16.1 C
Bhubaneswar
Monday, February 9, 2026
Homeଓଡିଶାଆସନ୍ତାକାଲି ଚିତ୍ତଜ୍ଞାନୀ ଚାରିଟେବଲ୍ ଟ୍ରଷ୍ଟର ପଶ୍ଚିମ ଓଡ଼ିଶା ଶାଖାର ପ୍ରତିଷ୍ଠା ଓ ଶୁଭାରମ୍ଭ

ଆସନ୍ତାକାଲି ଚିତ୍ତଜ୍ଞାନୀ ଚାରିଟେବଲ୍ ଟ୍ରଷ୍ଟର ପଶ୍ଚିମ ଓଡ଼ିଶା ଶାଖାର ପ୍ରତିଷ୍ଠା ଓ ଶୁଭାରମ୍ଭ

ସୋନପୁର : ଚିତ୍ତଜ୍ଞାନୀ ଚାରିଟେବଲ୍ ଟ୍ରଷ୍ଟର, ପଶ୍ଚିମ ଓଡ଼ିଶା ଶାଖାର ପ୍ରତିଷ୍ଠା ଓ ଶୁଭାରମ୍ଭ ଆସନ୍ତାକାଲି ୧୧ଟା ବେଳେ ସୋନପୁର ସହରର ମହାରଣାପଡ଼ାଠାରେ କରାଯାଇଛି। ପଶ୍ଚିମ ଓଡ଼ିଶା, ବିଶେଷକରି ସମୀପବର୍ତ୍ତୀ ଜିଲ୍ଲା, ବଲାଙ୍ଗିର, ବରଗଡ଼, ସମ୍ବଲପୁର, ଅନୁଗୁଳ ଓ ବୌଦ୍ଧରେ ବସବାସ କରୁଥିବା ଲୋକେ ଯେପରି ସହଜରେ ଅଧିକ ଉନ୍ନତ ଚିକିତ୍ସା ସେବା ଓ ସୁବିଧା ବିନା ମୂଲ୍ୟରେ ପାଇପାରିବେ ସେହି ଉଦ୍ଦେଶ୍ୟ ନେଇ ଏହି ନୂତନ ଶାଖାଟି ଉଦ୍‌ଘାଟିତ ହୋଇଛି। ନୂତନ ଶାଖାର ଉଦ୍‌ଘାଟନ ଉତ୍ସବରେ ଟ୍ରଷ୍ଟର ସମସ୍ତ ଟ୍ରଷ୍ଟି ସର୍ବଶ୍ରୀ ଗୋଧନେଶ୍ୱର ହୋତା, ଡା.ଦତ୍ତେଶ୍ୱର ହୋତା, ରାଜେଶ୍ୱର ହୋତା, ଅବସରପ୍ରାପ୍ତ ବିଚାରପତି ଅରୁଣ କୁମାର ପରିଚ୍ଛା, ଶ୍ରୀମତୀ ସୁଭାସିନି ପୁଝାରୀ, ଶରତ ସାମଲ, ଡକ୍ଟର ପ୍ରମୋଦ କୁମାର ମିଶ୍ର, ବିଜୟ କୁମାର ଦାଶ ଉପସ୍ଥିତ ଥିଲେ।

ଏହି ଉତ୍ସବରେ ବଲାଙ୍ଗିରର ଖ୍ୟାତନାମା ଶିକ୍ଷାବିତ୍ ଶ୍ରୀଯୁକ୍ତ ମଧୁସୂଦନ ପତି, ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଦୀପ କୁମାର ଗୁରୁ, ଅବସରପ୍ରାପ୍ତ ବିଚାରପତି ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାଶ, ଡାକ୍ତର ରାଜ କିଶୋର ମିଶ୍ର, ଶ୍ରୀଯୁକ୍ତ ବଳରାମ ମିଶ୍ର, ସୋନପୁର ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷା ରେଣୁକା ମିଶ୍ର ଓ ଅନ୍ୟାନ୍ୟ ବରିଷ୍ଠ ନାଗରିକମାନେ ମଧ୍ୟ ଉପସ୍ଥିତ ଥିଲେ। ପ୍ରତିମାସର ଦ୍ୱିତୀୟ ଶନିବାର ଓ ରବିବାର ଦିନ ବିନା ମୂଲ୍ୟରେ ରୋଗୀମାନଙ୍କୁ ସୁପରସ୍ପେସିଆଲିଟି ଚିକିତ୍ସା ସେବା ଓ ସୁଯୋଗ ଯୋଗାଇଦେବା ସଙ୍ଗେ ସଙ୍ଗେ ଆବଶ୍ୟକ ସ୍ଥଳେ ବିନା ମୂଲ୍ୟରେ ରକ୍ତ, ମଳ, ମୂତ୍ର ଆଦି ବିଭିନ୍ନ ପରୀକ୍ଷା ନିରୀକ୍ଷା କରି ରୋଗ ନିରୂପଣ କରାଯିବା ସହିତ ଔଷଧ ବିତରଣ କରାଯିବ। ରୋଗୀ ସଂଖ୍ୟା ୧୧୩୬ । ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟର ଆନୂକୁଲ୍ୟରେ ମାସକୁ ଥରେ ଅନୁଷ୍ଠିତ ହେବାକୁ ଏହି ନିଃଶୁକ୍ଳ ଚିକିତ୍ସା ସେବା ଓ ସୁବିଧାର ସୁଯୋଗ ନେବାକୁ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଡାକ୍ତର ଦତ୍ତ୍ୱେଶ୍ୱର ହୋତା ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking