14.1 C
Bhubaneswar
Monday, January 12, 2026
Homeଓଡିଶାମହାଷ୍ଟମୀରେ ଅଘଟଣ; ୩ଜଣଙ୍କ ମୃତ୍ୟୁ

ମହାଷ୍ଟମୀରେ ଅଘଟଣ; ୩ଜଣଙ୍କ ମୃତ୍ୟୁ

ଗଂଜାମ : ମହାଷ୍ଟମୀରେ ଅଘଟଣ ଘଟିଛି। ଗଂଜାମ ଜିଲ୍ଲା କେ. ନୂଆଗାଁ ନିକଟସ୍ଥ ମା ରତ୍ନେଶ୍ୱରୀଙ୍କ ନବରାତ୍ରି ପୂଜା ଦେଖିବାକୁ ଆସି ବାହୁଦା ନଦୀ ପାର ହୋଇ ନିଜ ଗାଁ କଳିଙ୍ଗଦଳା ଫେରୁଥିବା ବେଳେ ନଦୀରେ ମା, ଝିଅ ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାର ଶିକାର ହୋଇଥିବା ନାତୁଣୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ଼ମେଡିକାଲକୁ ଚିକିତ୍ସା ନିମନ୍ତେ ପଠାଯାଇଛି। ସୂଚନା ମୁତାବକ ଆଜି ମହାଅଷ୍ଟମୀ ପୂଜା ଦେଖିବା ପାଇଁ ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଗଡ଼ଗୋବିନ୍ଦପୁର ପଂଚାୟତର କଳିଙ୍ଗଦଳା ଗାଁରୁ ମା ଉଷା ବେହେରା (୫୦), ଝିଅ ଅନୁସୟା ବେହେରା( ୩୫), ସାତ ବର୍ଷର ନାତୁଣୀ ଏବଂ ପାଞ୍ଚ ବର୍ଷର ନାତିକୁ ଧରି ମହାଅଷ୍ଟମୀ ପୂଜା ଦେଖିବା ପାଇଁ ଆସିଥିଲେ। ନବରାତ୍ରି ପୂଜା ଅବସରରେ ମା’ଙ୍କ ଦର୍ଶନ ସାରି ପ୍ରସାଦ ସେବନ କରି ନିଜ ଗାଁ କଳିଙ୍ଗଦଳାକୁ ଫେରିବା ପାଇଁ ବ।ହୁଦା ନଦୀ ପାର ହେଉଥିଲେ। ସମୟ ପାଖାପାଖି ୩ଟା ବେଳେ ସମସ୍ତ ୪ ଜଣ ବlହୁଦା ନଦୀ ସ୍ରୋତରେ ଭାସି ନିଖୋଜ ହୋଇ ଯାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking