30.1 C
Bhubaneswar
Wednesday, February 11, 2026
Homeଓଡିଶାବାହୁଡ଼ାରେ ଅଘଟଣ; ୨ କନଷ୍ଟେବଳ ମୃତ

ବାହୁଡ଼ାରେ ଅଘଟଣ; ୨ କନଷ୍ଟେବଳ ମୃତ

ରାୟଗଡ଼ା : ବାହୁଡ଼ା ଯାତ୍ରା ପାଳନ ବେଳେ ଯାତ୍ରା କର୍ମସ୍ଥଳରେ ଜଣେ କନଷ୍ଟେବଳ ହଠାତ ଟଳି ପଡ଼ିଥିବା ବେଳେ ଆଉ ଜଣେ ମହିଳା କନଷ୍ଟେବଳ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ମୃତ ପୁରୁଷ କନଷ୍ଟେବଳ ହେଲେ ରାୟଗଡ଼ା ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରାରେ ଡ୍ୟୁଟି କରୁଥିବା ତାରିଣୀ ଚରଣ ଗମାଙ୍ଗ(୫୦) ଓ ଅନ୍ୟ ଜଣେ ହେଲେ ମହିଳା କନଷ୍ଟେବଳ ଲାବଣ୍ୟା ଗାଣ୍ଟା।

ଶନିବାର ସକାଳୁ ରାୟଗଡ଼ା ତହସିଲ ଛକଠାରେ ଜାତୀୟ ରାଜପଥ କଡ଼ରେ ଡ୍ୟୁଟି କରୁଥିବା ବେଳେ ଅସୁସ୍ଥତା ଅନୁଭବ କରି ତଳେ ଅଚେତ ଅବସ୍ଥାରେ ପଡ଼ି ଯାଇଥିଲେ ତାରିଣୀ ଚରଣ ଗମାଙ୍ଗ। ସେଠାରେ ଉପସ୍ଥିତ ପୁଲିସ କର୍ମୀମାନେ ତାଙ୍କୁ ସଙ୍ଗେ ସଙ୍ଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆଉଜଣେ ମହିଳା କନଷ୍ଟେବଳ ଲାବନ୍ୟା ଗଣ୍ଟା ବାହୁଡ଼ା ଯାତ୍ରା ଡ୍ୟୁଟି ପାଇଁ ରାୟଗଡ଼ା ଆସୁଥିବା ବେଳେ ଚାନ୍ଦିଲି ଥାନା ଅଧୀନ ମୁନିସିଂ ଛକ ନିକଟରେ ଏକ ଟ୍ରଲର ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ଲାବଣ୍ୟ ଗାଣ୍ଟାଙ୍କ ଘର ଥେରୁବାଲିସ୍ଥିତ ପାଇକପଡା ଓ ମୃତ ତାରିଣୀଙ୍କ ଘର ପଦ୍ମପୁର ଥାନା ଅନ୍ତର୍ଗତ ଲଛମନଗୁଡା ବୋଲି ଜଣାପଡ଼ିଛି। ଏଭଳି ଦୁଃଖଦ ଘଟଣା ପାଇଁ ଜିଲା ପୁଲିସ ବିଭାଗରେ ଶୋକର ଛାୟା ଖେଳି ଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking