, 2025
Homeଓଡିଶାପୋଖରୀରେ ବୁଡ଼ି ମୃତ୍ୟୁ ଘଟଣା; ମୃତକ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ...

ପୋଖରୀରେ ବୁଡ଼ି ମୃତ୍ୟୁ ଘଟଣା; ମୃତକ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

କଟକ: ପୋଖରୀରେ ବୁଡ଼ି ପ୍ରାଣ ହରାଇବା ଘଟଣାରେ ଅଗ୍ନିଶମ କର୍ମଚାରୀମାନେ ପୁଲିସ୍‌କୁ ନ ଜଣାଇବା କାରଣରୁ ମୃତକଙ୍କ ପରିବାର ସରକାରୀ ସହାୟତା ରାଶି ପାଇବାରୁ ବଞ୍ôଚତ ହୋଇଥିଲେ । ପରିବାର ପାଖରେ ଶବ ବ୍ୟବଚ୍ଛେଦ ରିପୋର୍ଟ ନଥିବାରୁ ଗାଇଡ୍ ଲାଇନ୍ ଅନୁସାରେ ସହାୟତା ରାଶି ପ୍ରଦାନ କରାଯାଇପାରିବ ନାହିଁ ବୋଲି ଜାଣିବା ପରେ ପରିବାର ଲୋକେ ବେସାହାରା ହୋଇପଡ଼ିଥିଲେ । ଏଭଳି ସ୍ଥିତିରେ ସାମାଜିକ କର୍ମୀ ତଥା ଆଇନଜୀବୀ ପ୍ରବୀର କୁମାର ଦାସ ଓଡ଼ିଶା ମାନବିକ ଅଧିକାର ଆୟୋଗ (ଓଏଚ୍‌ଆର୍‌ସି)ରେ ରୁଜୁ କରିଥିବା ମାମଲାର ବିଚାର କରି ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ଆୟୋଗ ଆଦେଶ ଦେଇଛନ୍ତି । ଏଥିସହ ଅଗ୍ନିଶମ ଡିଜିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ପାଳନ କରିବାକୁ ମଧ୍ୟ କହିଛନ୍ତି । ଅଗ୍ନିଶମ କର୍ମଚାରୀମାନେ ଆଇନ ଅନୁସାରେ କାର୍ଯ୍ୟ କରିବା ତଥା ଅଘଟଣ ସମ୍ପର୍କରେ ଫୋନ୍‌କଲ ପାଇବା ପରେ ସ୍ଥାନୀୟ ପୁଲିସକୁ ଏ ସଂକ୍ରାନ୍ତରେ ଅବଗତ କରାଇବା ନିମନ୍ତେ ଅଗ୍ନିଶମ ଡିଜି ନିର୍ଦ୍ଦେଶ ଦେବାକୁ ଓଏଚ୍‌ଆର୍‌ସି ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ଢେଙ୍କାନାଳ ଜିଲା ରାସୋଳ ଥାନା ଅନ୍ତର୍ଗତ ପାଳଚକଡ଼ା ଗ୍ରାମର ସୁବ୍ରତ ସର(୧୮) ୨୦୨୦ ମେ ମାସ ୨୮ ତାରିଖ ଅପରାହ୍ଣ ୨ଟା ବେଳେ ଗ୍ରାମ ପୋଖରୀରେ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ । ରାସୋଳ ଅଗ୍ନିଶମ ବାହିନୀ ଏନେଇ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଂଚି  ପୋଖରୀରେ ଖୋଜାଖୋଜି କରିବା ପରେ ଯୁବକଙ୍କ ମୃତଦେହ ପାଇଥିଲେ । ମାତ୍ର ଅଗ୍ନିଶମ ବାହିନୀ ଏନେଇ ସ୍ଥାନୀୟ ପୁଲିସକୁ ଅବଗତ କରିନଥିଲେ । ଅପରପକ୍ଷରେ ମାମଲାର ବିଚାର ଚାଲିଥିବା ବେଳେ ମୃତକଙ୍କ ପରିବାର ଲୋକେ ପୁଲିସକୁ ନଜଣାଇବାକୁ ଅନୁରୋଧ କରିବାରୁ ସେମାନେ ଜଣାଇନଥିଲେ ବୋଲି ଓଏଚ୍‌ଆର୍‌ସିରେ ଜବାବ ରଖିଥିଲେ । ତେବେ ଆବେଦନକାରୀ ଶ୍ରୀ ଦାସ ଯୁକ୍ତି ଉପସ୍ଥାପନ କରି ଏହି ମୃତ୍ୟୁ ଅପ୍ରାକୃତ ଏବଂ ମୃତକଙ୍କ ପରିବାରର ଅନଭିଜ୍ଞତା ମଧ୍ୟ ଅନ୍ୟତମ କାରଣ ବୋଲି କମିଶନଙ୍କୁ ଅବଗତ କରାଇଥିଲେ । ତେବେ ବିଭିନ୍ନ ଦିଗକୁ ବିଚାର କରି କମିଶନ ଉପରୋକ୍ତ ଆଦେଶ ଦେଇ ମାମଲାର ଅନ୍ତ ଘଟାଇଛନ୍ତି । ଏଥିସହ ମୃତକଙ୍କ ପିତା ସୁଧାକର ସର ଓ ତାଙ୍କ ମାତାଙ୍କୁ ରାଜ୍ୟ ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଆଗାମୀ ୨ ମାସ ମଧ୍ୟରେ ପ୍ରଦାନ କରିବାକୁ କମିଶନ ଆଦେଶରେ ସ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking