32.1 C
Bhubaneswar
Tuesday, October 22, 2024
Homeବ୍ରେକୀଙ୍ଗଭିଜିଲାନ୍ସ ଜାଲରେ ମୁଖ୍ୟଯନ୍ତ୍ରୀ ୧୦ଟି ସ୍ଥାନରେ ଚଢାଉ

ଭିଜିଲାନ୍ସ ଜାଲରେ ମୁଖ୍ୟଯନ୍ତ୍ରୀ ୧୦ଟି ସ୍ଥାନରେ ଚଢାଉ

କେନ୍ଦୁଝର: ଭିଜିଲାନ୍ସ ଜାଲରେ ମୁଖ୍ୟଯନ୍ତ୍ରୀ। କେନ୍ଦୁଝର ଜିଲ୍ଲାର କାନପୁର ଜଳସେଚନ ମୁଖ୍ୟ ଯନ୍ତ୍ରୀ ଓ ବେସିନ ମ୍ୟାନେଜର କୈଳାସ ଚନ୍ଦ୍ର ସାହୁଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। କେନ୍ଦୁଝରସ୍ଥିତ ସରକାରୀ ବାସଭବନ ଓ ଅଫିସ ସମେତ ଭୁବନେଶ୍ୱର, ପୁରୀ, ଯାଜପୁର, କଟକ ସମତ ୧୦ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି। ଏକକାଳୀନ ଚାଲିଛି ଭିଜିଲାନ୍ସର ଏ ଚଢ଼ାଉ। ପ୍ରାରମ୍ଭିକ ରିପୋର୍ଟରୁ କଳିଙ୍ଗ ନଗର ଓ ବ୍ୟାସ ନଗରରେ ଯନ୍ତ୍ରୀଙ୍କ ୩୬ଟି ପ୍ଲଟ, ପୁରୀ, ଯାଜପୁର ଓ ଭୁବନେଶ୍ୱରରେ ୩ଟି ଫ୍ଲାଟ, କୋରେଇରେ ଗୋଟିଏ ୩ ମହଲା ଘର ଓ ଗୋଟିଏ ଦାମୀ କାର ଥିବା ସୂଚନା ମିଳିଛି। କୈଳାସ ଚନ୍ଦ୍ର ସାହୁ କେନ୍ଦୁଝର ଓ ଭଦ୍ରକ ଜିଲ୍ଲା ଦାୟିତ୍ଵରେ ଅନେକ ଦିନ ଧରି ରହି ଆସୁଥିବା ବେଳେ ତାଙ୍କ ନାମରେ ବିଭିନ୍ନ ସମୟରେ ଦୁର୍ନତୀର ଅନେକ ଅଭିଯୋଗ ହୋଇ ଆସୁଥିଲା । ଶେଷ ରେ ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking