ନୂଆଦିଲ୍ଲୀ: ଏବେ ଜାମ୍ମୁ- କାଶ୍ମୀର ପାଇଁ ରାଜ୍ୟ ମାନ୍ୟତା ଦାବି ସମୟ ନୁହେଁ । ବିଧାନସଭା ସ୍ୱତନ୍ତ୍ର ଅଧିବେଶନରେ କହିଲେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । ଯଦି ମୁଁ ଶସ୍ତା ରାଜନୀତି କରିଥାନ୍ତି ତାହେଲେ ଏପରି ଦାବି କରିପାରନ୍ତି । ରାଜ୍ୟମାନ୍ୟତା ଫେରିବା ଦାବିରୁ ଓହରି ନାହୁଁ, ମାତ୍ର ଏବେ ନୁହେଁ । ପହଲଗାମ ଘଟଣା ପରେ କେଉଁ ମୁହଁରେ ମୁଁ ରାଜ୍ୟ ମାନ୍ୟତା ମାଗିବି । ଅତୀତରେ ରାଜ୍ୟ ମାନ୍ୟତା ମାଗିଛି , ଭବିଷ୍ୟତରେ ମାଗିବି, ଏବେ ନୁହେଁ । ମୃତାହତଙ୍କ ପରିବାରକୁ କେଉଁ ଭାଷାରେ କ୍ଷମାରେ ମାଗିବି ଭାଷା ପାଉନି । ରାଜ୍ୟ ମୁଖିଆ ଭାବେ ପଯ୍ୟଟକଙ୍କୁ ସୁରକ୍ଷିତ ଫେରାଇବା ଦାୟିତ୍ୱ ଥିଲା ।